Masthead

୧୫୦ ରନରେ ଅଲଆଉଟ ହେଲା ୱେଷ୍ଟଇଣ୍ଡିଜ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୱେଷ୍ଟଇଣ୍ଡିଜ୍ ଓ ଭାରତ ମଧ୍ୟରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଘରୋଇ ଦଳ ଘାଇଲା । ମାତ୍ର ୧୫୦ ରନରେ ଅଲଆଉଟ ହେଲା ଘରୋଇ ଦଳ । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଦଳ ଭାରତୀୟ ବୋଲରଙ୍କ ଆଗରେ ତିଷ୍ଟି ପାରିନଥିଲେ । ସ୍ପିନର ଅଶ୍ୱିନ ଓ ଜାଡେଜାଙ୍କୁ ୩ ୱିକେଟ ସଫଳତା ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ୍ ପାଇଁ କ୍ରେଗ୍ ବ୍ରାଥ୍‌ୱେଟ୍ ଏବଂ ଟାଗେନାରାୟଣ ଚନ୍ଦରପଲ୍‌ ପାଳି ଆରମ୍ଭ କରିଥିଲେ। ଉଭୟ ଭଲ ଆରମ୍ଭ କରିଥିଲେ ମଧ୍ୟ ରୋହିତ ଶର୍ମା ପିଚ୍‌କୁ ଠିକ୍ ଭାବେ ପଢ଼ି ନେବାରୁ ନବମ ଓଭରରୁ ଅଶ୍ବିନଙ୍କୁ ଡାକିଥିଲେ ।

ପ୍ରଥମ ବଲ୍‌ରେ ସେ ୱିକେଟ୍‌ରୁ ବଞ୍ଚିତ ହୋଇଥିଲେ ମଧ୍ୟ ତୃତୀୟ ଓଭରରେ ଭାରତ ପାଇଁ ପ୍ରଥମ ୱିକେଟ୍ ଦେଇଥିଲେ । ପ୍ରଥମ ଇନିଙ୍ଗସରେ ଅଶ୍ୱିନୀ ୫ଟି ୱିକେଟ ହାସଲ କରିଛନ୍ତି । ସେହିପରି ରବୀନ୍ଦ୍ର ଜାଡ଼େଜାଙ୍କୁ ୩ଟି ୱିକେଟ ମିଳିଛି । ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଯୁବ ବ୍ୟାଟର ଆଲିକ ଅଥାନେଜ୍ କିଛି ଦର୍ଶନୀୟ ସଟ ମାରି ୪୭ ରନ୍ କରିଥିଲେ । ଜବାବରେ ପ୍ରଥମ ଇନିଙ୍ଗସରେ ଭାରତ କୌଣସି ୱିକେଟ ନହରାଇ ୮୦ ରନ୍ ସଂଗ୍ରହ କରିନେଇଛି । ଅଧିନାୟକ ରୋହିତ ଶର୍ମା ୩୦ ଓ ପ୍ରଥମ କରି ଟେଷ୍ଟ ମ୍ୟାଚରେ ଓପନିଂ କରୁଥିବା ଯଶସ୍ୱୀ ଜେସୱାଲ ୪୦ ରନ୍ କରି ବ୍ୟାଟିଂ କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ