ବିପଦରେ ଭାରତର ୯୦% ଅଞ୍ଚଳ

ନୂଆଦିଲ୍ଳୀ (ବଡ଼ ଖବର ବ୍ୟୁରୋ): ଦେଶରେ ଅସହ୍ୟ ଗରମ । ୫୦ ବର୍ଷ ଭିତରେ ଡେର ବଢିଲାଣି ତାପମାତ୍ରା । ଆହୁରି ବୃଦ୍ଧି ପାଇବ ଉତ୍ତାପ । ଏବେ ଦେଶରେ ମୌସୁମୀ ବାୟୁ ପ୍ରବାହିତ ହୋଇଥିଲେ ମଧ୍ୟ କିଛି ଦିନ ପୂର୍ବରୁ ରେକର୍ଡ ଭାଙ୍ଗିଥିଲା ତାପମାତ୍ରା । ଦେଶର ଅନେକ ରାଜ୍ୟ ଉତ୍ତାପର ରେକର୍ଡ ଭାଙ୍ଗିଛି । ଜୁନରେ ଦେଶର ପ୍ରାୟ ୧୦୦ ଲୋକ ପ୍ରାଣ ହରାଇଛନ୍ତି । ଜଳବାୟୁ ପରିବର୍ତ୍ତନ ହେତୁ ଆଗାମୀ ଦିନରେ ପ୍ରବଳ ଉତ୍ତାପ ବୃଦ୍ଧି ପାଇବାର ସମ୍ଭାବନା ଅଛି।

ସାଇନ୍ସ ଡାଇରେକ୍ଟରେ ପ୍ରକାଶିତ ଏକ ଅଧ୍ୟୟନ ରିପୋର୍ଟରେ ବୈଜ୍ଞାନିକମାନେ କହିଛନ୍ତି ଯେ, ଗତ ୫୦ ବର୍ଷ ମଧ୍ୟରେ ଗରମର ତାପମାତ୍ରା ୬୨.୨% ଏବଂ ବଜ୍ରପାତ ୫୨.୮%କୁ ବୃଦ୍ଧି ପାଇଛି। ପାଣିପାଗ ବିଭାଗ ଦ୍ୱାରା ପ୍ରକାଶିତ ତଥ୍ୟ ଆଧାରରେ ୧୯୭୦ରୁ ୨୦୧୯ମଧ୍ୟରେ ଏହି ଅଧ୍ୟୟନ କରାଯାଇଛି। ରିପୋର୍ଟ ଅନୁଯାୟୀ, ଗତ ୫୦ ବର୍ଷ ମଧ୍ୟରେ ଉତ୍ତାପ ଯୋଗୁଁ ପ୍ରାୟ ୧୭୦୦୦ ଲୋକ ପ୍ରାଣ ହରାଇ ସାରିଲେଣି। ଆଗକୁ ଆହୁରି ବୃଦ୍ଧି ପାଇବ ଉତ୍ତାପ । ଭାରତର ୯୦ ପ୍ରତିଶତ ଅଂଚଳକୁ ବିପଦ ସୃଷ୍ଟି ହେବା ନେଇ ଅଧ୍ୟୟନରୁ କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ