Masthead

ଅଘୋଷିତ ବିଦ୍ୟୁତ କାଟ, କଂଗ୍ରେସର ଗଣ ବିକ୍ଷୋଭ

ଡେରାବିଶ(ବଡ଼ ଖବର ବ୍ୟୁରୋ): ଅଘୋଷିତ ବିଦ୍ୟୁତ କାଟକୁ ନେଇ ଗଣ ବିକ୍ଷୋଭ । କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀର ଡେରାବିଶ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ କାଟ ସହ ମାତ୍ରାଧିକ ବିଲ୍ ଆଦାୟ ନେଇ ସାଧାରଣ ଲୋକ ହନ୍ତସନ୍ତ ହେଉଛନ୍ତି । ଏହାର ପ୍ରତିବାଦରେ ଡେରାବିଶ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଛତା ଠାରେ ଥିବା ଟାଟା ପାୱାର କମ୍ପାନୀ କାର୍ଯ୍ୟାଳୟ ସମ୍ମୁଖରେ ଗଣ ବିକ୍ଷୋଭ ମାଧ୍ୟମରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ବ୍ଲକ କଂଗ୍ରେସ କମିଟି ସଭାପତି ଉମେଶ ଚନ୍ଦ୍ର ତ୍ରିପାଠୀଙ୍କ ସଭାପତିତ୍ୱରେ ପାଟକୁରା କଂଗ୍ରେସ ନେତା ରତିକାନ୍ତ କାନୁନଗୋ ଯୋଗ ଦେଇ ବିଜୁଳି ବର୍ତ୍ତମାନ ଅତ୍ୟାବଶ୍ୟକ ହୋଇପଡିଛି । ହେଲେ ରାଜ୍ୟ ସରକାର ଟାଟା କମ୍ପାନୀ ସହିତ ହାତ ମିଳାଇ ମୁନାଫା ନେଇ ମାଲାମାଲା ହେଉଛି । ଏପରି ହେଲେ କଂଗ୍ରେସ କର୍ମୀ ବରଦାସ୍ତ କରିବେ ନାହିଁ ।

ସରକାର ନିଜକୁ ବଳକା ବିଦ୍ୟୁତ ରାଜ୍ୟ କହୁଥିଲା ବେଳେ ପଡୋଶୀ ରାଜ୍ୟରୁ ବିଜୁଳି କିଣୁଛନ୍ତି । ତେବେ ଯଦି ଏହାର ସମାଧାନ ନହୁଏ ତାହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଏହି ପ୍ରତିବାଦ ସଭାରେ ବରିଷ୍ଠ କଂଗ୍ରେସ ନେତା ସୁବାସ ସାମଲ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ରଘୁନାଥ ଶତପଥୀ, ପୂର୍ବତନ ବ୍ଳକ କଂଗ୍ରେସ ସଭାପତି ଅନନ୍ତ ପାତ୍ର, ଜୟଦେବ ପରିଡ଼ା, ରାଜୀବ ମିଶ୍ର, ଜିଲ୍ଲା କଂଗ୍ରେସ ଉପ ସଭାପତି ନିରଞ୍ଜନ ରାଉତ,ଗୋଲକ ବିହାରୀ ସାହୁ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଦ୍ୟୁତ ବିଭାଗଙ୍କ ନିକଟକୁ ଛତା ସ୍ଥିତ ଟାଟା ପାୱାର କମ୍ପାନୀ ର ଜୁନିୟର ମ୍ୟାନେଜର ମାଧ୍ୟମରେ ଦାବି ପତ୍ର ପ୍ରଦାନ କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟ୍ରାକ୍ଟରକୁ ଓଭରଟେକ୍ କରିବା ହେଲା କାଳ 🔴 ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ୫ ଦିନ ଜଳିବ ପଶ୍ଚିମ ଓଡ଼ିଶା 🔴 ଜନ ଗଣନା କରିବାକୁ ଯାଇ ଶିକ୍ଷୟତ୍ରୀ ନିଖୋଜ 🔴 ଆମେରିକାର ଶାନ୍ତି ଆଲୋଚନାକୁ ଇରାନର ପ୍ରତ୍ୟାଖ୍ୟାନ 🔴 ଖରାରେ ସିଝୁଛି ଓଡ଼ିଶା 🔴 ଶିଖରଚଣ୍ଡୀ ପାହାଡ଼ରେ ପୁଣି ଦନ୍ତା ଆତଙ୍କ 🔴 ସୁବର୍ଣ୍ଣରେଖାରୁ ବାହାରିଲା ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟର ବୋମା 🔴 ଇସ୍ରାଏଲ ଏବଂ ଲେବାନନ୍ ମଧ୍ୟରେ ୧୦ ଦିନିଆ ଯୁଦ୍ଧବିରତି 🔴 ୪୪ ଡିଗ୍ରୀ ମୁହାଁ ହେଲାଣି ପାରଦ 🔴 ଟ୍ରାକ୍ଟରକୁ ଓଭରଟେକ୍ କରିବା ହେଲା କାଳ 🔴 ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ୫ ଦିନ ଜଳିବ ପଶ୍ଚିମ ଓଡ଼ିଶା 🔴 ଜନ ଗଣନା କରିବାକୁ ଯାଇ ଶିକ୍ଷୟତ୍ରୀ ନିଖୋଜ 🔴 ଆମେରିକାର ଶାନ୍ତି ଆଲୋଚନାକୁ ଇରାନର ପ୍ରତ୍ୟାଖ୍ୟାନ 🔴 ଖରାରେ ସିଝୁଛି ଓଡ଼ିଶା 🔴 ଶିଖରଚଣ୍ଡୀ ପାହାଡ଼ରେ ପୁଣି ଦନ୍ତା ଆତଙ୍କ 🔴 ସୁବର୍ଣ୍ଣରେଖାରୁ ବାହାରିଲା ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟର ବୋମା 🔴 ଇସ୍ରାଏଲ ଏବଂ ଲେବାନନ୍ ମଧ୍ୟରେ ୧୦ ଦିନିଆ ଯୁଦ୍ଧବିରତି 🔴 ୪୪ ଡିଗ୍ରୀ ମୁହାଁ ହେଲାଣି ପାରଦ