୩ୟ ପର୍ୟ୍ୟାୟ ପାଇଁ ପ୍ରାର୍ଥୀ ଦେଲା RJD, ୩ଟି ଆସନରେ ସସପେନ୍ସ

ବିହାର, (ବଡ଼ ଖବର ବ୍ୟୁରୋ) : ବିହାରରେ ନିର୍ବାଚନ ତାତି । ପ୍ରମୁଖ ରାଜନୈତିକ ଦଳମାନଙ୍କ ମଧ୍ୟରେ କଡ଼ା ଟକ୍କର । ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିବା ସହ ଭୋଟ ହାତେଇବାକୁ ସବୁ ଦଳ ରଣନୀତି ପ୍ରସ୍ତୁତ କରିସାରିଲାଣି । ଏହା ଭିତରେ ତୃତୀୟ ପର୍ୟ୍ୟାୟ ନିର୍ବାଚନ ପାଇଁ ଆରଜେଡି ୪୩ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରିଛି । ତେବେ ଏ ପର୍ୟ୍ୟନ୍ତ କଟିହାର, କୋଚାଧାମନ ଏବଂ ସିହ୍ନେଶ୍ୱର ଏହି ୩ଟି ବିଧାନସଭା ଆସନରେ ପ୍ରାର୍ଥୀଙ୍କ ନାମ ଚୂଡାନ୍ତ ହୋଇନାହିଁ। ଏଠାରେ କିଏ ପ୍ରାର୍ଥୀ ହେବ, ତାହାକୁ ନେଇ ସସପେନ୍ସ ଲାଗି ରହିଛି ।
କୌଣସି ରିସ୍କ ନ ନେଇ ତୃତୀୟ ପର୍ୟ୍ୟାୟ ଲାଗି ପୁରୁଣା ଚେହେରା ଉପରେ ଭରସା କରିଛି ଦଳ । ତଥାପି କିଛି ନୂଆ ଚେହେରାଙ୍କୁ ମଧ୍ୟ ନିର୍ବାଚନୀ ମଇଦାନରେ ଦେଖିବାକୁ ମିଳିବ ।
ଏଠାରେ କହି ରଖୁଛୁ, ତୃତୀୟ ପର୍ୟ୍ୟାୟ ନିର୍ବାଚନ ପାଇଁ ବାମପନ୍ଥୀ ଦଳ ୭ଟି ଆସନ, କଂଗ୍ରେସ ୨୫ଟି ଆସନ ଏବଂ ଆରଜେଡି ୪୬ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ତେବେ କେତେକ ଆସନରେ କଂଗ୍ରେସ ଏବଂ ଆରଜେଡି ମଧ୍ୟରେ ପ୍ରାର୍ଥୀ ପରିବର୍ତ୍ତନର ସମ୍ଭାବନା ବି ରହିଛି। ମହାଗଠବନ୍ଧନ(ଆରଜେଡି, କଂଗ୍ରେସ ଓ ବାମଦଳ) ଖୁବ ଶୀଘ୍ର ସମସ୍ତ ୨୪୩ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିପାରନ୍ତି।
ତୃତୀୟ ପର୍ୟ୍ୟାୟରେ ବିହାରର ୭୮ଟି ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ୨୦ ଅକ୍ଟୋବର ସୁଦ୍ଧା ନାମାଙ୍କନ ଦାଖଲ ହେବ ଏବଂ ୭ ନଭେମ୍ବରରେ ଭୋଟ ଗ୍ରହଣ କରାଯିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!