Masthead

ରକ୍ତ ନେଲା ରକ୍ତର ଜୀବନ

ଜଳେଶ୍ୱର(ବଡ଼ ଖବର ବ୍ୟୁରୋ): ବାପାକୁ ହତ୍ୟା ଉଦ୍ୟମ କରିବା ବେଳେ ବାପାଙ୍କୁ ବଞ୍ଚେଇବାକୁ ଯାଇ ବଡ଼ ଭାଇକୁ ପିଟି ଗୁରୁତର କରିଦେଲା ସାନ ଭାଇ। ପରେ ଉଭୟ ବାପା ଓ ସାନ ଭାଇ ପିଟି ବଡ଼ ଭାଇକୁ ହତ୍ୟା କଲେ । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲା ରାଇବଣିଆ ଥାନା ଅନ୍ତର୍ଗତ ରାଇବଣିଆ ଗ୍ରାମରେ । ଉଭୟ ସାନ ପୁଅ ଓ ବାପା ପୋଲିସ ପାଖରେ ଆତ୍ମ ସମର୍ପଣ କରିଥିବା ନେଇ ସୂଚନା । ତିନି ବର୍ଷ ତଳେ ବଡ଼ ପୁଅ ଶୁଶାନ୍ତ ନିଶାସକ୍ତ ଅବସ୍ଥାରେ ନିଜ ମାଆ କୁ ପିଟି ହତ୍ୟା କରି ଫେରାର ରହିଥିଲା । ପୁଣି ଘରକୁ ଫେରି ବାପା ରଥ ମାରାଣ୍ଡିକୁ ହତ୍ୟା କରିବା ଧମକ ଦେବାରୁ ସାନ ଭାଇ ପ୍ରଶାନ୍ତ ମାଡ଼ ମାରି ଶୁଶାନ୍ତ କୁ ଲହୁ ଲୁହାଣ କରିଦେଇଥିଲା । ପରେ ଉଭୟ ବାପା ରଥ ମାରାଣ୍ଡି ଓ ସାନ ଭାଇ ପ୍ରଶାନ୍ତ , ଶୁଶାନ୍ତ ଙ୍କୁ ହତ୍ୟା କରିଥିଲେ । ଘଟଣା ରେ ରାଇବଣିଆ ପୋଲିସ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ କରିବା ପାଇଁ ପଠେଇ ଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇସ୍ରାଏଲ-ଇରାନ ଯୁଦ୍ଧବିରତି ଘୋଷଣା କଲେ ଟ୍ରମ୍ପ 🔴 ୫ ଦିନ ପ୍ରବଳ ବର୍ଷା 🔴 ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ, ଚୋରି ହେଲା ଦଶମୂଳ ମୋଦକ 🔴 ଚଳନ୍ତା ଟ୍ରେନ୍ ରେ ଯାତ୍ରୀଙ୍କୁ ପିଟିପିଟି ହତ୍ୟା 🔴 ଦିଲ୍ଲୀ ଯୁବତୀଙ୍କୁ ଯାଜପୁରେ ଅସଦାଚରଣ 🔴 ଧଳା ଜହର ଜବତ ସହ ୨ ମହିଳା ଗିରଫ 🔴 ୫ ବିଧାନସଭା ଉପନିର୍ବାଚନର ଫଳାଫଳ, ସବୁ ପାର୍ଟି ଖୁସ 🔴 ପରୀକ୍ଷାର୍ଥୀଙ୍କୁ ସରକାରଙ୍କ ବଡ଼ ଭେଟି 🔴 ଆଜି ମହାପ୍ରଭୁଙ୍କ ଘଣା ଓ ଖଳି ପ୍ରସାଦ ଲାଗି ନୀତି 🔴 ୨୭ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା 🔴 ଇସ୍ରାଏଲ-ଇରାନ ଯୁଦ୍ଧବିରତି ଘୋଷଣା କଲେ ଟ୍ରମ୍ପ 🔴 ୫ ଦିନ ପ୍ରବଳ ବର୍ଷା 🔴 ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ, ଚୋରି ହେଲା ଦଶମୂଳ ମୋଦକ 🔴 ଚଳନ୍ତା ଟ୍ରେନ୍ ରେ ଯାତ୍ରୀଙ୍କୁ ପିଟିପିଟି ହତ୍ୟା 🔴 ଦିଲ୍ଲୀ ଯୁବତୀଙ୍କୁ ଯାଜପୁରେ ଅସଦାଚରଣ 🔴 ଧଳା ଜହର ଜବତ ସହ ୨ ମହିଳା ଗିରଫ 🔴 ୫ ବିଧାନସଭା ଉପନିର୍ବାଚନର ଫଳାଫଳ, ସବୁ ପାର୍ଟି ଖୁସ 🔴 ପରୀକ୍ଷାର୍ଥୀଙ୍କୁ ସରକାରଙ୍କ ବଡ଼ ଭେଟି 🔴 ଆଜି ମହାପ୍ରଭୁଙ୍କ ଘଣା ଓ ଖଳି ପ୍ରସାଦ ଲାଗି ନୀତି 🔴 ୨୭ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା