Masthead

ଗୀତା ପଢି ଅନୁପ୍ରାଣିତ ସିଲିୟନ୍ ମର୍ଫି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଅଭିନେତା ସିଲିୟନ୍ ମର୍ଫି କହିଛନ୍ତି ଯେ ଚଳଚ୍ଚିତ୍ର ନିର୍ମାତା ଖ୍ରୀଷ୍ଟୋଫର ନୋଲାନଙ୍କ ‘ଓପେନହାଇମର’ ପାଇଁ ପ୍ରସ୍ତୁତି ବେଳେ ସେ ଭଗବଦ୍ ଗୀତା ପଢିଛନ୍ତି। ମର୍ଫି, ଆମେରିକାର ପଦାର୍ଥ ବିଜ୍ଞାନୀ ଜୁଲିୟସ୍ ରୋବର୍ଟ ଓପେନହାଇମଙ୍କ ଭୂମିକାରେ ଅଭିନୟ କରିଛନ୍ତି ଯାହାକୁ “ପରମାଣୁ ବୋମାର ପିତା” ଭାବରେ ସମ୍ମାନିତ କରାଯାଇଛି।

ତାଙ୍କ ଜୀବନ ଉପରେ ଆଧାରିତ ଏହି ଚଳଚ୍ଚିତ୍ର ଜୁଲାଇ ୨୧ ରେ ରିଲିଜ ହେବାକୁ ଯାଉଛି। ମର୍ଫିଙ୍କ ପ୍ରକାଶ ଇଣ୍ଟରନେଟରେ ଆକର୍ଷିତ ହେବାରେ ଲାଗିଛି । ଯେହେତୁ ଓପେନହାଇମର କହିଥିଲେ ଯେ ୧୯୪୫ ମସିହାରେ ବିଶ୍ୱର ପ୍ରଥମ ପରମାଣୁ ବୋମାକୁ ସଫଳତାର ସହ ପରୀକ୍ଷା କରିବା ପରେ ତାଙ୍କୁ ଗୀତାର ସ୍ମରଣ ହେଲା। ତେଣୁ ଏକ ସାକ୍ଷାତକାରରେ ମର୍ଫିଙ୍କୁ ଓପେନହାଇମର ପବିତ୍ର ପାଠ ଦ୍ୱାରା ପ୍ରଭାବିତ ହୋଇଥିବା ବିଷୟରେ ପଚରାଯାଇଥିଲା, ଯେଉଁଥିରେ ଅଭିନେତା କହିଥିଲେ ଯେ ସେ ଭଗବଦ୍ ଗୀତା ଦ୍ୱାରା ଅନୁପ୍ରାଣିତ ହୋଇଥିଲେ। ପ୍ରସ୍ତୁତି ସମୟରେ ଭଗବଦ୍ ଗୀତା ପଢିଥିଲେ । ଗୀତା ଅତ୍ୟନ୍ତ ପ୍ରେରଣାଦାୟକ।

ଏହି ଚଳଚ୍ଚିତ୍ରଟି ବୈଜ୍ଞାନିକ ଜେ ରୋବର୍ଟ ଓପେନହାଇମରଙ୍କ ଉପରେ ଆଧାରିତ, ଯିଏ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ପରମାଣୁ ବୋମା ତିଆରି କରିବାର ପ୍ରୟାସ କରିଥିଲେ। ଏହି ଚଳଚ୍ଚିତ୍ରରେ ମର୍ଫି, ମ୍ୟାଟ ଡେମନ୍, ରୋବର୍ଟ ଡାଉନି ଜ୍ରୁ, ଏମିଲି ବ୍ଲଣ୍ଟ ଏବଂ ଫ୍ଲୋରେନ୍ସ ପୁଗ୍ ଅଭିନୟ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର