Masthead

୪ ବର୍ଷ ତଳେ କାନ୍ଦିଥିଲା ଭାରତ, ଏବେ ଦେବ ସଫଳତା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ ): ଅଧାରେ ରହିଯାଇଥିଲା ସ୍ୱପ୍ନ । ଅଟକିଯାଇଥିଲା ବିଜୟ ଧାରା । ହୋଇପାରିନଥିଲା ଇତିହାସର ପୁନରାବୃତ୍ତି । ବିଫଳ ହୋଇଥିଲା ଚନ୍ଦ୍ରଯାନ-୨ । କିନ୍ତୁ ହାର ମାନିନଥିଲା ଇସ୍ରୋ । ବିଫଳତାକୁ ନୂଆ ମିଶନର ମୂଳଦୁଆ ଭାବି ଆଗକୁ ବଢି ଚାଲିଥିଲା ।
ଗୋଟିଏ ପଟେ ଚନ୍ଦ୍ରଯାନ-୩ ପାଇଁ ଉସôାହ । ଅନ୍ୟ ପଟେ ଚନ୍ଦ୍ରଯାନ-୨ର ଦୁଃଖ । ଏବେ ବି ମନେ ଅଛି ୪ ବର୍ଷ ତଳର ସେହି ରାତି, ଖାଲି ଲୁହରେ ଭିଜି ନ ଥିଲେ ଇସ୍ରୋ ବୈଜ୍ଞାନିକ । ସାରା ଦେଶ କାନ୍ଦିଥିଲା ।

ପ୍ରଧାନମନ୍ତ୍ରୀଙ୍କ କାନ୍ଧରେ ମଥା ରଖି ଛୋଟ ପିଲାଙ୍କ ଭଳି ଭୋ ଭୋ ହୋଇ କାନ୍ଦିଥିଲେ କେ.ଶିବନ୍ । ବିକ୍ରମ ସହ ଛିଡିଯାଇଥିଲା ସଂପର୍କ । ଫେଲ ହୋଇଯାଇଥିଲା ଦ୍ୱିତୀୟ ଚନ୍ଦ୍ର ମିଶନ । ପ୍ରଥମ ଥରର ସଫଳତା ପରେ ଦ୍ୱିତୀୟ ମିଶନର ବିଫଳତାକୁ ସହଜରେ ଗ୍ରହଣ କରିପାରୁନଥିଲେ ଭାରତବାସୀ । ଲୋକମାନଙ୍କ ମନରେ ଉଠିଥିଲା ଅନେକ ପ୍ରଶ୍ନ । କ’ଣ ରହିଯାଇଥିଲା ଊଣା? କେମିତି ବିଫଳ ହୋଇଥିଲା ମିଶନ? କ’ଣ କହିଥିଲେ ବୈଜ୍ଞାନିକ?
ଚନ୍ଦ୍ରଯାନ-୧ର ଫଲୋଅପ୍ ମିଶନ ଥିଲା ଦ୍ୱିତୀୟ ଚନ୍ଦ୍ର ମିଶନ । ୨୦୧୯ ଜୁଲାଇ ୨୨ରେ ଚନ୍ଦ୍ର ଅଭିମୁଖେ ବାହାରିଥିଲା ଚନ୍ଦ୍ରଯାନ-୨ । ଏଲଭିଏମ-୩

ଏମ-୧କୁ ଏଥିରେ ଅର୍ନ୍ତଭୁକ୍ତ କରାଯାଇଥିଲା । ଯାହାର ଓଜନ ଥିଲା ୩୮୫୦ କିଲୋଗ୍ରାମ । ବିକ୍ରମ ଲ୍ୟାଣ୍ଡର ଓ ପ୍ରଗ୍ୟାନ ରୋଭର ପରି ଜ୍ଞାନକୌଶଳକୁ ଏଥିରେ ଯୋଡ଼ା ଯାଇଥିଲା । ପୂର୍ବ ମିଶନ ପରି ଚନ୍ଦ୍ରଯାନ-୨କୁ ମଧ୍ୟ ସ୍ୱଦେଶୀ ଜ୍ଞାନ କୌଶଳ ମାଧ୍ୟମରେ ନିର୍ମାଣ କରାଯାଇଥିଲା ।
ଚନ୍ଦ୍ରଯାନ-୨ କୁ ନେଇ ବେଶ ଖୁସି ଥିଲେ ସମସ୍ତେ । ଏହା କିପରି କାର୍ଯ୍ୟ କରିବ? କେଉଁ କେଉଁ କ୍ଷେତ୍ରରେ ସହାୟକ ହେବ ସେ ନେଇ ପ୍ରେସ ମିଟ ଜରିଆରେ ସୂଚନା ଦେଇଥିଲେ କେ. ଶିବନ ।

ଚନ୍ଦ୍ରପୃଷ୍ଠରେ ଲଗାତାର ବିଜୟ ପତାକା ଉଡ଼ାଇବାର ଧାରାରେ ରୋକ ଲାଗିଯାଇଥିଲା ସତ । ହେଲେ ଭାଙ୍ଗିପଡି ନଥିଲେ ଭାରତୀୟ ବୈଜ୍ଞାନିକ । ମାନି ନଥିଲେ ହାର । ଅନ୍ୟ ମହାକାଶ ଗବେଷଣା ସଂସ୍ଥା ତୁଳନାରେ ନିଜକୁ ପଛକୁ ପକାଇନଥିଲେ । ଏବଂ ବିଫଳତାରୁ ଉଚିତ ଶିକ୍ଷା ଗ୍ରହଣ କରିଥିଲେ ଏବଂ ଲାଗିପଡ଼ିଥିଲେ ତୃତୀୟ ଚନ୍ଦ ମିଶନ ଅର୍ଥାତ୍ ଚନ୍ଦ୍ରଯାନ-୩ରେ । ଯାହାର ସାକ୍ଷୀ ରହିଛି ସାରା ବିଶ୍ୱ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି