Masthead

ରୁପା କବାଟରେ ତିଆରି ସିଂହଦ୍ୱାର ଦେଇ ରତ୍ନବେଦୀକୁ ଯିବେ ମହାବାହୁ

ପୁରୀ   (ବଡ଼ ଖବର ବ୍ୟୁରୋ): ସରିଛି ରୁପା ଛାଉଣୀ କାମ । ବର୍ମା ଶାଗୁଆନ କାଠରେ ନବନିର୍ମିତ କବାଟ ସିଂହଦ୍ବାରରେ ଲାଗିବା ପରେ କାରିଗରମାନେ ଏହା ଉପରେ ବିଭିନ୍ନ ଡିଜାଇନରେ ପ୍ରସ୍ତୁତ ରୁପା ପ୍ଲେଟ୍ ସବୁ ଲଗାଇଛନ୍ତି । ବାହୁଡ଼ାଯାତ୍ରା ପୂର୍ବରୁ ଆଜି ଏହି କାମ ଶେଷ ହୋଇଛି। ଆଉ ଏବେ ରୁପାରେ ଝଲସୁଛି ସିଂହଦ୍ୱାର । ଶ୍ରୀମନ୍ଦିର ସିଂହଦ୍ବାର ସମ୍ପୂର୍ଣ୍ଣ ଭାବେ ନୂଆ ତିଆରି କରାଯାଇଛି। ପୁରୁଣା ଦ୍ୱାରକୁ ହଟାଇ ଶାଗୁଆନ କାଠରେ ନୂଆ ଦ୍ୱାର ଲଗାଯାଇଛି।

ମୁମ୍ବାଇରୁ ଆସିଥିବା ୧୩ଜଣ କାରିଗର ବର୍ମା ଶାଗୁଆନ କାଠରେ ପୂର୍ବର ସିଂହଦ୍ୱାର ଭଳି ଅବିକଳ ଦ୍ୱାର ନିର୍ମାଣ କରିଛନ୍ତି। ପରେ ଏହା ଉପରେ ରୁପାର କାରୁକାର୍ଯ୍ୟପୂର୍ଣ୍ଣ ପ୍ଲେଟ୍ କଣ୍ଟା ବାଡ଼େଇ ଓ ଝଳେଇ କରି ଲଗାଯାଇଛି। କବାଟର ଚାରିକୋଣରେ ରୁପାର ପତଳା ପ୍ଲେଟ୍ ସବୁ ଲାଗିବା ପରେ ମଝିରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଡିଜାଇନର ବର୍ଗାକାର ରୁପା ପ୍ଲେଟ୍ ଲଗାଯାଇଛି। ସେହିଭଳି ଦୁଇପାର୍ଶ୍ବରେ ଦୁଇଟି ରୁପାର ସିଂହମୂର୍ତ୍ତି ବି ଲଗାଯାଇଛି। ଦ୍ବାର ଖୋଲିବା ପାଇଁ ଦୁଇ ସିଂହମୂର୍ତ୍ତିରେ ଦୁଇଟି ରୁପାର କଡ଼ା ବି ଲଗାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି