Masthead

ଉତ୍ତରାଖଣ୍ଡରେ ଭୂସ୍ଖଳନ, ଫସିଛନ୍ତି ୨ ଶହରୁ ଅଧିକ ପର୍ଯ୍ୟଟକ

ଉତ୍ତରାଖଣ୍ଡ (ବଡ଼ ଖବର ବ୍ୟୁରୋ): ଉତ୍ତରଭାରତରେ ବର୍ଷା ବିତ୍ପାତ । ହିମାଚଳ, ଉତ୍ତରାଖଣ୍ଡର ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ । ହିମାଚଳ ପ୍ରଦେଶରେ ଅତି ପ୍ରବଳ ସମ୍ଭାବନା ଥିବାରୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ହିମାଚଳ ପ୍ରଦେଶ ମଣ୍ଡି-କୁଲୁ ହାଇୱେରେ ଫ୍ଲାସ୍ ଫ୍ଲଡ୍ ଓ ଲ୍ୟାଣ୍ଡ ସ୍ଲାଇଡ୍ ଯୋଗୁଁ ସେଭେନ୍-ମାଇଲ ନିକଟରେ ୧୫ କିଲୋମିଟର ଲମ୍ବା ଟ୍ରାଫିକ୍ ଜାମ୍ ହୋଇଛି । ଉପରେ ଗତକାଲିଠୁ ଫସି ରହିଛନ୍ତି ୨ ଶହରୁ ଅଧିକ ପର୍ଯ୍ୟଟକ।

ହିମାଚଳ ପ୍ରଦେଶରେ ବନ୍ୟା ଯୋଗୁଁ ଏବେସୁଦ୍ଧା ୬ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ୨ଟି ଏନ୍ଏଚ୍ ସମେତ ୧୨୪ଟି ରାସ୍ତା କ୍ଷତିଗ୍ରସ୍ତ ହୋଇଛି। ହିମାଚଳରେ ଆସନ୍ତାକାଲି ମଧ୍ୟ ଅତି ପ୍ରବଳ ସମ୍ଭାବନା ଥିବାରୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ତେଣେ ଜାମ୍ମୁ-କାଶ୍ମୀର ‘ରାମ୍ ବାନ’ରେ ଭୂସ୍ଖଳନ ଯୋଗୁଁ ରାସ୍ତାରେ ଅଟକି ରହିଛି ଗାଡ଼ି। ଏପରିକ ଟନେଲ ଭିତରେ ବି ଗାଡ଼ି ଦୀର୍ଘ ସମୟ ଧରି ଫସି ରହିଥିବା ଦେଖିବାକୁ ମିଳିଛି। ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ପ୍ରାୟ ୩ଶହ ଟ୍ରକ୍ ଅଟକି ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର