ଫ୍ରାନ୍ସ ଆକାଶରେ ଗର୍ଜିଲା ଭାରତୀୟ ବାୟୁସେନା ବିମାନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଫ୍ରାନ୍ସର ରାଷ୍ଟ୍ରୀୟ ଦିବସ ସମାରୋହରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତ ସମେତ ବିଶ୍ୱର ବହୁ ରାଷ୍ଟ୍ରମୁଖ୍ୟ ଏହି ଭବ୍ୟ ସମାରୋହରେ ଯୋଗଦେଇଥିଲେ । ଏହି ଉତ୍ସବ ଅବସରରେ ଫ୍ରାନ୍ସର ରାଜଧାନୀ ଫ୍ୟାରିସ୍ ସମେତ ସମଗ୍ର ଦେଶ ଉତ୍ସବମୁଖର ହୋଇଉଠିଥିଲା । ପ୍ରତିବର୍ଷ ୧୪ ଜୁଲାଇରେ ପାଳିତ ହେଉଥିବା ଏହି ଭବ୍ୟ ସମାରୋହର ମୁଖ୍ୟ ଆକର୍ଷଣ ହେଉଛି ଚିତାକର୍ଷକ ପରେଡ ।

ଚଳିତ ବର୍ଷ ଏହି ଉତ୍ସବ ପାଇଁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ବିଶ୍ୱର ସମସ୍ତ ରାଷ୍ଟ୍ରମୁଖ୍ୟଙ୍କୁ ଯୋଗଦେବା ପାଇଁ ନିମନ୍ତ୍ରଣ କରିଥିଲେ । ଏହି ପରେଡରେ ଫ୍ରାନ୍ସର ସମସ୍ତ ଯୁଦ୍ଧାସ୍ତ୍ର ସାମିଲ୍ ହୋଇଥାଏ । ଚଳିତ ବର୍ଷ ବଷ୍ଟିଲ୍ ଡେ’ରେ ଭାରତୀୟ ବାୟୁସେନାର ବିମାନ ମଧ୍ୟ ସାମିଲ ହୋଇଥିଲା । ଫ୍ରାନ୍ସବାସୀ ରାଷ୍ଟ୍ରୀୟ ଦିବସକୁ ଏକ ମହତ୍ୱପୂର୍ଣ୍ଣ ମହୋତ୍ସବ ରୂପେ ପାଳନ କରିଥାନ୍ତି । ୧୭୮୯ରେ ଫ୍ରାନ୍ସରେ କ୍ରାନ୍ତି ଦ୍ୱାରା ବଷ୍ଟିଲ୍ ଜେଲ ଉପରେ ହୋଇଥିବା ଆକ୍ରମଣ କଥା ସ୍ମରଣ କରାଇଥାଏ ବଷ୍ଟିଲ୍ ଡେ’ । ଏହି ଭବ୍ୟ ଉତ୍ସବରେ ଯୋଗ ଦେଇ ପିଏମ ମୋଦି ଭାରତରେ ଦୃତଗାମୀ ବିକାଶ ବିଷୟରେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ