Masthead

ଫୋକସରେ କେଜ୍ରି-ଦିଦି-ପାୱାର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ଦକ୍ଷିଣରେ ବିରୋଧୀ, ଉତ୍ତରରେ ଶାାସକଙ୍କ ମେଳି । ବେଙ୍ଗାଳୁରୁରୁ ଦିଲ୍ଲୀ ମହାସମର ପାଇଁ ମହାମେଳି । କାହା ପାଖେ କେତେ ଦମ, କାମ କରିବ କାହାର ପ୍ଲାନ? ଗୋଟେ ପଟେ ବୈଠକରେ ମାନସମନ୍ଥନ, ଅନ୍ୟପଟେ ବୈଠକ ବାହାରେ ଆକ୍ସନ, ରିଆକ୍ସନ । ବିରୋଧୀଙ୍କ ବୈଠକରେ ୩ ନେତାଙ୍କ ଉପରେ ରହିଥିଲା ସମସ୍ତଙ୍କ ଫୋକସ ।

ନମ୍ବର -୧ କେଜ୍ରିୱାଲ, ଦିଲ୍ଲୀ ଅଧ୍ୟାଦେଶକୁ ନେଇ କଂଗ୍ରେସ ସହ ମତଭେଦ ପାଇଁ ତାଙ୍କ ଯୋଗଦାନଙ୍କୁ ନେଇ ଶେଷ ଯାଏଁ ରହିଥିଲା ସସପେନ୍ସ । ହେଲେ ମତଭେଦ ତୁଟିଲା, କେଜ୍ରିୱାଲ ଆସିଲେ, ଆଉ ସିଧା ମୋଦିଙ୍କ ଉପରେ ଧୁମ ବର୍ଷିଲେ । ମମତା କଂଗ୍ରେସ ଓ ବାମପନ୍ଥୀଙ୍କ ସହ ମତଭେଦ ସମସ୍ତଙ୍କୁ ଜଣା । ପଂଚାୟତ ନିର୍ବାଚନ ହିଂସା ପରେ ଏହା ଆହୁରି ବଢିଛି । କିନ୍ତୁ ମମତା ଆସିଛନ୍ତି ଏକାଠି ବସି, ବିଜେପିକୁ ହଟାଇବାର ପ୍ଲାନ କରୁଛନ୍ତି । ନମ୍ବର-୩ ଶରଦ ପାୱାର ।

ବିରୋଧୀ ମହାମେଳିର ଶୁଭ ଦେଇଥିଲେ ନୀତିଶ କୁମାର । ଏହାକୁ ଆଗକୁ ବଢାଇଥିଲେ ଭାରତୀୟ ରାଜନୀତିର ଚର୍ଚ୍ଚିତ ଚେହେରା ଶରଦ ପାୱାର । ତେବେ ମହାରାଷ୍ଟ୍ରରେ ତାଙ୍କ ଦଳ ଏନସିପିରେ ଯାହା ଘଟିଛି, ତାହା ପରେ ଶରଦଙ୍କ ଉପରେ ସମସ୍ତଙ୍କ ଫୋକସ । ପ୍ରଥମ ଦିନରେ ସେ ନଥିଲେ, କିନ୍ତୁ ଦ୍ୱିତୀୟ ଦିନରେ ସେ ହୋଇଛନ୍ତି ସାମିଲ । ଏସମସ୍ତଙ୍କ ବାଦ୍ ବିରୋଧୀ ଶିବିରରେ ୩ ପ୍ରମୁଖ ଦଳର ନେତା ବିଜେପି ବିରୋଧରେ ଖୁବ୍ ଆକ୍ଟିଭ୍ ।

ସପାର ଅଖିଳେଶ, ପିଡ଼ିପିର ମେହବୁବା ଓ ଆରଜେଡିର ଲାଲୁ ଯାଦବ କହିଛନ୍ତି, ୨୪ରେ ହେବ ଏନଡିଏ ସରକାରର ପତନ । ଏକାଠି ବସିଛନ୍ତି, ଆଗରୁ ଲଢୁଥିଲେ । ଏବେ ମନ ମିଶାଇବାକୁ ସାଥୀ ହୋଇ ଡିନର କରିଛନ୍ତି । ଜାତୀୟ ରାଜନୀତରେ ଏହାକୁ ମୋଦି ଭର୍ସେସ ଅଲ କୁହାଯାଉଛି । ବିରୋଧୀଙ୍କ ସ୍ପେଶାଲ ୨୬ ବି କୁହାଯାଉଛି । ଆଗରୁ ବିରୋଧୀ ଏକତା ପାଇଁ ଅନେକ ଥର ଉଦ୍ୟମ ହୋଇଛି, ଏକତା ତ ହୋଇନି, ନିଜ ଭିତରେ ପରେ ଶତ୍ରୁତା ବଢିଛି । ଏଥର କିନ୍ତୁ ସମୀକରଣ କ’ଣ ହେବ, ମତଭେଦ ଭୁଲି ଗୋଟିଏ ବିଚାରଧାରାରେ ଆଗକୁ ବଢିବେ କି ତାହା ସମୟ କହିବ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ 🔴 ରାଜକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟ ରୂପାଣୀଙ୍କ ହେବ ଶେଷକୃତ୍ୟ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ 🔴 ରାଜକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟ ରୂପାଣୀଙ୍କ ହେବ ଶେଷକୃତ୍ୟ