Masthead

ଓଡ଼ିଆ ପୁଅର ବୀରତ୍ୱର ଗାଥା ସୁନାବେଶ

ପୁରୀ(ବଡ଼ଖବର ବ୍ୟୁରୋ):) ସୁନାବେଶରେ ଝଲସୁଛନ୍ତି ବିଶ୍ୱନିୟନ୍ତା ମହାବାହୁ । ଅପୂର୍ବ ସୌନ୍ଦର୍ଯ୍ୟରେ ଚମକୁଛନ୍ତି ନୀଳାଦ୍ରିଶ । ମହଣ ମହଣ ସୁନାରେ ସଜ୍ଜିତ ହୋଇଛନ୍ତି ତିନି ଠାକୁର । ଅପୂର୍ବ ବେଶ ଦେଖି ଭକ୍ତ ବିଭୋର । ଠାକୁରଙ୍କୁ ଲାଗି ହେଉଥିବା  ପ୍ରତ୍ୟେକଟି ସୁନାରେ ରହିଛି ଓଡ଼ିଆର ଛାପ । ଏହି ବେଶ ଯେତିକି ମନୋରମ, ଏହାର ଇତିହାସ ମଧ୍ୟ ସେତିକି ରୋଚକପୂର୍ଣ୍ଣ । ଶ୍ରୀଜିଉମାନଙ୍କର ଏହି ବେଶ ବିଶ୍ୱରେ ବିରଳ । ସମ୍ରାଟ ଅନଙ୍ଗଭୀମ ଦେବ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଉତ୍କଳର ସମ୍ରାଟ’ ବା ‘ଲର୍ଡ ଅଫ ଦି ନେସନ’ ଭାବେ ଘୋଷଣା କରିଥିଲେ ।

ଏହାକୁ ବାସ୍ତବ ରୂପ ଦେଇଥିଲେ ଉତ୍କଳର ପରବର୍ତ୍ତୀ କପିଳେନ୍ଦ୍ର ଦେବ । ୧୪୬୦ ମସିହାରେ ସେ ଶ୍ରୀଜିଉମାନଙ୍କୁ ସମ୍ରାଟ ବେଶରେ ସଜାଇଥିଲେ । ତାଙ୍କର ଶାସନକାଳରେ ଶ୍ରୀମନ୍ଦିରରେ ଆରମ୍ଭ ହୋଇଥିଲା ସୁନାବେଶ ପରମ୍ପରା । ଦାଧିଣାତ୍ୟ ଜୟକରି ରାଜା ନିଜକୁ ସମ୍ରାଟ ଘୋଷଣା କରିବା ସହ ଶ୍ରୀକ୍ଷେତ୍ର ପୁରୀକୁ ବୋହି ଆଣିଥିଲେ ମହଣ ମହଣ ସୁନା ଅଳଙ୍କାର । ୧୬ଟି ହାତୀରେ ଆସିଥିଲା ମୂଲ୍ୟବାନ ଅଳଙ୍କାର । ଯେଉଁଥିରେ ଥିଲା ସୁନା, ରୁପା, ହୀରା ମୋତି, ମାଣିକ୍ୟ ପରି ଅନେକ ମୂଲ୍ୟବାନ ଅଳଙ୍କାର । ସବୁ ଅଳଙ୍କାର ସେ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅର୍ପଣ କରିଥିଲେ । ରଥାରୁଢ ଜିଉମାନଙ୍କୁ ଳାଗି ହୋଇଥିବା ସ୍ୱର୍ଣ୍ଣ ଅଳଙ୍କାରରେ ରହିଛି ଓଡ଼ିଆ ପୁଅର ବୀରତ୍ୱର ଗାଥା । ପ୍ରଭୁ ସମସଗ୍ର ବିଶ୍ୱକୁ ଜଣାଇଦେଉଛନ୍ତି ଓଡ଼ିଆର ପୁଅର ତାକତ ଓ ଗରିମା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ