Masthead

‘ପୁରୀ ରଥଯାତ୍ରା ଅତୁଳନୀୟ’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପୁରୀରେ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଛା ଜଣାଇଛନ୍ତି । ଟୁଇଟରେ ସେ କହିଛନ୍ତି ଭଗବାନ ଜଗନ୍ନାଥଙ୍କ ଏହି ଅଲୋକିକ ଯାତ୍ରା ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଭରିଦେଉ । ପ୍ରଧାନମନ୍ତ୍ରୀ ତାଙ୍କ ଟୁଇଟ୍ ସହିତ ଏକ ଭିଡ଼ିଓ କ୍ଲିପ୍ ସଲଗ୍ନ କରି ନିଜେ ରଥଯାତ୍ରାରେ ଭାଗ ନେଉଥିବା ଦର୍ଶାଇଛନ୍ତି । ରଥଯାତ୍ରା ପୁରୀ ସମେତ ଦେଶର ଅନେକ ରାଜ୍ୟରେ ପାଳନ କରାଯାଏ ।

ତେବେ ପୁରୀ ରଥଯାତ୍ରା ଅତୁଳନୀୟ ବୋଲି ସେ କହିଛନ୍ତି । ଏଥିସହିତ ମୋଦି ଗୁଜରାଟରେ ଥିବା ବେଳେ ଅହମ୍ମଦାବାଦ ରଥଯାତ୍ରାରେ ଅଶଗ୍ରହଣ କରୁଥିବା ସମୟର ତାଙ୍କ ଅନୁଭୁତି ବର୍ଣ୍ଣନା କରିଥିଲେ । ସେ କହିଛନ୍ତି ଗୁଜରାଟରେ ଥିବାବେଳେ ଅହମ୍ମଦାବାଦ ରଥଯାତ୍ରାରେ ଭାଗ ନେଇଥିଲି । ପ୍ରତ୍ୟେକ ସମ୍ପ୍ରଦାୟର ଲୋକମାନେ ଗୋଟିଏ ଜାଗାରେ ଏକାଠି ହୋଇ ରଥଯାତ୍ରା ପାଳନ କରିବାା ଆଶ୍ଛର୍ଯ୍ୟଜନକ । ଏହା ଦେଶର ଏକତାକୁ ଦୃଢ଼ିଭୂତ କରିଥାଏ ।

ପୂର୍ବରୁ ରବିିବାର ପ୍ରସାରିତ ହୋଇଥିବା୧୦୨ ତମ ‘ମନ୍କି ବାତ’ ରେ ପ୍ରଧାନମନ୍ତ୍ରୀ ରଥଯାତ୍ରା କିପରି ପାଳନ କରନ୍ତି ବର୍ଣ୍ଣନା କରିଛନ୍ତି । ଗୁଜରାଟର ଅହମ୍ମଦାବାଦାରେ ପାଳନ କରାଯାଉଥିବା ରଥଯାତ୍ରା ପୁରୀ ରଥଯାତ୍ରା ପରେ ଦେଶର ଦ୍ୱିତୀୟ ବୃହତମ ବୋଲି ବିବେଚନା କରାଯାଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ