ଇମ୍ଫାଲ (ବଡ଼ ଖବର ବ୍ୟୁରୋ): ଦେଶରେ ଲଜ୍ଜା ପରେ ଲଜ୍ଜା । କିଛି ଦିନ ତଳେ ହୋଇଥିବା କୁକି ସମ୍ପ୍ରଦାୟର ଦୁଇ ମହିଳାଙ୍କ ସହ ବର୍ବରକାଣ୍ଡର ମନରୁ ଲିଭି ନଥିବାବେଳ ଏବେ ଆସିଛି ଆଉ ଏକ ଘଟଣା । ପୁଣି ଯୁଇ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ କରଯାଇଛି ହତ୍ୟା । କାଙ୍ଗପୋକପି ଜିଲ୍ଲାର ଦୁଇ ମହିଳାଙ୍କୁ ଯୌନ ନିର୍ଯ୍ୟାତନା ଦେବା ସହ ହତ୍ୟା କରାଯାଇଛି । ଆଉ ଏହି ଘଟଣା ସେହି ଦିନ ଘଟିଛି ଯେଉଁ ଦିନ ଦୁଇ ମହିଳାକୁ ନିବସ୍ତ୍ର କରି ରାସ୍ତାରେ ବୁଲାଯାଇଛି । କିନ୍ତୁ ବଡ଼ କଥା ହେଉଛି ପୋଲିସ ଏଯାଏଁ ଅଭିଯୁକ୍ତଙ୍କୁ ଧରି ନାହିଁ ।
ଦୁଇ ଯୁବତୀଙ୍କ ବସୟ ୨୧ ଏବଂ ୨୪ ବର୍ଷ ବୋଲି ସୂଚନା ମିଳିଛି । ସେମାନେ ଏକ କାର ୱାସ ସେଣ୍ଟରରେ କାର୍ଯ୍ୟ କରୁଥିଲେ । କିଛି ଦୁବୃର୍ତ୍ତ ସେମାନଙ୍କୁ ଆକ୍ରମଣ କରିବା ସହ ଏକ ଘରୁ ଉଠାଇ ନେଇଥିଲେ । ସେଠାରେ ପ୍ରାୟ ଦେଢ ଘଣ୍ଟା ପର୍ଯ୍ୟନ୍ତ ଦୁଇ ଯୁବତୀଙ୍କ ସହ ଦୁଷ୍କର୍ମ କରିଥିଲେ । ଏହାପରେ ସେମାନେ ଦୁଇ ଯୁବତୀଙ୍କୁ ଘୋଷାଡି ଘୋଷାଡି ନେଇ ଏକ କାଠ ମିଲରେ ପକାଇ ଦେଇଥିଲେ । ମେ ୪ ତାରିଖ, ଯେଉଁଦିନ ଦୁଇ ମହିଳାଙ୍କୁ ଗଣଦୁଷ୍କର୍ମ କରି ଉଲଗ୍ନ କରି ରାସ୍ତାରେ ବୁଲାଯାଇଥିଲା ସେହଦିନ ଏହି ଘଟଣା ମଧ୍ୟ ଘଟିଥିଲା ।
ଯେଉଁ ହିଂସାକାରୀମାନେ ଦୁଇ ଯୁବତୀଙ୍କ ସହ ଦୁଷ୍କର୍ମ କରିଥିଲେ ତାଙ୍କ ସହ କିଛି ମହିଳା ହିଂସାକାରୀ ମଧ୍ୟ ଥିଲେ । ଯେଉଁମାନେ ପୁରୁଷ ହିଂସାକାରୀଙ୍କୁ ଏଭଳି କରିବାକୁ ପ୍ରର୍ବତାଇଥିଲେ । ଏନେଇ ମେ ୧୬ ତାରିଖ ଜଣେ ପୀଡ଼ିତାଙ୍କ ମା’ ସ୍ଥାନୀୟ ସଇକୁଲ ଥାନାରେ ଏଫଆଇର ରୁଜୁ କରିଥିଲେ । ଏପର୍ଯ୍ୟନ୍ତ ଅଭିଯୁକ୍ତ ଗିରଫ ହୋଇନଥିବାବେଳେ ପୋଲିସର କାର୍ଯ୍ୟକାରିତା ଊପରେ ପ୍ରଶ୍ନ ଉଠାଯାଉଛି ।