Masthead

ଓଡ଼ିଶା ଉପରେ ରାଜନୈତିକ ଦଳର ଆଖି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଫୋକସରେ ଓଡ଼ିଶା । ରାଜ୍ୟ ମୁହାଁ ଶୀର୍ଷ ନେତୃତ୍ୱ । ମଇଦାନରେ ଷ୍ଟାର ୱାର । ଦଳର ପ୍ରଚାର ମଙ୍ଗ ଧରିଲେଣି ହେଭିୱଟ । ପ୍ରାର୍ଥୀଙ୍କ ପାଇଁ ମାଗିଲେଣି ଭୋଟ । କ୍ଷେତ୍ରରେ ଜମିଲାଣି ପ୍ରଚାର ପ୍ରସାର । ଦଳ ପାଇଁ ନବୀନ ଗ୍ରାଉଣ୍ଡକୁ ଆସି ସାରିଥିବା ବେଳେ ଶାସକ ଦଳକୁ ଟାର୍ଗେଟ କରି ନିଜ ଦଳ ପାଇଁ ବଳ ଗୋଟାଇବା ଆରମ୍ଭ କଲେ ବିଜେପି ଚାଣକ୍ୟ ତଥା ଗୃହମନ୍ତ୍ରୀ ଅମିତ ଶାହା ଓ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା । ରାଜ୍ୟକୁ ଆସି ସଲେପୁରରୁ ହାତକୁ ସଞ୍ଜିବନୀ ଦେଲେ ଏଆଇସିସି ପୂବତନ ସଭାପତି ତଥା ସାଂସଦ ରାହୁଲ ଗାନ୍ଧୀ । ଏହାରି ଭିତରେ ଓଡ଼ିଶାକୁ ଆଗମନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରୁ ଦେଲେ ରଣହୁଙ୍କାର । ଖେଳିଲେ ଓଡ଼ିଆ ଅସ୍ମିତାର କାର୍ଡ । ଶାହା ଓ ନଡ୍ଡାଙ୍କ ପରେ ବିଜେଡି ଉପରେ ବର୍ଷିଲେ ମୋଦି । ଲୋକେ ପରିବର୍ତ୍ତ ଚାହୁଁଛନ୍ତି କହି ନବୀନ ସରକାର ଓ ବିଜୁ ଜନତା ଦଳକୁ ଦେଖାଇଲେ ନାଲି ଆଖି । ଓଡ଼ିଆ ଅସ୍ମିତା, ସ୍ୱାଭିମାନ, ଭାଷା ସାହିତ୍ୟ ଆଜି ସଙ୍କଟରେ । ବିଜେଡି ସରକାରରେ ଓଡ଼ିଶାର ସ୍ଥିତି ଖରାପ ।

ଆଉ ସହିବେ ନାହିଁ, ଏଥର ପରିବର୍ତ୍ତନ କହି କରିଛନ୍ତି ନିଶାନ । ମେଣ୍ଟ ପ୍ରସଙ୍ଗର ଉତ୍ତର ଦେବାକୁ ଯାଇ ଏଭଳି କହିବା ସହ ବିଜେଡିକୁ ହଟାଇ ଆମକୁ ଓଡ଼ିଶାର ସେବା କରିବାର ମଉକା ଖୁବଶୀଘ୍ର ମିଳିବାକୁ ଯାଉଛି । କାହିଁକି ମୋଦିଙ୍କ ଆଭିମୁଖ୍ୟ ତାକୁ ନେଇ ବି ଏବେ ବେଶ ସରଗରମ ରାଜନୀତି । ପୂବରୁ ସମ୍ବଲପୁର ଓ ଚଣ୍ଡିଖୋଲ ଆସି ବି ନିଜେ ହିଁ ନବୀନଙ୍କୁ ପ୍ରଶଂସାରେ ଭୁରି ଦେଇଥିଲେ କିନ୍ତୁ ଠିକ୍ ବିଗୁଲ ବାଜିବା ପରେ ଏବଂ ମେଣ୍ଟରୁ ଏଡେଇବା ପରେ ଏବେ ମୋଦି ଦେଖାଇଛନ୍ତି ତାଙ୍କ ଅସଲ ରୂପ । ତେଲେଙ୍ଗାନା, ପଶ୍ଚିମବଙ୍ଗ ଓ କର୍ଣ୍ଣାଟକ ଭଳି ଓଡ଼ିଶାରେ ନବୀନ ସରକାରଙ୍କୁ କଲେ ଟାର୍ଗେଟ । ଚର୍ଚ୍ଚା ହେଉଛି ନ ଆସିକି ଯତି ଏତେ ଆସିଲେ କେତେ ହେବେ ମୋଦି । ନା ନିଶାନା ଗୋଟେକୁ ଅନ୍ୟ ଠି ଲକ୍ଷ୍ୟ । ଲକ୍ଷ୍ୟ ସ୍ଥଳକୁ ଭେଦ କରିବ ତ ମୋଦୀଙ୍କ ତୀର । ଯାହା ଏବେ ବିଜେଡି ପାଇଁ ସୃଷ୍ଟି କରିପାରେ ସମସ୍ୟା । ଗୋଟେ ପଟେ ରାହୁଲ ଅନ୍ୟପଟେ ମୋଦିଙ୍କ ଆଟାକରୁ ରକ୍ଷା ପାଇବା ପାଇଁ ବିଜେଡି କବଜା ତିଆରି କରିବା ପାଇଁ ହେଲାଣି ସଜାଗ । ଏଥିରୁ ସଷ୍ଟ କି ୨୪ ନିର୍ବାଚନରେ ଓଡ଼ିଶା ଭୂମିକା କେତେ ? ସତ୍ତାକୁ ଆସିବା ପାଇଁ ହେଉ କି ନିଜର ସମ୍ମାନ ରକ୍ଷା ପାଇଁ ରାଜ୍ୟ ନିଭାଇବ ରାଜନୈତିକ ଦଳ ପାଇଁ ବେଶ ଗୁରୁତ୍ୱପୁର୍ଣ୍ଣ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ