୨୦୧୯ରୁ ଛତିଶଗଡ଼ ସହଯୋଗ କରୁନି: ଆନନ୍ଦ ଚନ୍ଦ୍ର ସାହୁ

ସମ୍ବଲପୁର (ବଡ଼ ଖବର ବ୍ୟୁରୋ):  ହୀରାକୁଦ ଡ୍ୟାମ ମୁଖ୍ୟଯନ୍ତ୍ରୀଙ୍କ ସାଙ୍ଘାତିକ ଅଭିଯୋଗ । ଛତିଶଗଡ଼ ତଥ୍ୟ ଦେଉନଥିବା କହିଲେ ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ । ସେ କହିଛନ୍ତି ୨୦୧୯ରୁ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ସହଯୋଗ କରୁନି । ଉପରମୁଣ୍ଡର ସ୍ଥିତି ନେଇ କୌଣସି ତଥ୍ୟ ଦେଉନି । ଛତିଶଗଡ଼ ଡ୍ୟାମରୁ କେତେ ପାଣି ନିଷ୍କାସିତ ଓ ଗଚ୍ଛିତ ହେଉଛି କହୁନି । ସେ କହିଛନ୍ତି ବନ୍ୟାଜଳ ପରିଚାଳନା ପାଇଁ ଓଡିଶା ବୈଠକ ପାଇଁ ବାରମ୍ବାର ଡାକୁଛି । ଏଥିପାଇଁ ଚିଠି ମଧ୍ୟ ଦେଇଛି ।

କିନ୍ତୁ ପଡୋଶୀ ବୈଠକ ପାଇଁ ରାଜି ହେଉନି କି ଆବଶ୍ୟକ ତଥ୍ୟ ଜଳ ପରିଚାଳନା ପାଇଁ ଦେଉ ନାହିଁ । ସେହିପରି ଥରୁଟିଏ ବି ବୈଠକ ପାଇଁ ଡାକି ନାହିଁ ବୋଲି ଯନ୍ତ୍ରୀ କହିଛନ୍ତି । ଏବେ ଆମ ପାଖରେ ନୂଆ ଟେକ୍ନୋଲୋଜି ଅଛି, ଆଇଏମଡି ରିପୋର୍ଟକୁ ଆଧାର କରି ଜଳ ପରିଚାଳନା କରାଯାଉଛି ବୋଲି ଯନ୍ତ୍ରୀ କହିଛନ୍ତି । ସେପଟେ ଆଜି ହୀରାକୁଦର ୫ଟି ଗେଟ୍ ଦେଇ ପ୍ରଥମ ବନ୍ୟାଜଳ ଛଡାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’