Masthead

ଅହମ୍ମଦାବାଦରେ ହିଟ୍ ଆଣ୍ଡ ରନ୍, ୯ ମୃତ

ଅହମ୍ମଦାବାଦ (ବଡ଼ ଖବର ବ୍ୟୁରୋ):  ଗୁଜୁରାଟର ଅହମ୍ମଦାବାଦରେ ଭୟଙ୍କର ସଡକ ଦୁର୍ଘଟଣା । ଏଥିରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ରୁ ୨୦ ଜଣ ଆହତ ହୋଇଛନ୍ତି । ରାତି ଅଧରେ ଇସ୍କନ ବ୍ରିଜ ଉପରେ ଥାର ଗାଡି ଓ ଡମ୍ପର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଦେଖିବା ପାଇଁ ବ୍ରିଜ ଉପରେ ଲୋକଙ୍କ ଭିଡ଼ ଜମିଥିଲା । ଏହି ସମୟରେ ଏକ ଜାଗୁଆର ଚାଳକ ତୀବ୍ର ବେଗରେ ଆସି ଲୋକଙ୍କୁ ଦଳି ଦେଇ ଚାଲିଯାଇଥିଲା । ଏହା ଏକ ହିଟ୍ ଆଣ୍ଡ ରନ୍ ମାମଲା ବୋଲି ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି ।

ସର୍ଖେଜ-ଗାନ୍ଧିନଗର ହାଇୱେର ଇସକନ୍ ମନ୍ଦିର ପାଖରେ ଦୁର୍ଘଟଣା ହୋଇଥିବା ବେଳେ ଜାଗୁଆର କାର୍ ଡ୍ରାଇଭରଙ୍କ ବେପରୁଆ ଡ୍ରାଇଭରଙ୍କ ପାଇଁ ଏବେ ଲୋକଙ୍କ ଜୀବନ ଚାଲିଯାଇଛି । ରାତି ପ୍ରାୟ ୧୨.୩୦ରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ମୃତ ବ୍ୟକ୍ତି ମାନଙ୍କ ମଧ୍ୟରେ ଜଣେ କନେଷ୍ଟବଳ ଓ ଜଣେ ହୋମ୍‌ଗାର୍ଡ ଥିବା ସୂଚନା ମିଳିଛି । ପୋଲିସ୍ ଘଟଣାରେ ଏବେ ତଦନ୍ତ ଜାରି ରଖିଥିବା ବେଳେ ବ୍ରିଜର ଗୋଟିଏ ପଟେ ଗାଡ଼ି ଚଳାଚଳକୁ ବନ୍ଦ କରିଛିା

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ