Masthead

ଉତ୍ତର ଭାରତରେ ବର୍ଷା ବିତ୍ପାତ

ଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ମୌସୁମୀ ବାୟୁ ପ୍ରଭାବରେ ସବୁଠି ଲାଗିରହିଛି ବର୍ଷା । କାଶ୍ମୀରରୁ କନ୍ୟାକୁମାରୀ ସବୁଠି ବର୍ଷା ବିତ୍ପାତ । ହିମାଚଳ ପ୍ରଦେଶ, ଜାମ୍ମୁକାଶ୍ମୀର ସମେତ ଉତ୍ତର ଭାରତର ଅଧିକାଶଂ ଞ୍ଚଅଞ୍ଚଳରେ ଲାଗିରହିଛି ବର୍ଷା କିଛି କିଛି ଅଞ୍ଚଳରେ ବାଦଲଫଟା ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି । ମୌସୁମୀ ପ୍ରଭାବରେ ରାଜଧାନୀ ଦିଲ୍ଲୀ ଏବଂ ଆର୍ଥିକ ରାଜଧାନୀ ମୁମ୍ବାଇରେ ଗତ ରବିବାର ପ୍ରଥମ ବର୍ଷା ହୋଇଥିଲା ।୬୨ ବର୍ଷ ପୁର୍ବେ ଏପରି ଏକ ବିରଳ ଘଟଣା ଦେଖିବାକୁ ମିଳିଥିଲା । ଜୁନ ୨୧,୧୯୬୧ରେ ଉଭୟ ମହାନଗରରେ ମୌସୁମୀ ଏକା ସାଙ୍ଗରେ ପହଞ୍ଚିଥିଲା । ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ବିଶେଷକ ଡ଼କ୍ଟର ନରେଶ କୁମାର କହିଛନ୍ତି ଜୁନ ୨୬ ସୁଦ୍ଧା ମୌସୁମୀ ଦେଶର ପ୍ରାୟ ୮୦ ପ୍ରତିଶତ ସ୍ଥାନରେ ପହଞ୍ଚିଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ ନିମ୍ନଚାପ ଫଳରେ ମୌସୁମୀ ଦ୍ରୁତଗତିରେ ଦେଶର ବିଭିନ୍ନ ତ୍ଥସ୍ଥାନରେ ପହଞ୍ଚିଥିଲା । ମୁମ୍ବାଇରେ ମୌସୁମୀ ଜୁନ ୧୧ ଆସିବାର ଥିଲା । କିନ୍ତୁ ଚଳିତ ବର୍ଷ ଏହା ଜୁନ ୨୫ ରେ ପହଞ୍ଚିଥିଲା । ସେହିଭଳି ଦିଲ୍ଲୀରେ ମୌସୁମୀ ଜୁନ ୨୭ ରେ ପହଞ୍ଚôବାକୁ ଥିବା ବେଳେ ଏହା ୨ଦିନ ପୁର୍ବରୁ ପହଞ୍ଚିଥିଲା । ଆସାମ ଉପରେ ମୌସୁମୀର ପ୍ରଭାବ ଖୁବ କମ ପଡ଼ିଥିଲା । ରାଜସ୍ଥାନର କିଛି ଅଞ୍ଚଳରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ ସହିତ ଉଦୟପୁର ,କୋଟା , ବିକାନେର ଏବଂ ଜୟପୁରର କେତେକ ଜିଲ୍ଲାରେ ହାଲୁକାରୁ ପ୍ରବଳ ବର୍ଷା ଲାଗିରହିଛି । ମୁମ୍ବାଇରେ ମଧ୍ୟ ଲାଗିରହିଛି ପ୍ରବଳ ବର୍ଷା । ଟ୍ୱିଟରରେ ଲୋକମାନେ କ୍ଷୋଭ ପ୍ରକାଶ କରିବା ସହ ନିଜର ସମସ୍ୟା ଉଲ୍ଲେଖ କରିଛନ୍ତି । ମୌସୁମୀର ଆଗମନରେ ଲୋକେ ଯେତିକି ଖୁସି, ବଜ୍ରାପାତ ଓ ଅଧିକରୁ ଅଧିକ ବର୍ଷା ଅନେକଙ୍କ ମୁହଁରୁ ହସ ଛଡାଇନେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼