Masthead

ଅଘୋଷିତ ବିଦ୍ୟୁତ କାଟ, କଂଗ୍ରେସର ଗଣ ବିକ୍ଷୋଭ

ଡେରାବିଶ(ବଡ଼ ଖବର ବ୍ୟୁରୋ): ଅଘୋଷିତ ବିଦ୍ୟୁତ କାଟକୁ ନେଇ ଗଣ ବିକ୍ଷୋଭ । କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀର ଡେରାବିଶ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ କାଟ ସହ ମାତ୍ରାଧିକ ବିଲ୍ ଆଦାୟ ନେଇ ସାଧାରଣ ଲୋକ ହନ୍ତସନ୍ତ ହେଉଛନ୍ତି । ଏହାର ପ୍ରତିବାଦରେ ଡେରାବିଶ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଛତା ଠାରେ ଥିବା ଟାଟା ପାୱାର କମ୍ପାନୀ କାର୍ଯ୍ୟାଳୟ ସମ୍ମୁଖରେ ଗଣ ବିକ୍ଷୋଭ ମାଧ୍ୟମରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ବ୍ଲକ କଂଗ୍ରେସ କମିଟି ସଭାପତି ଉମେଶ ଚନ୍ଦ୍ର ତ୍ରିପାଠୀଙ୍କ ସଭାପତିତ୍ୱରେ ପାଟକୁରା କଂଗ୍ରେସ ନେତା ରତିକାନ୍ତ କାନୁନଗୋ ଯୋଗ ଦେଇ ବିଜୁଳି ବର୍ତ୍ତମାନ ଅତ୍ୟାବଶ୍ୟକ ହୋଇପଡିଛି । ହେଲେ ରାଜ୍ୟ ସରକାର ଟାଟା କମ୍ପାନୀ ସହିତ ହାତ ମିଳାଇ ମୁନାଫା ନେଇ ମାଲାମାଲା ହେଉଛି । ଏପରି ହେଲେ କଂଗ୍ରେସ କର୍ମୀ ବରଦାସ୍ତ କରିବେ ନାହିଁ ।

ସରକାର ନିଜକୁ ବଳକା ବିଦ୍ୟୁତ ରାଜ୍ୟ କହୁଥିଲା ବେଳେ ପଡୋଶୀ ରାଜ୍ୟରୁ ବିଜୁଳି କିଣୁଛନ୍ତି । ତେବେ ଯଦି ଏହାର ସମାଧାନ ନହୁଏ ତାହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଏହି ପ୍ରତିବାଦ ସଭାରେ ବରିଷ୍ଠ କଂଗ୍ରେସ ନେତା ସୁବାସ ସାମଲ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ରଘୁନାଥ ଶତପଥୀ, ପୂର୍ବତନ ବ୍ଳକ କଂଗ୍ରେସ ସଭାପତି ଅନନ୍ତ ପାତ୍ର, ଜୟଦେବ ପରିଡ଼ା, ରାଜୀବ ମିଶ୍ର, ଜିଲ୍ଲା କଂଗ୍ରେସ ଉପ ସଭାପତି ନିରଞ୍ଜନ ରାଉତ,ଗୋଲକ ବିହାରୀ ସାହୁ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଦ୍ୟୁତ ବିଭାଗଙ୍କ ନିକଟକୁ ଛତା ସ୍ଥିତ ଟାଟା ପାୱାର କମ୍ପାନୀ ର ଜୁନିୟର ମ୍ୟାନେଜର ମାଧ୍ୟମରେ ଦାବି ପତ୍ର ପ୍ରଦାନ କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ