Masthead

୨୦ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ରାଜଧାନୀ ଦିଲ୍ଲୀରେ ଚାରିଆଡ଼େ ବର୍ଷା, ବର୍ଷା ଖାଲି ବର୍ଷା । ବର୍ଷାକୁ ନେଇ ହିମାଞ୍ଚଳ, ଉତ୍ତରାଖଣ୍ଡ, ଜମ୍ମୁ-କାଶ୍ମୀର ଓ ରାଜସ୍ଥାନରେ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଦେଶରେ ମୌସୁମୀ ବର୍ଷା ଜାରି ରହିଛି । ଦିଲ୍ଲୀରେ ଗତ ୯ ଘଣ୍ଟାରେ ୧୨୬.୧ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଦିଲ୍ଲୀରେ ଏତେ ବର୍ଷା ହୋଇଛି ୨୦ ବର୍ଷର ରେକର୍ଡ ଭାଙ୍ଗିଛି । ବର୍ଷାକୁ ନେଇ ହିମାଞ୍ଚଳର ୭ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି । ଜମ୍ମୁର ବିଭିନ୍ନ ସ୍ଥାନ, ପୂର୍ବ ରାଜସ୍ଥାନ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ ଓ ପଞ୍ଜାବରେ ବର୍ଷା ଜାରି ରିହଛି ।

କେରଳର କିଛି ସ୍ଥାନରେ ସକାଳୁ ବର୍ଷା ଜାରି ରହିଛି । ଦିଲ୍ଲୀର ରାଜରାସ୍ତାରେ ଲହଡି ମାରୁଛି ଆଣ୍ଠୁଏ ଉଚ୍ଚର ବର୍ଷା ଜଳ । ଲୋକ ଯାତାୟତରେ ବହୁ ଅସୁବିଧା ଭୋଗୁଛନ୍ତି । ଭୀଷଣ ବର୍ଷା ଓ ବନ୍ୟା ସ୍ଥିତି ଯୋଗୁ ରାଜସ୍ଥାନରେ ୪ କେରଳରେ ୮ଜଣଙ୍କ ମୃତ୍ୟୁ ହେଲାଣି । ଲଗାଣ ବର୍ଷାରେ ଜଳବନ୍ଦୀ ସ୍ଥିତି ଉପୁଜିଛି । କାର୍ ହେଉ କି ବସ୍ ପାଣି ଭିତରେ ପଶି ଯାଉଛି । ପ୍ରଗତି ମୈଦାନ ଟନେଲରେ ପଶିଛି ପାଣି । ସେପଟେ କେଦାରନାଥରେ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼