Masthead

ଠିକାଦାରଙ୍କ ମୃତ୍ୟୁ

ଖୋର୍ଦ୍ଧା (ବଡ଼ ଖବର ବ୍ୟୁରୋ): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ଚଣ୍ଡେଶ୍ୱର ଛକ ନିକଟ ମୁଣ୍ଡାଳ ରାସ୍ତାରେ ଗୁଳିମାଡ , ଏଥିରେ ଜଣେ ଯୁବ ଠିକାଦାର ଙ୍କର ମୃତ୍ୟୁ ହୋଇଛି । ମୃତ ଠିକାଦାର ଜଣକ ହେଉଛନ୍ତି ଟାଙ୍ଗୀ ଥାନା ରାଧାମୋହନପୁର ଗ୍ରାମର ରମେଶ ରାଉତ । ଏକ ବାଇକ୍ ଯୋଗେ ଏହି ଯୁବ ଠିକାଦାର ରମେଶ ରାଉତ ଙ୍କ ସମେତ ଆଉ ୨ ଜଣ ଯୁବକ ନିଜ ଘରକୁ ଫେରୁଥିବା ବେଳେ ହଠାତ୍ ଆଉ ଆଉ ଏକ ବାଇକ୍ ଯୋଗେ ୨ ଜଣ ଯୁବକ ଆସି ସେମାନଙ୍କ ନିକଟରେ ପହଞ୍ଚି ଥିଲେ । ପରେ ବାଇକ୍ ଯୋଗେ ଆସିଥିବା ଏହି ୨ ଜଣ ଦୃବୁର୍ତ୍ତ ଙ୍କ ମଧ୍ୟରୁ ଜଣେ ଦୃବୁର୍ତ୍ତ ଏକ ବନ୍ଧୁକ ଯୋଗେ ଯୁବ ଠିକାଦାରଙ୍କ ଉପରକୁ ୩ ରାଉଣ୍ଡ୍ ଗୁଳି ମାଡ କରିଥିଲେ , ଆଉ ସେହିଠାରେ ହିଁ ଏହି ଯୁବ ଠିକାଦାରଙ୍କ ମୃତ୍ୟୁ ହୋଇଥିଲା । ଗୁଳିମାଡ ପରେ ଦୃବୁର୍ତ୍ତ ମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ତଥାପି ଚିକିତ୍ସା ପାଇଁ ଗୁଳିମାଡ ହୋଇଥିବା ଯୁବ ଠିକାଦାର ରମେଶ ରାଉତ ଙ୍କୁ ଟାଙ୍ଗୀ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ । ଖବର ପାଇ ଟାଙ୍ଗୀ ପୋଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି । ଠିକାଦାରଙ୍କ ମୃତ ଦେହ ଜବତ କରି କିଏ ଓ କାହିଁକି ଏପରି ଗୁଳିମାଡ କଲା ତାହାର ଖୋଳତାଡ କରୁଛି ଟାଙ୍ଗୀ ପୋଲିସ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ