Masthead

ସ୍ଥାଣୁ ପାଲଟିଛି ଅବକାରୀ ବିଭାଗ

ପଦ୍ମପୁର, (ବଡ଼ ଖବର ବ୍ୟୁରୋ): ଉପାନ୍ତ ଅଞ୍ଚଳରେ ଚାଲିଛି ବ୍ୟାପକ ମଦ ବେପାର । ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଭଣ୍ଡାରପୁର ପଞ୍ଚାୟରେ ଚାଲିଛି ଦେଶୀ ଓ ବିଦେଶ ମଦ ବେପାର । ବଢ଼ି ଚାଲିଛି ମଦୁଆଙ୍କ ସଂଖ୍ୟା । ମାତାଲ ହୋଇ ଲୋକେ ବିଭିନ୍ନ ଅପରାଧ ମଧ୍ୟ ଘଟାଉଛନ୍ତି । ଅନେକଙ୍କ ପରିବାର ମଧ୍ୟ ଉଜୁଡ଼ି ଯାଉଛି । ରାସ୍ତାକଡ଼ରେ ଖୁଲମଖୁଲା ଚାଲିଛି ବେପାର । ମାଲୋମାଲ ହେଉଛନ୍ତି ବେପାରୀ । ଚୁପ ବସିଛି ପ୍ରଶାସନ । ସ୍ଥାଣୁ ପାଲଟିଯାଇଛି ଅବକାରୀ ବିଭାଗ । ଏନେଇ ବାରମ୍ବାର ଅଭିଯୋଗ କରାଯାଉଥିଲେ ସୁଦ୍ଧା କିଛି ସୁଫଳ ମିଳୁନାହିଁ ।

ଛୋଟ ଛୋଟ ଛୁଆମାନେ ମଧ୍ୟ ଏହି ବେପାରରେ ସାମିଲ ହେଉଥିବା ନଜରକୁ ଆସୁଛି । ପଢ଼ିବା ବୁଲିବା ବୟସରେ ସେମାନେ କରୁଛନ୍ତି ବେପାର । ଯାହାକି ସେମାନଙ୍କ ଭବିଷ୍ୟତ ଉପରେ ପ୍ରଭାବ ପଡ଼ିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏନେଇ ପୂର୍ବରୁ ମଧ୍ୟ ଅଭିଯୋଗ କରାଯାଇଛି । ୨୦୧୭ରେ ଭଣ୍ଡାରପୁର ସରପଞ୍ଚ ଲିଖିତ ଅଭିଯୋଗ କରିଥିଲେ । ଯାହାକୁ ନେଇ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଥିଲା । ତେବେ ମଦ ବେପାର କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି । ଅବକାରୀ ବିଭାଗର ନଜର କେବେ ଏଠାରେ ପଡ଼ୁଛି ତାଉପରେ ରହିଛି ସ୍ଥାନୀୟ ଲୋକଙ୍କ ନଜର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ