Masthead

ପୁର୍ବରୁ ଟଣା ହେଉଥିଲା ୬ଟି ରଥ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଦେଶରେ ଅନେକ ଜଗନ୍ନାଥ ମନ୍ଦିର ଅଛି । ମାତ୍ର ୬୦ଟି ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ପାଳିତ ହୋଇଥାଏ । କଥାରେ ଅଛି ଓଡ଼ିଆମାନଙ୍କର ବାରମାସରେ ତେର ପର୍ବ । ଏଥିମଧ୍ୟରୁ ରଥଯାତ୍ରା ଏକ ବିଶେଷ ପର୍ବ । ରଥଯାତ୍ରାର ଇତିହାସ ଅତୀ ପ୍ରାଚୀନ । ବିଶ୍ୱାସ କରାଯାଏ ରାଣୀ ଗୁଣ୍ଡିଚାଦେବୀ ପ୍ରଭୁ ଜଗନ୍ନାଥଙ୍କୁ ବର୍ଷକୁ ଥରେ ତାଙ୍କ ଜନ୍ମସ୍ଥାନ ଅର୍ଥାତ ଗୁଣ୍ଡିଚା ମନ୍ଦିରକୁ ଆସିବାକୁ ଅନୁରୋଧ କରିଥିଲେ । ଆଉ ଅନୁରୋଧ ରକ୍ଷାକରି ପ୍ରଭୁ ଜଗନ୍ନାଥ ବର୍ଷକୁ ଥରେ ଏହି ଲୀଳା ରଚନା କରନ୍ତି । ଯାହାକୁ ଶ୍ରୀ ଗୁଣ୍ଡିଚାଯାତ୍ରା ବୋଲି ମଧ୍ୟ କୁହାଯାଏ । ନିୟମ ଅଛି ଜଗନ୍ନାଥ ମନ୍ଦିରକୁ କେବଳ ହିନ୍ଦୁମାନେ ହିଁ ପ୍ରବେଶ କରିପାରିବେ । ସେଥିପାଇଁ ରଥଯାତ୍ରାରେ ସବୁଧର୍ମର ଲୋକେ ଜଗତରନାଥଙ୍କୁ ଦର୍ଶନ କରିବାର ସୁଯୋଗ ପାଆନ୍ତି ।

ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବା ସମୟରେ ଚତୁର୍ଦ୍ଧାମୂର୍ତ୍ତି ଆଡପ ମଣ୍ଡପରେ ବିଜେ କରନ୍ତି । ସେଥିପାଇଁ ଏହାକୁ ଆଡପ ଯାତ୍ରା ବୋଲି ମଧ୍ୟ କୁହାଯାଏ । ମାଦଳାପାଞ୍ଜି ଅନୁସାରେ ଷୋଡଶ ଶତାଦ୍ଦୀରେ ରାଜା ବିର ନରସିଂହଦେବ ବଡଦାଣ୍ଡରେ ବହୁଥିବା ଏକ ନଦୀକୁ ରଥଯାତ୍ରା ନିମନ୍ତେ ବାଲି ପକାଇ ପୋତି ଦେଇଥିଲେ । ଯାହାଦ୍ୱାରା କେବଳ ୩ଟି ରଥ ଦ୍ୱାରା ଶ୍ରୀଜିଉମାନେ ଶ୍ରୀମନ୍ଦିରୁ ସିଧାସଳଖ ଗୁଣ୍ଡିଚା ମନ୍ଦିରକୁ ଯିବା ସମ୍ଭବ ହୋଇପାରିଲା । ପୁର୍ବରୁ ନଦୀ ଥିବା ହେତୁ ୬ଟି ରଥ ହେଉଥିଲା । ୩ଟି ରଥରେ ବଡଶଙ୍ଖ ପର୍ଯ୍ୟନ୍ତ ଯାଉଥିବା ବେଳେ ସେଠାରୁ ଡଙ୍ଗାରେ ଅନ୍ୟ ୩ଟି ରଥରେ ବିରାଜମାନ କରାଇ ବଡଶଙ୍ଖଠାରୁ ଗୁଣ୍ଡିଚା ମନ୍ଦିର ଯାଏଁ ଯାଉଥିଲେ । ବୀର ନରସଂହଦେବଙ୍କ ପରେ ୩ ରଥ ସିଂହଦ୍ୱାରରୁ ବାହାରି ଗୁଣ୍ଡି ମନ୍ଦିର ପର୍ଯ୍ୟନ୍ତ ଯାଉଛି । ବାହୁଡାରେ ସେଇ ୩ ରଥ ଶ୍ରୀମନ୍ଦିର ଫେରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ