Masthead

‘ଆମ ସମସ୍ତଙ୍କୁ ଏକଜୁଟ ହେବା ଆବଶ୍ୟକ’

ମହାରାଷ୍ଟ୍ର (ବଡ଼ ଖବର ବ୍ୟୁରୋ):  ପୁନେ ସତାରାରେ ଶରଦ ପାୱାରଙ୍କ ଶକ୍ତି ପ୍ରଦର୍ଶନ । ଦଳୀୟ ବିଧାୟକଙ୍କୁ ନେଇ ଶରଦ ପାୱାର କରିଛନ୍ତି ରାଲି । ଏନସିପିରେ ଅଜିତ ପାୱାରଙ୍କ ବିଦ୍ରୋହର ଗୋଟିଏ ଦିନ ପରେ ଦଳର ମୁଖ୍ୟ ଶରଦ ପାୱାର ସୋମବାର ସତ୍ତାରରେ ସମର୍ଥକଙ୍କୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ଶରଦ ପାୱାର କହିଛନ୍ତି ଆମ ସମସ୍ତଙ୍କୁ ଏକଜୁଟ ହେବା ଆବଶ୍ୟକ। ଶରଦ ପାୱାର ଆଜି ମହାରାଷ୍ଟ୍ରର ସତ୍ତାରରେ ପହଞ୍ଚି ଦଳ ସମର୍ଥକ ମାନଙ୍କୁ ସମ୍ବୋଧିତ କରି କହିଛନ୍ତି ବର୍ତ୍ତମାନ ଆମେ ସମସ୍ତେ ଏକଜୁଟ ହେବା ଆବଶ୍ୟକ।

ମହାରାଷ୍ଟ୍ର ଜାତି ଓ ଧର୍ମ ନାମରେ ବିଭକ୍ତ ହୋଇଛି। ଏବେ ରାଜ୍ୟରେ ଧାର୍ମିକ ବିବାଦ ସୃଷ୍ଟି ହେଉଛି। ଆମେ ମହାରାଷ୍ଟ୍ରର ଏକତାକୁ ଖରାପ ହେବାକୁ ଦେବୁନାହିଁ । ମହାରାଷ୍ଟ୍ରକୁ ଏହାର ଏକତା ଦେଖାଇବାକୁ ପଡ଼ିବ । ଭାରତୀୟ ଜନତା ପାର୍ଟି ଉପରେ ମଧ୍ୟ ବର୍ଷିଛନ୍ତି ସିନିଅର ପାୱାର । ସେ କହିଛନ୍ତି ବିଜେପି ସର୍ବଦା ଅନ୍ୟ ଦଳକୁ ଭାଙ୍ଗିବା ପାଇଁ ଚେଷ୍ଟା କରୁଛି । ଯାହା ଗଣତନ୍ତ୍ରର ଉପରେ କୋଠାରାଘାତ । ତେବେ ବିଜେପିକୁ ଏହାର ଉପଯୁକ୍ତ ଜବାବ ଦିଆଯିବ ବୋଲି ସେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ