Masthead

ଇତିହାସ ଆଇନାରେ ରଥଯାତ୍ରା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଇତିହାସ ଆଇନାରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପାଦଚିହ୍ନ ଏବେ ମଧ୍ୟ ଜଳ ଜଳ ହୋଇ ଦିଶୁଛି । କେତେବେଳେ ପ୍ରକୃତି ଦାଉ ସାଧିଛିତ, କେତେବେଳେ ମନୁଷ୍ୟକୃତ ତ୍ରୁଟି ଠାକୁରଙ୍କ ନୀତି ସମ୍ପାଦନରେ ସାଜିଛି ପ୍ରତିବନ୍ଧକ । ତଥାପି ରଥ ବଡ ଦାଣ୍ଡରେ ଗଡିଛି ଗଡୁଥିବ ମଧ୍ୟ । ପ୍ରସିଦ୍ଧ ଘୋଷଯାତ୍ରା । ଚଳଚଂଚଳ ବଡଦାଣ୍ଡ । ଭାବମୟ, ଭକ୍ତିମୟ ପୁରୀ କୋଣ ଅନୁକୋଣ । ବାଦ ପଡିନାହାନ୍ତି ପଶୁପକ୍ଷୀ । କାଳିଆକୁ ଦେଖିବାକୁ ଅଧୀର । ସଜେଇ ହୋଇଛି ଶ୍ରୀମନ୍ଦିର ଠାରୁ ବଡ଼ଦାଣ୍ଡ । ସେପଟେ ତୁଳସୀ, କର୍ପୁର, ଚନ୍ଦନରେ ସଜେଇ ହୋଇଛନ୍ତି ଚତୁଦ୍ଧାମୂର୍ତ୍ତି । ଟାହିଆ ପିନ୍ଧି ଧାଡି ପହଣ୍ଡିରେ ଆସି ରଥାରୁଢ ହୋଇଛନ୍ତି ଶ୍ରୀଜିଉ । ଏହି ପରମ୍ପରା ଆଜିର ନୁହେଁ । କାହିଁ କେଉଁ ବର୍ଷରୁ ଆରମ୍ଭ ହୋଇଛି ଏହି ଯାତ୍ରା । ଇତିହାସ ଅନୁସାରେ ୧୧୫୦ରୁ ଆରମ୍ଭ ହୋଇଥିଲା ରଥଯାତ୍ରା । ଇତିହାସରେ ଅନେକ ଘଟଣା, ଅଘଟଣ ସତ୍ତ୍ୱେ ବଡ଼ ଦାଣ୍ଡରେ ପ୍ରତିବର୍ଷ ଗଡୁଛି ଜାତି ନନ୍ଦିଘୋଷ । ଏବେ ୩ ରଥ ଗୋଟିଏ ଦିନରେ ସିଂହଦ୍ୱାରରୁ ବାହାରି ଗୁଣ୍ଡିଚା ମନ୍ଦିରରେ ପହଞ୍ଚୁଛି।

ଏମିତି ସମୟ ଥିଲା, ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବା ବେଳକୁ ୭ ଦିନ ଲାଗି ଯାଉଥିଲା। ୧୮୮୯ରେ ରଥ ସିଂହଦ୍ବାରରୁ ବାହାରି ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିବାକୁ ଲାଗିଯାଇଥିଲା ଛଅ ଦିନ। ୧୯୨୮ରେ ରଥଯାତ୍ରା ମଧ୍ୟ ଖୁବ ଧୁମଧାମରେ ହୋଇଥିଲା । ଘଣ୍ଟଘଣ୍ଟା ପାଟ ପଟୁଆର ସହ ଝୁଲି ଝୁଲି ରଥାରୁଢ ହୋଇଥିଲେ ମହାବାହୁ । ତାମଯାନରେ ଗଜପତି ମହାରାଜ ହାତୀ ସହ ବିରାଟ ପଟୁଆରେ ଆସି ରଥରେ ଛେରାପହଁରା କରିଥିଲେ । ପରେ ଗଡ଼ିଥିଲା ରଥ । ଭକ୍ତ ଓ ଦଇତା ସେବକ ଖରାକୁ ଖାତିର ନକରି ଛତା ଧରି ଟାଣିଥିଲେ ରଥ । ୧୯୩୭ ଜୁଲାଇ ୯ । ସମାନ ଭାବରେ ବଡ଼ଦାଣ୍ଡରେ ଗଡ଼ିଥିଲା ରଥ । ଭକ୍ତମୟ ପରିବେଶ ହେବା ସହ ଘଣ୍ଟଘଣ୍ଟାରେ କମ୍ପିଥିଲା ବଡଦାଣ୍ଡ । ଜନଗହଳି ଭିତରେ ଚତୁର୍ଦ୍ଧାମୂର୍ତ୍ତି ପହଞ୍ଚିଥିଲେ
ଜନ୍ମବେଦୀରେ । ୧୯୪୮ରେ ମଧ୍ୟ ଜୟଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା ଶ୍ରୀକ୍ଷେତ୍ର । ୧୯୧୦ ରୁ ୧୯୭୦ ରଥଯାତ୍ରା ଥିଲା ଟିକେ ଅଲଗା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି