Masthead

ଭୂତକୋଠି ପାଲଟିଛି ଡାକ୍ତରଖାନା

ଅସ୍ତରଙ୍ଗ, (ବଡ଼ ଖବର ବ୍ୟୁରୋ): ନାମକୁ ମାତ୍ର ପ୍ରାଣୀ ଚିକିତ୍ସାଳୟ । ଏଠାକୁ ନା ଆସୁଛନ୍ତି ଡାକ୍ତର ନା ହେଉଛି ଚିକିତ୍ସା । ପ୍ରାଣୀ ଚିକିତ୍ସାଳୟ ପାଲଟିଯାଇଛି ଭୁତକୋଠି । ଦୀର୍ଘ ଦିନହେବ ପ୍ରାଣୀ ଚିକିତ୍ସାଳୟର ଅବସ୍ଥା ଶୋଚନୀୟ । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଆଳସାହି ପଞ୍ଚାୟତରେ ଥିବା ପ୍ରାଣୀ ଚିକିତ୍ସାଳୟ ଏବେ ପାଲଟିଛି ଭୂତକୋଠି । ମେଡିକାଲର ଚତୁପାଶ୍ୱର୍ରେ ସମ୍ପୁର୍ଣ୍ଣ ଘଞ୍ଚ ଜଙ୍ଗଲ ଓ ଅରଣ୍ୟରେ ପରିପୂର୍ଣ୍ଣ । ସାଧାରଣ ଗରିବ ଲୋକମାନେ ସରକାରୀ ପଶୁ ଚିକିତ୍ସାଳୟ ରୁ ବଞ୍ଚିତ ହେଉଥିବାରୁ ପ୍ରାଇଭେଟ ଡାକ୍ତର ମାନଙ୍କ ନିକଟରେ ଗାଈ ଗୋରୁଙ୍କୁ ଅଧିକ ଖର୍ଚ୍ଚରେ ଚିକିତ୍ସା କରିବାକୁ ବାଧ୍ୟ୍ୟ ହେଉଛନ୍ତି ଲୋକେ । ବର୍ତମାନ ଉକ୍ତ ଡାକ୍ତରଖାନାଟି ଭୂତକୋଠି ରେ ପରିଣତ ହୋଇଛି ବୋଲି ସାଧାରଣରେ ଆଲୋଚନା ହେଉଛି ।

ଏହି ଡାକ୍ତରଖାନା ଅଧିନରେ ବିଭିନ୍ନ ଗାଁର ଲୋକନିର୍ଭର କରନ୍ତି । କିନ୍ତୁ ଏ ବିଷୟରେ ଆମେ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଅକ୍ଷୟ କୁମାର ଜେନାଙ୍କ ସହ ଯୋଗାଯୋଗ କରିଥିଲୁ । ତାଙ୍କ ପ୍ରତିକ୍ରିୟାରେ ସେ କହିଥିଲେ ଅସ୍ତରଙ୍ଗ ବ୍ଲକରେ ଦଶ ଟି ପ୍ରାଣୀ ଚିକିତ୍ସାଳୟ ରହିଛି । ଆଳସାହି ପ୍ରାଣୀ ଚିକିତ୍ସାଳୟ ହେବାଦିନ ଠାରୁ କୋଣସି ଡାକ୍ତର ପୋଷ୍ଟିଙ୍ଗ ହୋଇନାହିଁ । କିନ୍ତୁ ସୁଧୀର କୁମାର ରାଉତଙ୍କୁ ତିନୋଟି କେନ୍ଦ୍ରର ଚାର୍ଜ ଦିଆଯାଇଛି କିନ୍ତୁ ଏଠାରେ ଚାର୍ଜରେ ଥିବା ଡାକ୍ତର କେତେ ବେଳେ ଆସନ୍ତି ତାହା କେହି କେବେ ଦେଖିନାହାନ୍ତି । ଅନ୍ୟପଟେ ବର୍ତ୍ତମାନ ବର୍ଷା ଦିନ ଚାଲୁଥିବାରୁ ଗାଈ, ଗୋରୁଙ୍କୁ ବିଭିନ୍ନ ରୋଗ ଦେଖାଯାଉଥିବାବେଳେ ଏ ସମ୍ପର୍କରେ ଜନ ସାଧାରଣ ପକ୍ଷରୁ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ୍ୟ ସରକାରୀ ସ୍ତରରୁ କୌଣସି ସମାଧାନର ବାଟ ବାହାରି ପାରିନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା