Before Header

କେଦାରନାଥରେ ମୋଦି

0 20

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କେଦାରନାଥରେ ଶ୍ରୀ ଆଦି ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି । ସେପଟେ ମୂର୍ତ୍ତି ଉନ୍ମୋଚନ ପଛରେ ରହିଛି କିଛି ବିଶେଷତା । ଆମକୁ ଜାଣିବାକୁ ପଡ଼ିବ ଯେ ଶଙ୍କରାଚାର୍ଯ୍ୟ ସନାତନ ଧର୍ମର ପ୍ରସିଦ୍ଧ ଚାରୋଟି ଧାମ ଏବଂ ମଠ ପ୍ରତିଷ୍ଠା କରିଥିଲେ । କେବଳ ଏତିକି ନୁହେଁ ବରଂ ସନାତନ ଧର୍ମର ଗୌରବ ରକ୍ଷା କରିବା ପାଇଁ ଏକତାର ସୂତ୍ରରେ ଏକତ୍ର କରିବାରେ ମଧ୍ୟ ଶଙ୍କରାଚାର୍ଯ୍ୟ ସହଯୋଗ କରିଥିଲେ । କୁହାଯାଏ ଶ୍ରୀ ଆଦି ଶଙ୍କରାଚାର୍ଯ୍ୟ ହେଉଛନ୍ତି ଶିବଙ୍କ ଅବତାର । ମାତ୍ର ୬ ବର୍ଷ ବୟସରେ ହିଁ ତାଙ୍କ ପାଖରେ ଦେଖାଦେଇଥିଲା ଅଲୈକିକ ଶକ୍ତି । ନୂତନ ଭାବରେ ଏକ ଗୁରୁକୂଳରେ ବିଦ୍ୟା ଆହୋରଣ ପାଇଁ ସେ ବାଲ୍ୟ କାଳରେ ଯାଇଥିଲେ । ଏହାର ଠିକ କିଛି ଦିନପରେ ତାଙ୍କ ଗୁରୁ ଏକ ଗୁମ୍ପାରେ ପ୍ରଭୁଙ୍କୁ ପ୍ରସ୍ନନ କରିବାକୁ ଯାଇ ଧ୍ୟାନରେ ବସିଥିଲେ ।

ହେଲେ ଦଇବ କିଛି ଅଲଗା ହିଁ ଚାହିଁଥିଲେ । ହଠାତ ଉକ୍ତ ସ୍ଥାନରେ ବନ୍ୟା ସୃଷ୍ଟି ହୋଇଯାଇଥିଲା । ସମସ୍ତ ଶିଷ୍ୟ ଏହାକୁ ଦେଖି ଭୟଭୀତ ହୋଇ ଉଠିଥିଲେ । ସେପଟେ ଗୁରୁଙ୍କ ତପତ୍ସା ଭଙ୍ଗ ହୋଇଯିବ କହି କେହି ଗୁରୁଙ୍କ ପାଖକୁ ଯାଉନଥିଲେ । ଠିକ ସେତିକି ବେଳେ ଶ୍ରୀ ଆଦି ଶଙ୍କରାଚାର୍ଯ୍ୟ ତାଙ୍କ କମଣ୍ଡଳକୁ ଗୁମ୍ପା ସମ୍ମୁଖରେ ରଖିଦେଇଥିଲେ । ଏହା ପରେ ଯାହା ଘଟିଥିଲା ତାହା କିଛି ଅଲୈକିକରୁ କମ ନୁହଁ । ସମସ୍ତ ବନ୍ୟା ପାଣି ଯାଇ କୁମଣ୍ଡଳ ମଧ୍ୟରେ ପ୍ରବେଶ କରିଯାଇଥିଲା । ପରେ ଏ ବିଷୟରେ ଗୁରୁ ଅବଗତ ହେଲା ପରେ ତାଙ୍କଳର ଶୂନ୍ୟବାଣି କଥା ମନେପଡ଼ିଯାଇଥିଲା । ଅର୍ଥାତ ଶୂନ୍ୟବାଣୀରେ ତାଙ୍କୁ କୁଯାଯାଇଥିଲା ଯଦି ଆପଣଙ୍କ ଜୀବନକୁ ରକ୍ଷା କରିବାକୁ ଯାଇ ବନ୍ୟାଜଳକୁ କୁମଣ୍ଡଳ ମଧ୍ୟରେ ପ୍ରବେଶ କରେ, ତାହାଲେ ଆପଣ ନିଶ୍ଚିତ ହୋଇଯିବେ ଯେ ଆପଣଙ୍କ ପ୍ରାର୍ଥନା ସଫଳ ହୋଇଛି । ଏହାକୁ ଶ୍ମରଣ କରି ଗୁରୁ ଶ୍ରୀ ଆଦି ଶଙ୍କରାଚାର୍ଯଙ୍କୁ ବେଦର ପ୍ରଚାର ଏବଂ ପ୍ରସାର ପାଇଁ କହିଥିଲେ । ହେଲେ ବୟସ ଛୋଟ ହେବା ସହ ଅଭିଜ୍ଞତା ମଧ୍ୟ ଛୋଟ ଥିବାରୁ ଏହି କଥା ମନା କରିଦେଇଥିଲେ ଶଙ୍କରାଚାର୍ଯ୍ୟ । ପରେ ତାଙ୍କର ବୟସକୁ ଦ୍ୱିଗୁଣ କରି ତାଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଥିଲା । ଅନ୍ୟପଟେ ଶ୍ରୀ ଆଦି ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ବିଭିନ୍ନ ଶିଳ୍ପୀମାନେ ଅନେକ ମଡେଲ ଦେଇଥିଲେ । ପ୍ରାୟ ୧୮ ଟି ମଡେଲ ମଧ୍ୟରୁ ମଡେଲ ଚୟନ କରାଯାଇଥିଲା ।

ଏହି ପ୍ରତିମୂର୍ତ୍ତିକୁ ପ୍ରଧାନମନ୍ତ୍ରୀଙ୍କ ସହମତି ପରେ ଚୟନ କରାଯାଇଥିଲା । ମହିସୁର, କର୍ଣ୍ଣାଟକ ଶିଳ୍ପୀ ଅରୁଣ ଯୋଗୀରାଜ ଏହି ପ୍ରତିମା ତିଆରି କରିଛନ୍ତି । ସେପଟେ ସେମାନେ ପାଞ୍ଚ ପିଢିରୁ ମୂର୍ତ୍ତି ନିର୍ମାଣ କାର୍ଯ୍ୟ କରିଆସୁଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଅରୁଣ ଏମବିଏ ପାଠ ପଢୁଥିଲେ ମଧ୍ୟ ପ୍ରତିମା ନିର୍ମାଣ କରୁଛନ୍ତି । ପ୍ରତିମା ତିଆରି କରିବାର କାର୍ଯ୍ୟ ୨୦୨୦ ମସିହାରେ ଆରମ୍ଭ ହୋଇଥିଲା । ୯ ଜଣିଆ ଏକ ଟିମ ଶ୍ରୀ ଆଦି ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ କାର୍ଯ୍ୟ କରିଥିଲେ । ସେପ୍ଟେମ୍ବର ୨୦୨୦ ମସିହାରେ ଏହା ଆରମ୍ଭ ହୋଇ ପ୍ରାୟ ଏକ ବର୍ଷ ପର୍ଯ୍ୟନ୍ତ ଜାରି ରହିଥିଲା । ଏହା ଛଡ଼ା ସବୁଠାରୁ ରୋଚକ କଥାଟି ହେଉଛି ଏହି ମୂର୍ତ୍ତିଟିକୁ ମହିସୁରରୁ ହେଲିକପ୍ଟର ସାହାଯ୍ୟରେ ବାବାଙ୍କ ଧାମକୁ ଅଣାଯାଇଥିଲା । ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଆଦି ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତୀ ନିର୍ମାଣ ପାଇଁ ପ୍ରାୟ ୧୩୦ ଟନ ବିଶିଷ୍ଟ ଗୋଟିଏ ପଥର ଚୟନ କରାଯାଇଥିଲା । ପଥର ଖୋଦନ ଏବଂ କାଟିବା ପରେ ମୂର୍ତ୍ତିର ଓଜନ ପ୍ରାୟ ୩୫ ଟନ ରହିଥିଲା ।

ଆଦି ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତିର ଉଚ୍ଚତା ପ୍ରାୟ ୧୨ ଫୁଟ ଅଟେ । ଏହି ପ୍ରତିମୂର୍ତ୍ତି ନିର୍ମାଣ ସମୟରେ ବହୁ ନଡ଼ିଆ ପାଣି ପଥର ଉପରେ ବ୍ୟବହୃତ ହୋଇଥିଲା । ଯାହା ଦ୍ୱାରା ମୂର୍ତ୍ତିର ପୃଷ୍ଠ ଉଜ୍ୱଳ ଏବଂ ଆଦି ଶଙ୍କରାଚାର୍ଯ୍ୟଙ୍କ ଉଜ୍ଜ୍ୱଳତାକୁ ମଧ୍ୟ ଦର୍ଶାଇଥାଏ । ଅନ୍ୟପଟେ କଳା ପଥର ଚୟନ ପଛରେ ରହିଛି ଆଉ ଏକ କାହାଣୀ । ବାବାଙ୍କ ଧାମରେ ଅନେକଥର ପ୍ରକୃତି ତାର ତାଣ୍ଡବ ଘଟାଇଥାଏ । ତେଣୁ ଏସବୁକୁ ଦୃଷ୍ଟିରେ ରଖି କଳା ପଥର କରାଯାଇଥିଲା । ଅର୍ଥାତ ଅଗ୍ନି, ଜଳ, ବର୍ଷା, ପବନ ଦ୍ୱାରା ପ୍ରଭାବିତ ହେବ ନାହିଁ । ଏପରିକି ଯେକୌଣସି ପାଗକୁ ଏହି ପଥର ସକ୍ଷମ କରିବାକୁ ପ୍ରସ୍ତୁତ ଅଟେ ।

Leave A Reply

Your email address will not be published.