ଓଡିଶାରେ ଚିଟଫଣ୍ଡ ରିଟର୍ଣ୍ଣସ

ଭୁୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ଓଡ଼ିଶାରେ ଚିଟଫଣ୍ଡ ରିଟନ୍ସ ହେଇଛି । ସେବେ ଯେମିତି ଚିଟଫଣ୍ଡ ରେ ରାଜ୍ୟବାସୀ ପେଶୀ ହେଇଥିଲେ ସେଥିରୁ ରାଜ୍ୟ ସରକାର କିଛି ଶିଖିଲେନି । ଏବେ ଓଡ଼ିଶାର ଗାଁ ଗଣ୍ଡା ରେ ମାଇକ୍ରୋ ଫାଇନାନ୍ସ କମ୍ପାନୀ ଛତୁ ଫୁଟିଲା ଭଳି ମାତିଛନ୍ତି । ରାଜ୍ୟ ସରକାର ପଛପଟୁ ଏହି କମ୍ପାନୀ ମାନଙ୍କୁ ସପୋର୍ଟ କରୁଛନ୍ତି ।

ନବୀନ ବାବୁଙ୍କ ଲୋକମାନେ ଏହି କମ୍ପାନୀ ମାନଙ୍କ ପଛରେ ରହିଛନ୍ତି । ଏହି କମ୍ପାନୀ ମାନେ ଗାଁର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଟାର୍ଗେଟ କରୁଛନ୍ତି । ଆଉ ଗାଁର ଲୋକମାନେ ଭାବୁଛନ୍ତି ନବୀନ ବାବୁ ଏମାନଙ୍କୁ ପଠେଇଛନ୍ତି ଋଣ ଦେବା ପାଇଁ । ରାଜ୍ୟରେ ଗତ ୭ ଦିନ ଭିତରେ ୪ ଟି ଘଟଣା ଘଟିଛି ଯେଉଁଥିରେ ଫାଇନାନ୍ସ କମ୍ପାନୀ ଦ୍ୱାରା ନିର୍ୟାତିନା ଶିକାର ହୋଇ ଆତ୍ମହତ୍ୟା କରିଛନ୍ତି ଋଣ ଗ୍ରହୀତା । ଫାଇନାନ୍ସ କମ୍ପାନୀ ମାନଙ୍କ ଉପରେ ରାଜ୍ୟ ସରକାରଙ୍କର କୌଣସି ନିୟନ୍ତ୍ରଣ ନାହିଁ । କମ୍ପାନୀର କର୍ମଚାରୀ ବାନାମ୍ବର ବେହେରା ଓ ବନିତା ବେହେରାଙ୍କ ଉପରେ ମାନସିକ ଚାପ ପକେଇଥିଲେ ।

କମ୍ପାନୀର କର୍ମଚାରୀ ବର୍ଷା ରାଣୀ ସାହୁ ଦିନ ୨ ରୁ ରାତି ୩ ଯାଏଁ ବସିକି ମାନସିକ ଚାପ ସୃଷ୍ଟି କରିଥିଲେ । ପ୍ରାଇଭେଟ କମ୍ପାନୀ ମନଙ୍କ ସହ ରାଜ୍ୟ ସରକାର ପାଟନର ହେଇ ଗାଁ ର ଗରିବ ଲୋକଙ୍କୁ ଲୁଟୁଛନ୍ତି । ରାଜ୍ୟ ସରକାର ସ୍ପଷ୍ଟୀକରଣ ରଖନ୍ତୁ ଓଡ଼ିଶାରେ କେତେ ମାଇକ୍ରୋ ଫାଇନାନ୍ସ କମ୍ପାନୀକୁ ପଞ୍ଜିକରଣ କରାଇଛନ୍ତି । କଣ ଗାଇଡ଼ ଲାଇନ ରଖିଛନ୍ତି । ଆଗକୁ ଯେଉଁଠି ଲୋକଙ୍କୁ ମାଇକ୍ରୋ ଫାଇନସ କମ୍ପାନୀ ଧମକେଇବ ସେଠି ବିଜେପି ଜଗିବ । ବିଜେପି ଦାବି କରୁଛି ଋଣ ଗ୍ରସ୍ତ ହୋଇ ଆତ୍ମହତ୍ୟା କରିଥିବା ପରିବାରକୁ ରାଜ୍ୟ ସରକାର ୨୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦିଅନ୍ତୁ । ଅଁଳାଯୋଡି ବିଜେଡି ନେତା ଓ ମୁଖ୍ୟମନ୍ତ୍ରୀ ଯାଆନ୍ତୁ ଦେଖିକି ଆସିବେ କଣ ଅଛି ସେଠିକାର ଲୋକଙ୍କ ସ୍ଥିତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’