Masthead

ଠକେଇ ଅଭିଯୋଗରେ ଗିରଫହେଲେ ସାଇଟ୍ରଷ୍ଟର ଅଧ୍ୟକ୍ଷ

ଚୌଦ୍ୱାର(ବଡ଼ ଖବର ବ୍ୟୁରୋ)  ଦିର୍ଘ ଦିନରୁ ଚାଲିଥିଲା ଟ୍ରଷ୍ଟ ନାଁରେ କୋଟି କୋଟି ଟଙ୍କା ଲୁଟ୍ । ଧରି ପାରିଲାନି ଓଡ଼ିଶା ପୋଲିସ । ଶେଷରେ ଛତିଶଗଡ଼ ରୁ ଆସି ଧରିଲା ଛତିଶଗଡ଼ ପୋଲିସ । ଏକ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକେଇ ଅଭିଯୋଗରେ ସାଇଟ୍ରଷ୍ଟ ର ମୁଖ୍ୟ ଦୀପକ ବରାଡ଼ଙ୍କୁ ଛତିଶଗଡ ପୋଲିସ ଗିରଫ କରିଛି।ମିଳିଥିବା ସୂଚନା ଅନୁସାରେ ନୟାଗଡ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ବିନୋଦପଡା ଛକ ଠାରେ ସାଇଟ୍ରଷ୍ଟ ନାମକ ସଂସ୍ଥା ଖୋଲି ସେଠାରେ କାର୍ୟ୍ୟାଳୟ ଚଳାଉଥିଲା ଦୀପକ କୁମାର ବରାଡ଼ । ସାଇ ବେବି ଫୁଡ଼, ସାଇ କୁଟୀର ଆଦି ବିଭିନ୍ନ ଯୋଜନା କରି ଲୋକ ମାନଙ୍କୁ ଠକୁଥିଲା ଦୀପକ । ରାଜ୍ୟର ୩୦ଟି ଜିଲ୍ଲା ସମେତ ପଶ୍ଚିମବଙ୍ଗ, ଛତିଶଗଡ, ଝାଡଖଣ୍ଡ ଆଦି ରାଜ୍ୟରେ ନିଜର କାୟା ବିସ୍ତାର କରିଥିଲା ଏହି ଟ୍ରଷ୍ଟ । ଲୋକମାନଙ୍କୁ ପ୍ରଭାବିତ କରିବାପାଇଁ ବଡ଼ ବଡ଼ ସଭାର ଆୟୋଜନ କରି ଲୋକଙ୍କୁ ଭୁଁଆ ବୁଲାଉଥିଲା ଦୀପକ । ହଜାର ହଜାର ଶିକ୍ଷିତ ଯୁବକ ଯୁବତୀ ଏହି ଟ୍ରଷ୍ଟ ଅଧୀନ ରେ କାର୍ୟ୍ୟ କରୁଥିଲେ ।ତେଵେ ରାଜ୍ୟର ଅନେକ ସ୍ଥାନ ରୁ କୋଟି କୋଟି ଟଙ୍କା ଠକେଇ କରି ଓଡ଼ିଶା ପୋଲିସ ଛତ୍ରଛାୟା ତଳେ ନିଜର ସାମ୍ରାଜ୍ୟ ବିସ୍ତାର କରିଥିଲା ଦୀପକ । ଶେଷରେ ଛତିଶଗଡ଼ ର ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଠାରୁ ଏକ କୋଟିରୁ ଉର୍ଦ୍ଧ ଟଙ୍କା ଠକେଇ କରିଥିବାର ଅଭିଯୋଗ ଛତିଶଗଡ ଥାନାରେ ହୋଇଥିଲା । ଛତିଶଗଡ ପୋଲିସ ରାଜସୁନାଖଳା ଫାଣ୍ଡି ପୋଲିସ ସହାୟତା ରେ ଦୀପକ ବରାଡ଼ଙ୍କୁ ଗିରଫ କରିଛି । ଛତିଶଗଡ଼ ପୋଲିସ ଦୀପକଙ୍କୁ ଅଧିକ ପଚାରା ଉଚରା କରିବା ସହିତ ଏହି ଠକେଇ ର ଚେର କେତେ ବାଟ ଲମ୍ବିଛି ଅନୁସନ୍ଧାନ ଜାରି ରଖିଛି ।ତେବେ ଏତେ ବଡ଼ ସାମ୍ରାଜ୍ୟ ପ୍ରତିଷ୍ଠା କରି ଦୀପକ ବରାଡ଼ ନିଜର କଳା ସାମ୍ରାଜ୍ୟ ଚଲାଉଥିଲା ହେଲେ ସ୍ଥାନୀୟ ପୋଲିସ କେମିତି କିଛି ଜାଣିପାରିଲାନି ଏବେ ଏହା ସାଧାରଣ ରେ ଚର୍ଚ୍ଚା ହେଉଛି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି