Masthead

‘ମୋଦି ସରକାର ଦେଶବାସୀଙ୍କୁ ଅନ୍ଧାରରେ ରଖିଛନ୍ତି’

ନୂଆଦିଲ୍ଲୀ  (ବଡ଼ ଖବର ବ୍ୟୁରୋ): ୩ ବର୍ଷ ପୂର୍ବେ ଚାଇନା ସେନାଙ୍କ ଅନୁପ୍ରବେଶକୁ ରୋକିବା ପାଇଁ ଭାରତ-ଚୀନ ମଧ୍ୟରେ ହୋଇଥିଲା ସଙ୍ଘର୍ଷ । ଗଲଓ୍ବାନ ଘାଟିରେ ଅନେକେ ଭାରତୀୟ ଯବାନ ଶହୀଦ ହୋଇଥିଲେ। ଏଥିରେ ୨୦ ଭାରତୀୟ ଯବାନ ଶହୀଦ ହୋଇଥିଲେ। ଏହି ଘଟଣାକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି ଯେ ଚଇନା ପ୍ରସଙ୍ଗରେ ସରକାର ଲୋକଙ୍କୁ ଅନ୍ଧକାରରେ ରଖିଛନ୍ତି।

ମଲ୍ଲିକାର୍ଜୁନ ଖଡଗେ ଟ୍ୱିଟ କରି ଲେଖିଛନ୍ତି ମୋଦିଙ୍କ ବିଫଳତା ହେତୁ ତିନି ବର୍ଷ ପୂର୍ବେ ଗଲଓ୍ବାନ ଘାଟିରେ ସର୍ବୋଚ୍ଚ ବଳିଦାନ ଦେଇଥିବା ୨୦ ସାହସୀ ସେନାଙ୍କୁ କୃତଜ୍ଞ ରାଷ୍ଟ୍ରରୁ ହୃଦୟରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ମୋଦି ସରକାରଙ୍କ ଅପାରଗତା ଯୋଗୁ ସେଠାରେ ଆଉ ପୂର୍ବ ସ୍ଥିତି ନାହିଁ। ସେ ଆହୁରି ମଧ୍ୟ ଲେଖିଛନ୍ତି, ଆମେ ସଂସଦରେ ଅନେକ ଥର ଏହି ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରିଛୁ । କିନ୍ତୁ ମୋଦି ସରକାର ଦେଶବାସୀଙ୍କୁ ଅନ୍ଧକାରରେ ରଖିବାକୁ ଚାହୁଁଛନ୍ତି। ଏହା ଆମର ଜାତୀୟ ସୁରକ୍ଷା ଏବଂ ଦେଶର ଅଖଣ୍ଡତା ପାଇଁ ଏକ ଗଭୀର ଆଘାତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି