ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଶିକ୍ଷା ବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି । ୨୩ ବର୍ଷ ବିଫଳତାକୁ ଲୁଚାଇବା ପାଇଁ ନୂଆ ନୂଆ ମିଛ କଥା କହୁଛନ୍ତି । ଯାହା ରିପୋର୍ଟରୁ ସ୍ପଷ୍ଟ ହୋଇଛି । ଏହା ରାଜ୍ୟ ସରକାରଙ୍କ ପାଇଁ ଆଇନା ବୋଲି କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର । ସେ କହିଛନ୍ତି ଏମାନେ ଶାସନ ନୁହେଁ କ୍ଷମତା ଲୋଭରେ ରହୁଛନ୍ତି ।୫ଟି ଟ୍ରାନସଫରମେସନ କେବଳ ଜଣେ ବ୍ୟକ୍ତିଗତ ସହାୟକଙ୍କୁ ନେତା କରିବା ପାଇଁ କରାଯାଇଛି। ସ୍କୁଲରେ ଭିତ୍ତିଭୂମି ଠିକ୍ ନାହିଁ । ଶିକ୍ଷକ ନାହାନ୍ତି, ପାଇଖାନା ନାହିଁ । କେବଳ ସବୁଜ ରଙ୍ଗ ଦେଇ ୫ଟି ବ୍ୟବସ୍ଥା ଆଣି ସଚିବଙ୍କୁ ନେତା କରିବାର ବ୍ୟବସ୍ଥା ଚାଲିଛି ।