Masthead

କର୍ଣ୍ଣାଟକରୁ ରାଜ୍ୟସଭା ଯିବେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ରାଜ୍ୟସଭାକୁ ଯାଇପାରନ୍ତି ସୋନିଆ ଗାନ୍ଧୀ । ଲୋକସଭା ସଦସ୍ୟା ଥିବା କଂଗ୍ରେସ ଅଧକ୍ଷ୍ୟା ସୋନିଆ ଗାନ୍ଧୀ ଆଗକୁ ପ୍ରତ୍ୟକ୍ଷ ନିର୍ବାଚନ ନ ଲଢ଼ି ରାଜ୍ୟସଭାକୁ ଯାଇପାରନ୍ତି । ସୋନିଆ ଯଦି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଅନୁରୋଧ ରକ୍ଷା କରନ୍ତି, ତେବେ ଏହା ସମ୍ଭବ ହେବ ।

ବର୍ତ୍ତମାନର ବାସଭବନ ୧୦-ଜନପଥରେ ରହିବା ପାଇଁ ହେଲେ ସୋନିଆଙ୍କୁ ସଂସଦର ସଦସ୍ୟ ପଦ ବଜାୟ ରଖିବାକୁ ହେବ । ସେ ଦୃଷ୍ଟିରୁ ଅସୁସ୍ଥ ସୋନିଆଙ୍କ ପାଇଁ ରାଜ୍ୟସଭା ସଦସ୍ୟପଦ ସୁରକ୍ଷିତ ବୋଲି ବିଚାର କରାଯାଉଛି । ରାଜୀବ ଗାନ୍ଧୀ ଲୋକସଭାରେ ବିରୋଧୀ ଦଳ ନେତା ହେବା ସମୟରୁ, ୧୯୮୯ରୁ ସୋନିଆ ଏଠାରେ ବାସ କରିଆସୁଛନ୍ତି । ଗାନ୍ଧୀ-ନେହେରୁ ପରିବାର ସଦସ୍ୟ ପାରମ୍ପରିକ ଭାବେ ୧୦-ଜନପଥରେ ରହିଆସୁଛନ୍ତି । ୨୦୨୪ ଏପ୍ରିଲ ୨ ସୁଦ୍ଧା କର୍ଣ୍ଣାଟକର ୪ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ