Masthead

ଆସିକାରେ ଜିଲ୍ଲା ସ୍ତରୀୟ ଆପ ନେତାଙ୍କ ମେଳି

ଆସ୍କା  (ବଡ଼ ଖବର ବ୍ୟୁରୋ):  ଦିଲ୍ଲୀ ଓ ପଞ୍ଜାବରେ ବିଜୟର ସ୍ୱାଦ ଚାଖୀ ଶାସନ କରୁଥିବା ଆମ ଆଦମୀ ପାର୍ଟି ଏବେ ନିଜ ସଂଗଠନକୁ ମଜବୁତ କରିବା ପାଇଁ ଆପ୍ରାଣ ଉଦ୍ୟମ ଚଳାଇଛି । ଓଡ଼ିଶାରେ ମଧ୍ୟ ଏହି ଦଳ ଏବେ ନିଜ ସଂଗଠନକୁ ସୁଦୃଢ କରିବା ପାଇଁ ଉଦ୍ୟମ ଚଳାଇଛି । ନିର୍ବାଚନକୁ ଆଉ କେଉଟା ମାସ ରହିଥିବା ବେଳେ ଆସିକାରେ ଦଳର ଏକ ବଡ ଧରଣ ବୈଠକ ହୋଇଛି । ଜିଲ୍ଲା ସ୍ତରୀୟ ନେତୃବୃନ୍ଦ ଏକାଠି ହୋଇ ନିର୍ବାଚନୀ ରଣନୀତି ପ୍ରସ୍ତୁତ କରିବା ସହ ଶାସକ ଦଳକୁ ଚେକ ଦେବା ପାଇଁ ବୈଠକରେ ଆଲୋଚନା କରିଛନ୍ତି ।

ରାଜ୍ୟରେ ନିରାଙ୍କୁଶ କ୍ଷମତା ହାସଲ କରୁଥିବା ବିଜେଡି ଏବେ ଲଗାତର ପଚଂମ ପାଳିରେ ଶାସନ କରୁଥିବା ବେଳେ ଆଗକୁ ପୁଣି ନିର୍ବାଚନ ଆସୁଛି । ହେଲେ ଏକଚାଟିଆ ଶାସନ ଗାଦି ହାସଲ କରୁଥିବା ବିଜେଡିକୁ ମାତ ଦେବା ପାଇଁ ବିରୋଧୀ ଦଳ ଅଟାଂ ଭିଡୁଥିଲେ ମଧ୍ୟ କେହି ଟକ୍କର ଦେଇ ପାରୁନାହାଁନ୍ତି । ଏହି କ୍ରମରେ ଏବେ ଆମ ଆଦମୀ ପାର୍ଟୀ ଶାସକ ଦଳକୁ ଚେକ ଦେବା ପାଇଁ ଆସିକା ଅଚଂଳରେ ନେତୃମଣ୍ଡଳୀ ଏକାଠି ହୋଇଥିଲେ । ରଣନୀତି ପ୍ରସ୍ତୁତି କରି ଦଳୀୟ ନେତୃତ୍ୱକୁ ଅଧିକ ସଂଗଠିତ କରିବା ପାଇଁ ଆଲୋଚନା କରିଥିଲେ । କେନ୍ଦ୍ରର ନେତୃତ୍ୱାଧିନ ବିଜେପି ଦଳର ସମସ୍ତ ଦୋଷ ଦୁର୍ବଳତା ଓ ରାଜ୍ୟରେ ବିଜେଡି ସରକାରଙ୍କ କିଛି ବିଫଳତାକୁ ଅସ୍ତ୍ର କରି ଦଳ ପାଇଁ ଲୋକଙ୍କ ନିକଟରେ ପହଁଚିବେ ବୋଲି କହିଛି ।

କେନ୍ଦ୍ରର ବିଜେପି ନେତୃତ୍ୱାଧିନ ଶାସନରେ ପେଟ୍ରୋଲି , ଡିଜେଲ ଦର ବୃଦ୍ଧି, ଖାଉଟି ଦର ବୃଦ୍ଧି, ଶିକ୍ଷା, ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଘରୋଇକରଣ ଓ ରାଷ୍ଟ୍ରୀୟ ସମ୍ପତିକୁ ପୁଞ୍ଜିପତିଙ୍କ ହାତାରେ ଟେକି ଦେବା ଭଳି ଏହାକୁ ନିର୍ବାଚନର ଅସ୍ତ୍ର ଭାବେ ବ୍ୟବହାର କରିବେ ବୋଲି କହିଛି । ସେହିପରି ରାଜ୍ୟରେ ୫ଟର ଦ୍ୱାହି ଦେଇ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି ପାଣି ଓ ବେରୋଜଗାର ଭଳି ମୌଳିକ ସୁବିଧା ଯୋଗାଇବାରେ ବିଫଳ ହୋଇଥିବା ବେଳେ ଏସବୁ ମାମଲାକୁ ନେଇ ଦଳ ଲୋକଙ୍କ ନିକଟରେ ପହଁଚିବ ବୋଲି ବୈଠକରେ ଆପ ନେତା ମାନେ ମତ ବ୍ୟକ୍ତ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ