Masthead

ସ୍ଥାଣୁ ପାଲଟିଛି ଅବକାରୀ ବିଭାଗ

ପଦ୍ମପୁର, (ବଡ଼ ଖବର ବ୍ୟୁରୋ): ଉପାନ୍ତ ଅଞ୍ଚଳରେ ଚାଲିଛି ବ୍ୟାପକ ମଦ ବେପାର । ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଭଣ୍ଡାରପୁର ପଞ୍ଚାୟରେ ଚାଲିଛି ଦେଶୀ ଓ ବିଦେଶ ମଦ ବେପାର । ବଢ଼ି ଚାଲିଛି ମଦୁଆଙ୍କ ସଂଖ୍ୟା । ମାତାଲ ହୋଇ ଲୋକେ ବିଭିନ୍ନ ଅପରାଧ ମଧ୍ୟ ଘଟାଉଛନ୍ତି । ଅନେକଙ୍କ ପରିବାର ମଧ୍ୟ ଉଜୁଡ଼ି ଯାଉଛି । ରାସ୍ତାକଡ଼ରେ ଖୁଲମଖୁଲା ଚାଲିଛି ବେପାର । ମାଲୋମାଲ ହେଉଛନ୍ତି ବେପାରୀ । ଚୁପ ବସିଛି ପ୍ରଶାସନ । ସ୍ଥାଣୁ ପାଲଟିଯାଇଛି ଅବକାରୀ ବିଭାଗ । ଏନେଇ ବାରମ୍ବାର ଅଭିଯୋଗ କରାଯାଉଥିଲେ ସୁଦ୍ଧା କିଛି ସୁଫଳ ମିଳୁନାହିଁ ।

ଛୋଟ ଛୋଟ ଛୁଆମାନେ ମଧ୍ୟ ଏହି ବେପାରରେ ସାମିଲ ହେଉଥିବା ନଜରକୁ ଆସୁଛି । ପଢ଼ିବା ବୁଲିବା ବୟସରେ ସେମାନେ କରୁଛନ୍ତି ବେପାର । ଯାହାକି ସେମାନଙ୍କ ଭବିଷ୍ୟତ ଉପରେ ପ୍ରଭାବ ପଡ଼ିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏନେଇ ପୂର୍ବରୁ ମଧ୍ୟ ଅଭିଯୋଗ କରାଯାଇଛି । ୨୦୧୭ରେ ଭଣ୍ଡାରପୁର ସରପଞ୍ଚ ଲିଖିତ ଅଭିଯୋଗ କରିଥିଲେ । ଯାହାକୁ ନେଇ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଥିଲା । ତେବେ ମଦ ବେପାର କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି । ଅବକାରୀ ବିଭାଗର ନଜର କେବେ ଏଠାରେ ପଡ଼ୁଛି ତାଉପରେ ରହିଛି ସ୍ଥାନୀୟ ଲୋକଙ୍କ ନଜର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ