Masthead

‘ମିଜୋରାମ ବର୍ତ୍ତମାନ ସୁରକ୍ଷିତ ନୁହେଁ’

ଇମ୍ଫାଲ  (ବଡ଼ ଖବର ବ୍ୟୁରୋ):  ମଣିପୁରକୁ ନେଇ ସାରା ଦେଶ ସ୍ତବ୍ଧ । ଚାରିଆଡେ ସୃଷ୍ଟି ହୋଇଛି ଆଲୋଡ଼ନ । ବୁଧବାର ଦୁଇ କୁକି ମହିଳାଙ୍କୁ ନିବସ୍ତ୍ର କରି ରାସ୍ତାରେ ଚଳାଇବା ତଥା ଯୌନ ନିର୍ଯାତନା ଦେବା ପ୍ରସଙ୍ଗରେ ଉଠୁଛି ପଡୁଛି ରାଜରାସ୍ତା । ଏହାରି ମଧ୍ୟରେ ମିଜୋରାମରେ ପୂର୍ବତନ ଉଗ୍ରବାଦୀର ଏକ ସଂଗଠନ ଉଭୟ ମୈତେଇ ଏବଂ ପଙ୍ଗାଲସଙ୍କୁ ମିଜୋରାମ ରାଜ୍ୟରୁ ବାହାରିଯିବା ଲାଗି କହିଛନ୍ତି । ଉଗ୍ରବାଦୀଙ୍କ କହିବା  ଅନୁଯାୟୀ, ମଣିପୁରରେ ଦୁଇ ମହିଳାଙ୍କ ଉଲଗ୍ନ ଭିଡିଓ ଏବଂ ସେମାନଙ୍କ ଉପରେ ନିର୍ଯାତନାର ଘଟଣାକୁ ନେଇ ମିଜୋରାମ ଯୁବକମାନେ କ୍ରୋଧରେ ଅଛନ୍ତି ।

ଆଇଜୋଲରେ ପୂର୍ବତନ ଉଗ୍ରବାଦୀର ସଂଗଠନ ପିସ ଏକାର୍ଡ ଏମଏନଏଫ ରିଟର୍ଣ୍ଣଜ ଆସୋସିଏସନ ଶୁକ୍ରବାର ଦିନ ବିବୃତ୍ତି ଜାରି କରି କହିଛନ୍ତି ଯେ, ମିଜୋରାମରେ ସ୍ଥିତି ବର୍ତ୍ତମାନ ଚାପଗ୍ରସ୍ତରେ ଅଛି । ମଣିପୁରରେ ବିଦ୍ରୋହକାରୀଙ୍କ ଦ୍ୱାରା ହୋଇଥିବା ଏହି ଅପରାଧ ଲାଗି, ମଣିପୁରର ମୈତେଇ ଲୋକଙ୍କ ପାଇଁ ମିଜୋରାମରେ ରହିବା ବର୍ତ୍ତମାନ ସୁରକ୍ଷିତ ନୁହେଁ । ମିଜୋରାମ ସରକାର କହିଛନ୍ତି ଯେ, କୌଣସି ଅଘଟଣକୁ ଏଡାଇବା ପାଇଁ ଆମେ ମୈତେଇ ଲୋକଙ୍କୁ ଅନୁରୋଧ କରୁଛୁ। ଆମେ ସେମାନଙ୍କୁ କୌଣସି ଆଦେଶ ଦେଉନାହୁଁ। ସେମାନଙ୍କ ସୁରକ୍ଷା ପାଇଁ ଚେଷ୍ଟା ଜାରି ରହିଛି । ମୈତେଇ ସମ୍ପ୍ରଦାୟର ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବା ସହ ଗୁଜବ ପ୍ରତି ଧ୍ୟାନ ନ ଦେବାକୁ କହିଥିଲେ।

ସଂଗଠନ କହିଛି, ମିଜୋରାମରେ ରହୁଥିବା ମୈତେଇ ସମ୍ପ୍ରଦାୟର ଲୋକମାନେ ସେମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ଛାଡିବା ଉଚିତ। ମଣିପୁରରେ ଘଟିଥିବା ଏହି ଘଟଣାରେ ମିଜୋ ଲୋକଙ୍କୁ ଗଭୀର ଆଘାତ ଲାଗିଛି। ତେଣୁ ଏଭଳି ପରିସ୍ଥିତିରେ ମିଜୋରାମ ମୈତେଇ ଲୋକ ଏବେ ସୁରକ୍ଷିତ ନୁହଁନ୍ତି। ମିଜୋରାମରେ ପ୍ରାୟ ୨୦୦୦ ମୈତେଇ ସମ୍ପ୍ରଦାୟର ଲୋକ ବାସ କରନ୍ତି। ସେମାନେ ପ୍ରାୟତଃ ରାଜଧାନୀ ଆଇଜୱାଲ ଏବଂ ଏହାର ଆଖପାଖ ଅଞ୍ଚଳରେ ବାସ କରନ୍ତି। ପିଏଏମଆରଏଙ୍କ ବୟାନ ପରେ ମିଜୋରାମରେ ରହୁଥିବା ମୈତେଇ ସମ୍ପ୍ରଦାୟ ମଧ୍ୟରେ ଭୟ ବ୍ୟାପି ଯାଇଛି। ସେମାନେ ନିଜ ଭିଟାମାଟି ଛାଡି ଯିବାକୁ ଅଣ୍ଟା ଭିଡିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ