Masthead

ଚାନ୍ଦବାଲି ବିଧାୟକ ଓ ବିଡିଓଙ୍କ ଘର କଳି ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ଚାନ୍ଦବାଲି ବିଧାୟକଙ୍କ ଶଳା ଓ ଶ୍ୱଶୁର କଣ ଆଇନଠୁ ଉର୍ଦ୍ଧ୍ୱରେ କି ବୋଲି ପ୍ରଶ୍ନ କଲା ବିଜେପି । ବିଡ଼ିଓଙ୍କୁ ମାଡ଼ ମାରିଥିବା ବ୍ୟୋମକେଶ ରାୟଙ୍କ ଶ୍ୱଶୁର ଓ ଶଳାଙ୍କୁ କାହିଁକି ଗିରଫ କରୁନି ପୋଲିସ । ଚାନ୍ଦବାଲି ବିଡ଼ିଓ ଥାନାରେ ଏତଲା ଦେବା ସତ୍ତ୍ୱେ ପୋଲିସ କାର‌୍ୟ୍ୟାନୁଷ୍ଠାନ ନେଉନାହିଁ । ଓଡ଼ିଶାରେ ଆଇନର ଶାସନ ଅଛିକି ନାହିଁ ଏହା ଏକ ରାଜନୈତିକ ଏବଂ ସାମାଜିକ ପ୍ରସଙ୍ଗ ହୋଇ ଉଭା ହେଲାଣି । ମୁଖ୍ୟମନ୍ତ୍ରୀ ସବୁବେଳେ ଆଇନ ତା ବାଟରେ ଯିବ ବୋଲି କୁହନ୍ତି । କିନ୍ତୁ ଅତୀତରେ ହୋଇଥିବା ପରୀ ହତ୍ୟା, ମାହାଙ୍ଗା ଡବଲ ମର୍ଡର ଭଳି ଅନେକ ଘଟଣା, ଯେଉଁଥିରେ ଶାସକ ଦଳର ବିଧାୟକ ମାନଙ୍କର ସଂପୃକ୍ତି ଥିଲା ।

ଏ ସବୁ ଘଟଣା ଗୁଡ଼ିକରେ ମୁଖ୍ୟମନ୍ତ୍ରୀ ଠିକ୍ ଭାବରେ ତଦନ୍ତ କଲେ ନାହିଁ କି ବିଧାୟକ ମାନଙ୍କ ପାଇଁ ବି ଆଇନ ସମାନ, ଏକଥା ଦେଖାଇଲେ ନାହିଁ । ବିଜେଡି ବିଧାୟକ ମାନେ ଆଇନ ଠାରୁ ଉର୍ଦ୍ଧ୍ବରେ ଏ କଥା ରାଜ୍ୟ ସରକାର ଅନେକ ସମୟରେ ଦେଖାଇଛନ୍ତି । କିନ୍ତୁ ଏବେ ଦେଖିବାକୁ ମିଳୁଛି ଯେ, ଚାନ୍ଦବାଲିରେ ବିଜେଡ଼ି ବିଧାୟକ ବ୍ୟମୋକେଶ ରାୟଙ୍କ ଶ୍ୱଶୁର ଓ ଶଳା ମଧ୍ୟ ଆଇନରୁ ଉପରେ । କିଛି ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ସଭାରେ ବସିବା ପାଇଁ ବିଜେଡ଼ି ବିଧାୟକଙ୍କ ଶଳା ଓ ଶ୍ୱଶୁର ଇଚ୍ଛା କରିଥିଲେ । ଯାହାକୁ ନେଇ ବିବାଦ ହୋଇଥିଲା ଏବଂ ସେମାନେ ସ୍ଥାନୀୟ ବିଡ଼ିଓଙ୍କୁ ମାଡ଼ ମାରିଥିଲେ । ଯାହାକୁ ନେଇ ଥାନାରେ ବିଡ଼ିଓ ଏତଲା ମଧ୍ୟ ଦେଇଥିଲେ , ଆଉ ଅଭିଯୁକ୍ତ ମାନଙ୍କ ନାଁରେ ସଙ୍ଗୀନ ଦଫା ମଧ୍ୟ ଲଗାଇଛି ପୋଲିସ । ହେଲେ ଘଟଣାକୁ ଏତେ ଦିନ ବିତିଯିବା ସତ୍ତ୍ୱେ ପୋଲିସ କୌଣସି କାର‌୍ୟ୍ୟାନୁଷ୍ଠାନ ନେଉନାହିଁ ବୋଲି ଅଭିଯୋଗ କରିଛି ବିଜେପି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୋଟର ତାଲିକାରେ କ୍ୟାଟ୍ କୁମାରଙ୍କୁ ନେଇ ଚର୍ଚ୍ଚା 🔴 ଆଖି ବୁଜିଲେ ବରଗଡ଼ ନାବାଳିକା 🔴 ଶ୍ରୀମନ୍ଦିରରେ ନକଲି ଗୁମାସ୍ତା 🔴 ପୁଣି ପ୍ରେମୀ ଯୁଗଳଙ୍କ ବେକରେ ଜୁଆଳି 🔴 ନାବାଳିକା ପୋଡ଼ି, ତଦନ୍ତ ପାଇଁ ଟିମ ଗଠନ 🔴 ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ, ଯୁବକଙ୍କୁ ବାନ୍ଧି ନିର୍ଧୁମ ମାଡ଼ 🔴 ଧନରାଜଙ୍କ ପାଇଁ ଗଲା ଆଉ ଏକ ଜୀବନ 🔴 ୧୨ ଘଣ୍ଟିଆ ରାଇଘର  ବନ୍ଦ 🔴 ଝଡ ପବନ ସହ ବର୍ଷା ସମ୍ଭାବନା, ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ 🔴 ଭୋଟର ତାଲିକାରେ କ୍ୟାଟ୍ କୁମାରଙ୍କୁ ନେଇ ଚର୍ଚ୍ଚା 🔴 ଆଖି ବୁଜିଲେ ବରଗଡ଼ ନାବାଳିକା 🔴 ଶ୍ରୀମନ୍ଦିରରେ ନକଲି ଗୁମାସ୍ତା 🔴 ପୁଣି ପ୍ରେମୀ ଯୁଗଳଙ୍କ ବେକରେ ଜୁଆଳି 🔴 ନାବାଳିକା ପୋଡ଼ି, ତଦନ୍ତ ପାଇଁ ଟିମ ଗଠନ 🔴 ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ, ଯୁବକଙ୍କୁ ବାନ୍ଧି ନିର୍ଧୁମ ମାଡ଼ 🔴 ଧନରାଜଙ୍କ ପାଇଁ ଗଲା ଆଉ ଏକ ଜୀବନ 🔴 ୧୨ ଘଣ୍ଟିଆ ରାଇଘର  ବନ୍ଦ 🔴 ଝଡ ପବନ ସହ ବର୍ଷା ସମ୍ଭାବନା, ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ