Masthead

ଶିଲା ଦିକ୍ଷିତଙ୍କ ଘର ହୋଇପାରେ ରାହୁଲଙ୍କ ନୂଆ ଠିକଣା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ବହୁତ ଶୀଘ୍ର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମିଳିପାରେ ଘରେ। ତାଙ୍କ ପାଇଁ ଘର ଖୋଜା ଶେଷ ହୋଇଛି । ଖୁବଶୀଘ୍ର ସେ ନୂଆ ଘରକୁ ସିଫ୍ଟ କରିବେ। କଂଗ୍ରେସର ନେତା ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଶୀଲା ଦିକ୍ଷିତଙ୍କର ଘରେ ରହିପାରନ୍ତି ।କଂଗ୍ରେସର ଦିବଙ୍ଗତ ନେତା ତଥା ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦିକ୍ଷିତଙ୍କ ଘର ହୋଇପାରେ ରାହୁଲଙ୍କ ନୂଆ ଠିକଣା । ଏହା ଦିଲ୍ଲୀର ନିଜାମୁଦ୍ଧିନ ଇଷ୍ଟରେ ଥିବା ବିଟୁ ବଙ୍ଗଳା ଅଟେ । ଚର୍ଚ୍ଚା ହେଉଛି ଖୁବଶୀଘ୍ର ରାହୁଲ ଏହି ଘରେ ରହିପାରନ୍ତି ।

ବର୍ତମାନ ରାହୁଲ ସୋନିଆଙ୍କ ସହ ଜନପଥ ୧୦ରେ ରହୁଛନ୍ତି । ମାନହାନି ମାମଲାରେ ରାହୁଲଙ୍କ ଲୋକସଭା ସଦସ୍ୟତା ପଦ ରଦ୍ଧ ହେବା ପରେ ତାଙ୍କୁ ସରକାରୀ ବାସଭବନ ଛାଡିବାକୁ ପଡିଥିଲା । ସୂଚନା ଅନୁସାରେ ରାହୁଲ ଗାନ୍ଧୀ ଏହି ଘରକୁ ପସନ୍ଦ କରିଛନ୍ତି । ଏହି ଘର ବାବଦକୁ ଭଡା ମଧ୍ୟ ଦେବେ। ରାଜନୀତିରେ ପ୍ରବେଶ କରିବା ପରେ ଏହା ପ୍ରଥମ ଥର ହେବ ଯେତେବେଳେ ସେ ଏକ ଭଡା ଘରେ ରହିବାକୁ ଯାଉଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ