Masthead

ଆଜି ଏହି ମହାନ ବ୍ୟକ୍ତିଙ୍କ ଜନ୍ମଦିନରେ ପାଳନ ହେଉଛି ବିଦ୍ୟାର୍ଥୀ ଦିବସ

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ) : ‘ ଯେଉଁ ସ୍ୱପ୍ନ ଶୋଇବା ବେଳେ ଦେଖୁଛ ତାହା ସ୍ୱପ୍ନ ନୁହେଁ, ସ୍ୱପ୍ନ ଯାହା ଆପଣଙ୍କୁ ଶୋଇବାକୁ ଦିଏ ନାହିଁ ’ । ଏଭଳି କିଛି ଉକ୍ତି ପାଇଁ ସେ ବେଶ ପରିଚିତ । ଆଜି ହେଉଛି ସେହି ବିରଳ ବ୍ୟକ୍ତିତ୍ୱ ଭାରତର ୧୧ତମ ରାଷ୍ଟ୍ରପତି ତଥା ମିସାଇଲ ମ୍ୟାନ ଭାବରେ ପରିଚିତ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଜନ୍ମଦିନ । ସେ ୧୯୩୧ ଅକ୍ଟୋବର ୧୫ରେ ତାମିଲନାଡୁର ରାମେଶ୍ୱରମ ଠାରେ ଜନ୍ମ ଗ୍ରହଣ କରିଥିଲେ । କଲାମଙ୍କର ପାଞ୍ଚ ଭାଇ ଓ ଭଉଣୀ ଥିଲେ । ତାଙ୍କ ବାପା ପରିବାର ଚାଳାଇବା ସକ୍ଷମ ହୋଇନପାରିବାରୁ ସେ ପାଠ ପଢିବା ସହ ଖବର କାଗଜ ମଧ୍ୟ ବିକ୍ରି କରୁଥିଲେ । ସେ ଆର୍ଥିକ ଅଭାବ ସତ୍ତ୍ୱେ ପାଠ ପଢାରେ କେବେ ଅବହେଳା କରିନଥିଲେ । ସେ ପଦାର୍ଥ ବିଜ୍ଞାନ ଓ ଏରୋସ୍ପେସ୍ ଇଞ୍ଜିନିୟରିଂ ପଢିଲେ । ସେ ଦୀର୍ଘ ଚାରି ଦଶନ୍ଧି ଧରି ଏବଂ ପ୍ରମୁଖ ବୈଜ୍ଞାନିକ ଭାବେ କାମ କରି ପ୍ରତିରକ୍ଷା କ୍ଷେତ୍ରରେ ଦେଶକୁ ସୃଦୁଢ କରିଥିଲେ । ସେ ୨୦୦୨ ରୁ ୨୦୦୭ ପର୍ୟ୍ୟନ୍ତ ଭାରତର ୧୧ ତମ ରାଷ୍ଟ୍ରପତି ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥଲେ ।

ଶିକ୍ଷାଦାନ ଥିଲା ଏହି ବିଶ୍ୱ ବିଖ୍ୟାତ ବୈଜ୍ଞାନିକଙ୍କର ପ୍ରିୟ କାମ । ସେ ତାଙ୍କ ଜୀବନର ଅଧିକାଂଶ ସମୟ ଛାତ୍ରଛାତ୍ରୀଙ୍କ ଗହଣରେ ବିତାଉଥିଲେ । ସେ ଚାହୁଁଥିଲେ ତାଙ୍କୁ ଜଣେ ଶିକ୍ଷକ ଭବେ ଅନ୍ୟମାନେ ମନେ ରଖନ୍ତୁ । ସେ ବିଦ୍ୟାର୍ଥୀମାନଙ୍କୁ ଭଲ ପାଉଥିଲେ ଏବଂ ଶିକ୍ଷାର ବିକାଶ ଦିଗରେ କାମ କରୁଥିଲେ । ସେ ରାଷ୍ଟ୍ରପତି ପଦରୁ ଅବସର ନେବା ପରେ ଦେଶର ବହୁ ଅଗ୍ରଣୀ ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନ କରିଥିଲେ । ସେ ବିଦ୍ୟାର୍ଥୀମାନଙ୍କ ଗହଣରେ ଉଦବୋଧନ ଦେବା ସମୟରେ ଶେଷ ନିଶ୍ୱାସ ମଧ୍ୟ ତ୍ୟାଗ କରିଥିଲେ । ତେଣୁ ତାଙ୍କ ଜନ୍ମଦିବସକୁ ବିଶ୍ୱ ବିଦ୍ୟାର୍ଥୀ ଦିବସ ଭାବେ ପାଳନ କରାଯାଉଛି । ୨୦୧୦ରୁ ଜାତିସଂଘର ଅନୁମୋଦନକ୍ରମେ ପ୍ରତି ବର୍ଷ ଅକ୍ଟୋବର ୧୫କୁ କଲାମଙ୍କ ସମ୍ମାନର୍ଥେ ବିଦ୍ୟାର୍ଥି ଦିବସ ରୂପେ ପାଳନ କରାଯାଉଛି ।

ବିଶ୍ୱ ବିଦ୍ୟାର୍ଥି ଦିବସ ୨୦୨୦ର ବିଷୟବସ୍ତୁ ହେଉଛି ‘ ଲୋକ, ଗ୍ରହ, ସମୃଦ୍ଧତା ଏବଂ ଶାନ୍ତି ପାଇଁ ଶିକ୍ଷା । ଏହି ଥିମ୍ ମାନବିକ ଉଦ୍ଦେଶ୍ୟ ସହିତ ଆମର ସାମୂହିକ ପାଇଁ ବିକାଶର ଅଭିଳାଶର କେନ୍ଦ୍ରୀୟତାକୁ ଆଲୋକିତ କରିବାକୁ ଚାହୁଁଛି । ଅବଦୁଲ କଲାମ ଅନେକ ଜ୍ଞାନର ଅଧିକାରୀ ହୋଇଥିଲେ ମଧ୍ୟ ତାଙ୍କ ନମ୍ର, ସରଳ ବ୍ୟକ୍ତିତ୍ୱ ପାଇଁ ପ୍ରତିଟି ମଣିଷର ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୫ ଦିନ ପ୍ରବଳ ବର୍ଷା 🔴 ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ, ଚୋରି ହେଲା ଦଶମୂଳ ମୋଦକ 🔴 ଚଳନ୍ତା ଟ୍ରେନ୍ ରେ ଯାତ୍ରୀଙ୍କୁ ପିଟିପିଟି ହତ୍ୟା 🔴 ଦିଲ୍ଲୀ ଯୁବତୀଙ୍କୁ ଯାଜପୁରେ ଅସଦାଚରଣ 🔴 ଧଳା ଜହର ଜବତ ସହ ୨ ମହିଳା ଗିରଫ 🔴 ୫ ବିଧାନସଭା ଉପନିର୍ବାଚନର ଫଳାଫଳ, ସବୁ ପାର୍ଟି ଖୁସ 🔴 ପରୀକ୍ଷାର୍ଥୀଙ୍କୁ ସରକାରଙ୍କ ବଡ଼ ଭେଟି 🔴 ଆଜି ମହାପ୍ରଭୁଙ୍କ ଘଣା ଓ ଖଳି ପ୍ରସାଦ ଲାଗି ନୀତି 🔴 ୨୭ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ୫ ଦିନ ପ୍ରବଳ ବର୍ଷା 🔴 ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ, ଚୋରି ହେଲା ଦଶମୂଳ ମୋଦକ 🔴 ଚଳନ୍ତା ଟ୍ରେନ୍ ରେ ଯାତ୍ରୀଙ୍କୁ ପିଟିପିଟି ହତ୍ୟା 🔴 ଦିଲ୍ଲୀ ଯୁବତୀଙ୍କୁ ଯାଜପୁରେ ଅସଦାଚରଣ 🔴 ଧଳା ଜହର ଜବତ ସହ ୨ ମହିଳା ଗିରଫ 🔴 ୫ ବିଧାନସଭା ଉପନିର୍ବାଚନର ଫଳାଫଳ, ସବୁ ପାର୍ଟି ଖୁସ 🔴 ପରୀକ୍ଷାର୍ଥୀଙ୍କୁ ସରକାରଙ୍କ ବଡ଼ ଭେଟି 🔴 ଆଜି ମହାପ୍ରଭୁଙ୍କ ଘଣା ଓ ଖଳି ପ୍ରସାଦ ଲାଗି ନୀତି 🔴 ୨୭ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ