Masthead

ଫୋକସରେ କେଜ୍ରି-ଦିଦି-ପାୱାର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ଦକ୍ଷିଣରେ ବିରୋଧୀ, ଉତ୍ତରରେ ଶାାସକଙ୍କ ମେଳି । ବେଙ୍ଗାଳୁରୁରୁ ଦିଲ୍ଲୀ ମହାସମର ପାଇଁ ମହାମେଳି । କାହା ପାଖେ କେତେ ଦମ, କାମ କରିବ କାହାର ପ୍ଲାନ? ଗୋଟେ ପଟେ ବୈଠକରେ ମାନସମନ୍ଥନ, ଅନ୍ୟପଟେ ବୈଠକ ବାହାରେ ଆକ୍ସନ, ରିଆକ୍ସନ । ବିରୋଧୀଙ୍କ ବୈଠକରେ ୩ ନେତାଙ୍କ ଉପରେ ରହିଥିଲା ସମସ୍ତଙ୍କ ଫୋକସ ।

ନମ୍ବର -୧ କେଜ୍ରିୱାଲ, ଦିଲ୍ଲୀ ଅଧ୍ୟାଦେଶକୁ ନେଇ କଂଗ୍ରେସ ସହ ମତଭେଦ ପାଇଁ ତାଙ୍କ ଯୋଗଦାନଙ୍କୁ ନେଇ ଶେଷ ଯାଏଁ ରହିଥିଲା ସସପେନ୍ସ । ହେଲେ ମତଭେଦ ତୁଟିଲା, କେଜ୍ରିୱାଲ ଆସିଲେ, ଆଉ ସିଧା ମୋଦିଙ୍କ ଉପରେ ଧୁମ ବର୍ଷିଲେ । ମମତା କଂଗ୍ରେସ ଓ ବାମପନ୍ଥୀଙ୍କ ସହ ମତଭେଦ ସମସ୍ତଙ୍କୁ ଜଣା । ପଂଚାୟତ ନିର୍ବାଚନ ହିଂସା ପରେ ଏହା ଆହୁରି ବଢିଛି । କିନ୍ତୁ ମମତା ଆସିଛନ୍ତି ଏକାଠି ବସି, ବିଜେପିକୁ ହଟାଇବାର ପ୍ଲାନ କରୁଛନ୍ତି । ନମ୍ବର-୩ ଶରଦ ପାୱାର ।

ବିରୋଧୀ ମହାମେଳିର ଶୁଭ ଦେଇଥିଲେ ନୀତିଶ କୁମାର । ଏହାକୁ ଆଗକୁ ବଢାଇଥିଲେ ଭାରତୀୟ ରାଜନୀତିର ଚର୍ଚ୍ଚିତ ଚେହେରା ଶରଦ ପାୱାର । ତେବେ ମହାରାଷ୍ଟ୍ରରେ ତାଙ୍କ ଦଳ ଏନସିପିରେ ଯାହା ଘଟିଛି, ତାହା ପରେ ଶରଦଙ୍କ ଉପରେ ସମସ୍ତଙ୍କ ଫୋକସ । ପ୍ରଥମ ଦିନରେ ସେ ନଥିଲେ, କିନ୍ତୁ ଦ୍ୱିତୀୟ ଦିନରେ ସେ ହୋଇଛନ୍ତି ସାମିଲ । ଏସମସ୍ତଙ୍କ ବାଦ୍ ବିରୋଧୀ ଶିବିରରେ ୩ ପ୍ରମୁଖ ଦଳର ନେତା ବିଜେପି ବିରୋଧରେ ଖୁବ୍ ଆକ୍ଟିଭ୍ ।

ସପାର ଅଖିଳେଶ, ପିଡ଼ିପିର ମେହବୁବା ଓ ଆରଜେଡିର ଲାଲୁ ଯାଦବ କହିଛନ୍ତି, ୨୪ରେ ହେବ ଏନଡିଏ ସରକାରର ପତନ । ଏକାଠି ବସିଛନ୍ତି, ଆଗରୁ ଲଢୁଥିଲେ । ଏବେ ମନ ମିଶାଇବାକୁ ସାଥୀ ହୋଇ ଡିନର କରିଛନ୍ତି । ଜାତୀୟ ରାଜନୀତରେ ଏହାକୁ ମୋଦି ଭର୍ସେସ ଅଲ କୁହାଯାଉଛି । ବିରୋଧୀଙ୍କ ସ୍ପେଶାଲ ୨୬ ବି କୁହାଯାଉଛି । ଆଗରୁ ବିରୋଧୀ ଏକତା ପାଇଁ ଅନେକ ଥର ଉଦ୍ୟମ ହୋଇଛି, ଏକତା ତ ହୋଇନି, ନିଜ ଭିତରେ ପରେ ଶତ୍ରୁତା ବଢିଛି । ଏଥର କିନ୍ତୁ ସମୀକରଣ କ’ଣ ହେବ, ମତଭେଦ ଭୁଲି ଗୋଟିଏ ବିଚାରଧାରାରେ ଆଗକୁ ବଢିବେ କି ତାହା ସମୟ କହିବ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି