ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ବିରୋଧରେ ବିଦ୍ରୋହ । ପୁଟିନଙ୍କ ପ୍ରାଇଭେଟ୍ ସେନା ‘ୱାଗନର’ ଗୋଷ୍ଠିର ବିଦ୍ରୋହ । ୟୁକ୍ରେନ ସେନା ସହ ମିଶି ବିଦ୍ରୋହ କଲା ‘ୱାଗନର’ ଗୋଷ୍ଠି । ରୁଷ ସେନା ପର୍ଯ୍ୟାପ୍ତ ଅସ୍ତ୍ରଶସ୍ତ୍ର ଯୋଗାଉ ନଥିବା ଅଭିଯୋଗ । ବିଦ୍ରୋହ ଧମକ ପରେ ରୁଷିଆରେ ଗୃହ ଯୁଦ୍ଧ ସ୍ଥିତି ଆଶଙ୍କା । ଏ ନେଇ ପୁଟିନ କହିଛନ୍ତି ‘ୱାଗନର’ ରୁଷର ଜନତାଙ୍କୁ ଧୋକା ଦେଇଛି । ‘ୱାଗନର’ ଆମ ପିଠିରେ ଛୁରି ଭୁଷିଥିବା କହିଛନ୍ତି । ଆମ ଜବାବ କଠୋରରୁ କଠୋର ହେବ, ଆମେ ଆନ୍ତରିକ ବିଶ୍ୱାସଘାତର ସାମନା କରୁଛୁ । ନିଜ ହିତ ପାଇଁ ଦେଶକୁ ବିଶ୍ୱାସଘାତ କରିଛି ‘ୱାଗନର’ ଗୋଷ୍ଠି । ବିଦ୍ରୋହ କରିଥିବା ଆତଙ୍କୀୟଙ୍କୁ ଦଣ୍ଡ ଦିଆଯିବ କହିଛନ୍ତି ରୁଷିଆ ରାଷ୍ଟ୍ରପତି ପୁଟିନ ।