Masthead

ଛାତ୍ରୀଙ୍କୁ ଅସଦାଚାରଣ ଅଭିଯୋଗ, ଶିକ୍ଷକକୁ ଘେରିଲେ ଗ୍ରାମବାସୀ

ବସ୍ତା (ବଡ଼ ଖବର ବ୍ୟୁରୋ): ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସାଦାଚରଣ ଅଭିଯୋଗ । ରସିକିଆ ଶିକ୍ଷକକୁ ଘେରିଲେ ଅଭିଭାବକ ଏବଂ ଗ୍ରାମବାସୀ । ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ବ୍ଲକ ବଡନଗର ଗାଁରୁ ଏଭଳି ଖବର ସାମ୍ନାକୁ ଆସିଛି । ଗାଁର କଲ୍ୟାଣ କୁମାର ପଣ୍ତା କସିଦା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ଭାବରେ ପାଠ ପଢାଉଛନ୍ତି । ଏବଂ ସେ ତାଙ୍କ ଘର ଏକ କୋଚିଂ ସେଂଟର ମଧ୍ୟ ଖୋଲିଛନ୍ତି । ତେବେ ଦୀର୍ଘଦିନ ଧରି ଶିକ୍ଷକ ଜଣଙ୍କ ଛାତ୍ରୀ ମାନଙ୍କୁ ତାଙ୍କ ରୁମକୁ ଡାକି ଅସାଦାଚରଣ କରି ଆସୁଛନ୍ତି ବୋଲି ଅଭିଭାବକ ଏବଂ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ।

ଏ ସମ୍ପର୍କରେ କାହାକୁ କିଛି ନକହିବା ପାଇଁ ଶିକ୍ଷକ ଧମକ ମଧ୍ୟ ଦେଇଥିବା ଅଭିଯୋଗ ହୋଇଛି । ରସିକିଆ ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିବା ସହ ଅଭିଭାବକ ଏବଂ ଗ୍ରାମବାସୀ ମାନେ କୋଚିଂ ସେଣ୍ଟରରେ ପହଞ୍ଚି ଶିକ୍ଷକଙ୍କୁ ଘେରି ଥିଲେ । ଯାହା ଫଳରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା । ତେବେ ଏ ନେଇ ଅଭିଭାବକ ଏବଂ ଗ୍ରାମବାସୀଙ୍କ ତରଫରୁ ଥାନାରେ କୌଣସି ଅଭିଯୋଗ ହୋଇନଥିବା ବେଳେ ବିଭାଗୀୟ କର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି । ସେପଟେ ଏହି ଅଭିଯୋଗକୁ ମିଥ୍ୟା ବୋଲି କହିଛନ୍ତି ଶିକ୍ଷକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା