Masthead

ଆସୁଛନ୍ତି ମୋଦି, ଏକାଠି ବସିବେ ଦୁଇ ପାୱାର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଲଢେଇ ଆର ପାର, ହେବ କିନ୍ତୁ ଷ୍ଟେଜ ଶେୟାର । ଗୋଟିଏ ମଂଚରେ ଏକାଠି ବସିବେ ଶରଦ ଅଜିତ, ମହାରାଷ୍ଟ୍ର କାହାଣୀରେ ଆସିବ କି ନୂଆ ଟ୍ୱିଷ୍ଟ? ବିଜେପି ପାଇଁ ଭାଂଗିଗଲା ପରିବାର, ମୋଦିଙ୍କ ପାଇଁ ଏକାଠି ବସିବେ ଦୁଇ ପାୱାର । ଭେଟିବେ ଚାଚା-ପୁତୁରା । ସାମ୍ନାରେ ରହିବେ ପ୍ରଧାନମନ୍ତ୍ରୀ । ଗୋଟିଏ ମଂଚରେ ହେବ ଭେଟଘାଟ । ଗୋଟିଏ ଦଳ ପକ୍ଷରୁ ନୁହେଁ, ବିଭାଜିତ ଦଳର ନେତା ଭାବେ ହେବେ ସାମିଲ । ମହାରାଷ୍ଟ୍ର ମହାନାଟକରେ ଆସିବ କି ନୂଆ ମୋଡ଼?

 

ଅଗଷ୍ଟ୧ ପୁନେ ଠାରେ ଅନୁଷ୍ଠିତ ହେବାକୁ ଯାଉଛି ଲୋକମାନ୍ୟ ତିଳକ ନ୍ୟାସନାଲ ଆୱାର୍ଡ । ସମ୍ମାନିତ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମ୍ମାନ ଉସôବରେ ସାମିଲ ହେବେ ବଡ଼ ବଡ଼ ନେତା ମନ୍ତ୍ରୀ । ଯେଉଁଥିରେ ସାମିଲ ହେବେ ଏନସିପିର ମୁଖ୍ୟ ଶରଦ ପାୱାର ଏବଂ ମହାରାଷ୍ଟ୍ର ରାଜନୀତିକୁ ରାତାରାତି ପାଲଟାଇଥିବା ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର । ଏନେଇ ସୂଚନା ଦେଇଛି ଲୋକମାନ୍ୟ ତିଳକ ସ୍ମାରକ ମନ୍ଦିର ଟ୍ରଷ୍ଟ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଦର୍ଶ ଲିଡରସିପ୍ ତଥା ଦେଶବାସୀଙ୍କ ମନରେ ଦେଶପ୍ରେମ ଜାଗ୍ରତ କରାଇବାର ଚେଷ୍ଟାକୁ ଦୃଷ୍ଟିରେ ରଖି ଏହି ସମ୍ମାନରେ ତାଙ୍କୁ ସମ୍ମାନିତ କରାଯିବ ।

ତେବେ ସବୁଠାରୁ ଚର୍ଚ୍ଚାର ବିଷୟ ଯେ, ଦୁଇ ପାୱାରଙ୍କ ଭେଟଘାଟ ପରେ କାହାର କ’ଣ ପ୍ରତିକ୍ରିୟା ରହିବ ତା ଉପରେ ସମସ୍ତଙ୍କ ନଜର ରହିବ । କାରଣ ଚାଚା-ପୁତୁରାଙ୍କ ବିଭାଜନ ପରେ କେହି କାହା ନାଁ ଶୁଣିବାକୁ ନାରାଜ । ମହାରାଷ୍ଟ୍ର ମହାନାଟକରେ ଦୁହିଁଙ୍କ ପଲ୍ଲା ଭାରି ଥିବା ବେଳେ ମୋଦିଙ୍କ ଉପସ୍ଥିତିରେ ଉଭୟଙ୍କ ରାଜନୈତିକ ସମ୍ପର୍କରେ ପରିବର୍ତ୍ତନ ଆସିପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଏନସିପି ମୁଖ୍ୟ ଶରଦ ପାୱାର । ତାଙ୍କ ସହ ରାଜ୍ୟର ରାଜ୍ୟପାଳ ରମେଶ ବୈଶ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନେ୍ଦ, ଦେବେନ୍ଦ୍ର ଫଡ଼ନାଭିସ, ଶୁଶିଲ କୁମାର ସିନେ୍ଦ ପରି ନେତାମାନେ ଏଥିରେ ଉପସ୍ଥିତ ରହିବେ । ତେବେ ପାୱାର ଫ୍ୟାମିଲିରେ ପାୱାର ବିଭାଜନ ପରେ ପ୍ରଥମ ଥର ପାଇଁ ଅଲଗା ହୋଇ କାର୍ଯ୍ୟକ୍ରମରେ ଯୋଗ ଦେବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି