Masthead

ବାହାନଗା ଟ୍ରେନ ଟ୍ରାଜେଡି, ବଦଳିଲେ ଦକ୍ଷିଣ ପୂର୍ବ ରେଳପଥ ଜେନେରାଲ ମ୍ୟାନେଜର

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ବାହାନଗା ଟ୍ରେନ ଟ୍ରାଜେଡି । ଦୁର୍ଘଟଣାର ଅନେକ ଦିନ ପରେ ନିଆଗଲା କାର୍ଯ୍ୟାନୁଷ୍ଠାନ । ପଦରୁ ହଟିଲେ ଦକ୍ଷିଣ ପୂର୍ବ ରେଳ ପଥ ଜେନେରାଲ ମ୍ୟାନେଜର ଅର୍ଚ୍ଚନା ଯୋଶୀ । ଅର୍ଚ୍ଚନାଙ୍କ ସ୍ଥାନରେ ଅନିଲ କୁମାର ମିଶ୍ର ମିଳିବ ଦାୟିତ୍ୱ । ଏନେଇ ନିଷ୍ପତ୍ତି ନେଇଛି କ୍ୟାବିନେଟ କମିଟିର ନିଯୁକ୍ତି ସମିତି ।

ଅର୍ଚ୍ଚନା ଯୋଶୀଙ୍କୁ କର୍ଣ୍ଣାଟକର ୟେଲହଙ୍କାରେ ରେଲୱେ ଭେହିକିଲ ଫ୍ୟାକ୍ଟ୍ରିରେ ଜେନେରାଲ ମ୍ୟାନେଜର ଭାବେ ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ଅର୍ଚ୍ଚନା ପର୍ଯ୍ୟଟନ, ରେଳ ମନ୍ତ୍ରାଳୟ, ରେଲୱେ ବୋର୍ଡର ସଦସ୍ୟ ଭାବେ କାମ କରିଛନ୍ତି । ଏହି ଟ୍ରେନ ଟ୍ରାଜେଡି ଦୁର୍ଘଟଣାରେ ୨୯୩ ଜଣଙ୍କ ମୃତ୍ୟୁ ହୋଇଛି । ଏବେବି ଅନେକ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ଏବେବି ଅନେକ ମୃତଦେହର ପରିଚୟ ମିଳିପାରିନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୨ ଘଣ୍ଟିଆ ରାଇଘର  ବନ୍ଦ 🔴 ଝଡ ପବନ ସହ ବର୍ଷା ସମ୍ଭାବନା, ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ 🔴 ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି 🔴 ସାଲାଇନ ଦେଉଛନ୍ତି ସଫେଇ କର୍ମଚାରୀ  🔴 ‘ପୋଲିସ ଷ୍ଟେଟମେଣ୍ଟ ବଦଳାଇଛି’ 🔴 ଉପ ମୁଖ୍ୟମନ୍ତ୍ରୀଙ୍କ ୨ଟି ଭୋଟର କାର୍ଡକୁ ନେଇ ରାଜନୀତି ସରଗରମ 🔴 ପୁଣି କରଞ୍ଜିଆରେ ହାତୀ ଭୟ 🔴 ଅନ୍ଧବିଶ୍ୱାସ ପାଇଁ ଗାଁ ଛାଡ଼ିଲେ ପରିବାର 🔴 ରାକ୍ଷୀ ପୂର୍ଣ୍ଣିମାରେ ବାଣିଜ୍ୟ ଓ ପରିବହନ ବିଭାଗର ଅଭିନବ ପ୍ରୟାସ 🔴 ୧୨ ଘଣ୍ଟିଆ ରାଇଘର  ବନ୍ଦ 🔴 ଝଡ ପବନ ସହ ବର୍ଷା ସମ୍ଭାବନା, ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ 🔴 ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି 🔴 ସାଲାଇନ ଦେଉଛନ୍ତି ସଫେଇ କର୍ମଚାରୀ  🔴 ‘ପୋଲିସ ଷ୍ଟେଟମେଣ୍ଟ ବଦଳାଇଛି’ 🔴 ଉପ ମୁଖ୍ୟମନ୍ତ୍ରୀଙ୍କ ୨ଟି ଭୋଟର କାର୍ଡକୁ ନେଇ ରାଜନୀତି ସରଗରମ 🔴 ପୁଣି କରଞ୍ଜିଆରେ ହାତୀ ଭୟ 🔴 ଅନ୍ଧବିଶ୍ୱାସ ପାଇଁ ଗାଁ ଛାଡ଼ିଲେ ପରିବାର 🔴 ରାକ୍ଷୀ ପୂର୍ଣ୍ଣିମାରେ ବାଣିଜ୍ୟ ଓ ପରିବହନ ବିଭାଗର ଅଭିନବ ପ୍ରୟାସ