Masthead

ପାଟନାରେ ପୋଲିସ ବର୍ବରକାଣ୍ଡ

ପାଟନା (ବଡ଼ ଖବର ବ୍ୟୁରୋ):  ବିହାର ପାଟନାରେ ପୋଲିସ ବର୍ବରକାଣ୍ଡ । ଲାଠିଚାର୍ଜରେ ବିଜେପି ନେତା ବିଜୟ କୁମାର ସିଂହ ମୃତୁ୍ୟ ହୋଇଥିବା ଅଭିଯୋଗ । ୧୦ ଲକ୍ଷ ଚାକିରି, ଶିକ୍ଷକ ନିଯୁକ୍ତି ପାଇଁ ଭାଜପା ନେତା କର୍ମୀ କରୁଥିଲେ ଆନେ୍ଦାଳନ । ବିଜେପି ନେତାଙ୍କ କହିବା ଅନୁଯାୟୀ, ପାଟନା ଡାକବଙ୍ଗଳା ଛକ ନିକଟରେ ପ୍ରତିବାଦ କରୁଥିବା ବେଳେ ପୋଲିସ ଲାଠିଚାର୍ଜ କରିଥିଲା । ଫଳରେ ଜହାନାବାଦ ନଗରର ବିଜେପି ନେତା ବିଜୟ କୁମାର ସିଂଙ୍କର ମୃତ୍ୟୁ ହୋଇଛି ।

ପ୍ରଥମେ ପୋଲିସ ଲାଠିପାହାରରେ ବିଜୟ ଆହତ ହୋଇଥିଲେ । ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷିତ କରାଯାଇଥିଲା । ବିଜେପି ନେତାଙ୍କ ମୃତ୍ୟୁ ପରେ ବିହାର ରାଜନୀତି ଉଗ୍ର ରୂପ ଧାରଣ କରିଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହି ଘଟଣାରେ ନୀତିଶ ସରକାରଙ୍କୁ ଘେରିଛନ୍ତି ।

ନଡ୍ଡା ଟ୍ୱିଟ୍ କରି କହିଛନ୍ତି, ବିଜେପି କାର୍ୟ୍ୟକର୍ତ୍ତାଙ୍କ ଉପରେ ପାଟନାରେ ହୋଇଥିବା ଲାଠି ଚାର୍ଜ ରାଜ୍ୟ ସରକାରଙ୍କ ବିଫଳତାକୁ ଦର୍ଶାଉଛି । ମହାଗଠବନ୍ଧନ ସରକାର ଦୁର୍ନୀତିର ଦୁର୍ଗକୁ ବଞ୍ଚାଇବାକୁ ଲୋକତନ୍ତ୍ର ଉପରେ ଆକ୍ରମଣ କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ