ଇମ୍ଫାଲ (ବଡ଼ ଖବର ବ୍ୟୁରୋ): ମଣିପୁରରେ ଥମୁନି ହିଂସା । ହିଂସା ରୋକିବା ପାଇଁ ଚାଲିଛି ଜୋରଦାର ଚେଷ୍ଟା । ଆଜି ମଣିପୁର ଗସ୍ତରେ ଯିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ମଣିପୁରରେ ଗତ ଦୁଇ ମାସ ଧରି ଲାଗି ରହିଥିବା ହିଂସାକୁ ବନ୍ଦ କରିବା ପାଇଁ ଅପିଲ କରିବେ ରାହୁଲ । ଆଦିବାସୀ ଓ ଅଣ ଆଦିବାସୀଙ୍କ ସଂଘର୍ଷ ଯୋଗୁ ଅଶାନ୍ତ ହୋଇ ପଡ଼ିଥିବା ମଣିପୁରରେ ଶାନ୍ତି ଫେରିବାର ନାଁ ଧରୁନି । ରାହୁଲ ଗାନ୍ଧୀଙ୍କ ଏହି ଗସ୍ତ ସମୟରେ ହିଂସା ଯୋଗୁ ବିସ୍ଥାପିତ ହୋଇଥିବା ଲୋକଙ୍କୁ ରିଲିଫ କ୍ୟାମ୍ପରେ ଭେଟିବେ ।
ଇମ୍ଫାଲ ଓ ଚୁରାଚାନ୍ଦୁପରରେ ସିଭିଲ ସୋସାଇଟି ପ୍ରତିନିଧିଙ୍କ ସହ ଆଲୋଚନା କରିବେ ରାହୁଲ ଗାନ୍ଧୀ । ମଣିପୁରରେ ଲାଗିଥିବା ନିଆଁ ଲିଭାଇବାର ଆବଶ୍ୟକତା ରହିଛି ଏହା ଦ୍ବାରା ବିବାଦରୁ ଶାନ୍ତିକୁ ଫେରିବ । ଏହା ଏକ ମାନବୀୟ ଟ୍ରାଜେଡି । ଘୃଣା ବଦଳରେ ପ୍ରେମର ଫୋର୍ସ ଭାବେ ଛିଡ଼ା ହେବା ଆରମ୍ଭ ଦାୟିତ୍ବ ବୋଲି କଂଗ୍ରେସ ନେତା କହିଛନ୍ତି ।