Masthead

ଭଗବାନ ପର୍ଶୁରାମଙ୍କୁ ବିଧାୟକଙ୍କ ଅପମାନ, ୧୨ ଘଣ୍ଟା ବନ୍ଦ ରହିଲା ପାଟଣାଗଡ଼

ପାଟଣାଗଡ଼ (ବଡ଼ ଖବର ବ୍ୟୁରୋ): ଅସମ୍ମାନର ସୀମା ଟପିଗଲେ ବିଧାୟକ । ମହିଳା ସାଂସଦ, ସାମ୍ବାଦିକ ପରେ ସ୍ଵୟଂ ଭଗବାନଙ୍କୁ ବି ଛାଡିଲେନି ଓ ପର୍ଶୁରାମଙ୍କ ଫଟୋ କାଢ଼ି ସେଠାରେ ବିଜୁ ବାବୁଙ୍କ ମୂର୍ତ୍ତୀ ସ୍ଥାପନ କରି ପୁଣି ବିବାଦରେ ବିଧାୟକ ସରୋଜ ମେହେର । ଏପରିକି ଏନଏସିର ବିନା ଅନୁମତିରେ ମନମାନି କରି ମୂର୍ତ୍ତି ବସାଇବା ଘଟଣାକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଉଛି । ଗତକାଲି ବିକ୍ଷୋଭ ପରେ ଆଜି ବାର ଘଣ୍ଟିଆ ପାଟଣାଗଡ଼ ବନ୍ଦ ପାଳନ କରାଯାଇଛି । ଯେଉଁଥିରେ ୨୦ ରୁ ଅଧିକ ସଂଗଠନ ସହ ବିଭିନ୍ନ ରାଜନୈତିକ ଦଳର ନେତା ସାମିଲ ହୋଇ ସମର୍ଥନ ଜଣାଇଛନ୍ତି । ଭାଗବାନଙ୍କୁ ଅପମାନର ଇଏ ହେଉଛି ପ୍ରତିଫଳନ ।

ବିଧାୟକଙ୍କ ଆଚରଣରେ କ୍ଷୁବ୍ଧ ଜନତା ଆନ୍ଦୋଳନ କରିବା ସହ ବାର ଘଣ୍ଟିଆ ପାଟଣାଗଡ ବନ୍ଦ ପାଳନ କରିଛନ୍ତି । ଭଗବାନ ପର୍ଶୁରାମଙ୍କୁ ବିଧାୟକ ସରୋଜ ମେହେର ଅସମ୍ମାନ କରିଥିବା ପ୍ରତିବାଦରେ ଆଜି ପାଟଣାଗଡ ବନ୍ଦ ପାଳନ କରିଛି ହିନ୍ଦୁ ସମାଜ । ସହରର ଦୋକାନ ବଜାର, ସ୍କୁଲ କଲେଜ, ସରକାରୀ, ବେସରକାରୀ ପ୍ରତିଷ୍ଠାନ ବନ୍ଦ ସହ ଗାଡି ମଟର ସମ୍ପୂର୍ଣ୍ଣ ଠପ ହୋଇଯାଇଛି । ଆନ୍ଦୋଳନକୁ ସହରର ଲୋକେ ସ୍ଵତଃସ୍ପୃତ ଭାବେ ସମର୍ଥନ କରିବା ସହ ଏଥିରେ ୨୦ରୁ ଅଧିକ ସଂଗଠନ ସାମିଲ ହୋଇଛନ୍ତି । ବ୍ରହ୍ମପୁରା ଛକରେ ପର୍ଶୁରାମଙ୍କ ଫଟୋକୁ ହଟାଇ ବିଜୁ ବାବୁଙ୍କ ମୂର୍ତ୍ତୀ ସ୍ଥାପନକୁ ନେଇ ଏବେ ଅଡୁଆରେ ବିଧାୟକ । ତାଙ୍କ ଆଚରଣ ଓ କାର୍ୟ୍ୟଧାରା ପ୍ରତିବାଦରେ ଲୋକେ ଆନ୍ଦୋଳନକୁ ଓଲାଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଏବଂ ସେ ବିବାଦୀୟ ଜାଗାରୁ ବିଜୁ ବାବୁଙ୍କ ମୂର୍ତ୍ତି ହଟାଇ ଭଗବାନ ପର୍ଶୁରାମଙ୍କ ଫଟୋ ପୁନଃ ସ୍ଥାପନ କରା ଗଲା ନଗଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦିଆଯାଇଛି । କେବଳ ବିଭିନ୍ନ ସଂଗଠନ ନୁହେଁ, ଏହି ଆନ୍ଦୋଳନରେ ବିଜେପି, ବିଜେଡି ଓ କଂଗ୍ରେସ ଦଳର ନେତାମାନେ ମଧ୍ୟ ସାମିଲ ହୋଇଥିଲେ । ଭଗବାନ ପର୍ଶୁରାମଙ୍କ ଫଟୋକୁ ହଟାଇ ସେଠାରେ ପ୍ରବାଦ ପୁରୁଷଙ୍କ ମୂର୍ତ୍ତୀ ସ୍ଥାପନ ଘଟଣାକୁ ନିନ୍ଦା କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା