Masthead

ପୁର୍ବରୁ ଟଣା ହେଉଥିଲା ୬ଟି ରଥ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଦେଶରେ ଅନେକ ଜଗନ୍ନାଥ ମନ୍ଦିର ଅଛି । ମାତ୍ର ୬୦ଟି ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ପାଳିତ ହୋଇଥାଏ । କଥାରେ ଅଛି ଓଡ଼ିଆମାନଙ୍କର ବାରମାସରେ ତେର ପର୍ବ । ଏଥିମଧ୍ୟରୁ ରଥଯାତ୍ରା ଏକ ବିଶେଷ ପର୍ବ । ରଥଯାତ୍ରାର ଇତିହାସ ଅତୀ ପ୍ରାଚୀନ । ବିଶ୍ୱାସ କରାଯାଏ ରାଣୀ ଗୁଣ୍ଡିଚାଦେବୀ ପ୍ରଭୁ ଜଗନ୍ନାଥଙ୍କୁ ବର୍ଷକୁ ଥରେ ତାଙ୍କ ଜନ୍ମସ୍ଥାନ ଅର୍ଥାତ ଗୁଣ୍ଡିଚା ମନ୍ଦିରକୁ ଆସିବାକୁ ଅନୁରୋଧ କରିଥିଲେ । ଆଉ ଅନୁରୋଧ ରକ୍ଷାକରି ପ୍ରଭୁ ଜଗନ୍ନାଥ ବର୍ଷକୁ ଥରେ ଏହି ଲୀଳା ରଚନା କରନ୍ତି । ଯାହାକୁ ଶ୍ରୀ ଗୁଣ୍ଡିଚାଯାତ୍ରା ବୋଲି ମଧ୍ୟ କୁହାଯାଏ । ନିୟମ ଅଛି ଜଗନ୍ନାଥ ମନ୍ଦିରକୁ କେବଳ ହିନ୍ଦୁମାନେ ହିଁ ପ୍ରବେଶ କରିପାରିବେ । ସେଥିପାଇଁ ରଥଯାତ୍ରାରେ ସବୁଧର୍ମର ଲୋକେ ଜଗତରନାଥଙ୍କୁ ଦର୍ଶନ କରିବାର ସୁଯୋଗ ପାଆନ୍ତି ।

ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବା ସମୟରେ ଚତୁର୍ଦ୍ଧାମୂର୍ତ୍ତି ଆଡପ ମଣ୍ଡପରେ ବିଜେ କରନ୍ତି । ସେଥିପାଇଁ ଏହାକୁ ଆଡପ ଯାତ୍ରା ବୋଲି ମଧ୍ୟ କୁହାଯାଏ । ମାଦଳାପାଞ୍ଜି ଅନୁସାରେ ଷୋଡଶ ଶତାଦ୍ଦୀରେ ରାଜା ବିର ନରସିଂହଦେବ ବଡଦାଣ୍ଡରେ ବହୁଥିବା ଏକ ନଦୀକୁ ରଥଯାତ୍ରା ନିମନ୍ତେ ବାଲି ପକାଇ ପୋତି ଦେଇଥିଲେ । ଯାହାଦ୍ୱାରା କେବଳ ୩ଟି ରଥ ଦ୍ୱାରା ଶ୍ରୀଜିଉମାନେ ଶ୍ରୀମନ୍ଦିରୁ ସିଧାସଳଖ ଗୁଣ୍ଡିଚା ମନ୍ଦିରକୁ ଯିବା ସମ୍ଭବ ହୋଇପାରିଲା । ପୁର୍ବରୁ ନଦୀ ଥିବା ହେତୁ ୬ଟି ରଥ ହେଉଥିଲା । ୩ଟି ରଥରେ ବଡଶଙ୍ଖ ପର୍ଯ୍ୟନ୍ତ ଯାଉଥିବା ବେଳେ ସେଠାରୁ ଡଙ୍ଗାରେ ଅନ୍ୟ ୩ଟି ରଥରେ ବିରାଜମାନ କରାଇ ବଡଶଙ୍ଖଠାରୁ ଗୁଣ୍ଡିଚା ମନ୍ଦିର ଯାଏଁ ଯାଉଥିଲେ । ବୀର ନରସଂହଦେବଙ୍କ ପରେ ୩ ରଥ ସିଂହଦ୍ୱାରରୁ ବାହାରି ଗୁଣ୍ଡି ମନ୍ଦିର ପର୍ଯ୍ୟନ୍ତ ଯାଉଛି । ବାହୁଡାରେ ସେଇ ୩ ରଥ ଶ୍ରୀମନ୍ଦିର ଫେରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୨୭ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ୨୭ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା