Masthead

ନିଖୋଜ ଅଛନ୍ତି କି ଚୀନର ବୈଦେଶିକ ମନ୍ତ୍ରୀ?

ନୂଆଦିଲ୍ଲୀ  (ବଡ଼ ଖବର ବ୍ୟୁରୋ): କୁଆଡ଼େ ଗଲେ ଚୀନର ବୈଦେଶିକ ମନ୍ତ୍ରୀ? ନିଖୋଜ ଅଛନ୍ତି କି କିନ୍ ଗ୍ୟାଙ୍ଗ? ଲଗାତାର କିଛି ଦିନ ହେବ ଚୀନର ବୈଦେଶିକ ମନ୍ତ୍ରୀ କିନ୍ ଗ୍ୟାଙ୍ଗଙ୍କୁ ନେଇ ଏଭଳି ପ୍ରଶ୍ନ ସାମ୍ନାକୁ ଆସୁଛି । କରାଯାଉଛି ବିଭିନ୍ନ କଳ୍ପନା ଜଳ୍ପନା । କଥା ଉଠୁଛି ଯେ ଜଣେ ସାମ୍ବାଦିକଙ୍କ ସହ ତାଙ୍କର ପରକୀୟା ପ୍ରୀତି ରହିଥିଲା । ଏକଥା ସାମ୍ନାକୁ ଆସିଲା ପରେ ହିଁ ତାଙ୍କର ନିଖୋଜର ଖବର ସାମ୍ନାକୁ ଆସିଛି । ତେବେ ଚର୍ଚ୍ଚା ଏହା ମଧ୍ୟ ହେଉଛି ଯେ ବୈଦେଶିକ ମନ୍ତ୍ରୀ ପରି ଜଣେ ଉଚ୍ଚପଦସ୍ଥ ମନ୍ତ୍ରୀଙ୍କ ନିଖୋଜ ହେବାକୁ ନେଇ ମୁହଁ ଖୋଲୁନାହାନ୍ତି ରାଷ୍ଟ୍ରପତି ସି ଜିନପିଙ୍ଗ । ତେବେ ଗଣମାଧ୍ୟମର ରିପୋର୍ଟ ମୁତାବକ ଜଣେ ମହିଳା ସାମ୍ବାଦିକଙ୍କ ସହିତ ତାଙ୍କର ସମ୍ପର୍କ ଥିଲା । କିଛି ଏହାକୁ ପ୍ରଫେସନାଲ ରିଲେସନସିପ୍ ଆଖ୍ୟା ଦେଉଥିବା ବେଳେ କିଛି ଏହାକୁ ଅବୈଧ ବୋଲି କହୁଛନ୍ତି । ତାଙ୍କ ମିସିଙ୍ଗର କାରଣ ଏହି ଯୁବତୀ ବୋଲି କୁହାଯାଉଛି । ସୋସିଆଲ ମିଡିଆରେ ଦୁଇ ଜଣଙ୍କର ଫଟୋ ମଧ୍ୟ ଭାଇରାଲ ହୋଇଥିଲା । ଅନ୍ୟପଟେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାରଣ ପାଇଁ ସର୍ବସାଧାରଣଙ୍କ ସାମ୍ନାକୁ ଆସୁନାହାନ୍ତି ବୋଲି ମଧ୍ୟ କିଛି ରିପୋର୍ଟ କହୁଛି । କାରଣ ଜାକାର୍ତ୍ତାରେ ଅନୁଷ୍ଠିତ ହେବାକୁ ଥିବା ଆସୋସିଏସନ ଅଫ ସାଉଥଇଷ୍ଟ ଏସିଆନ ନେସନ୍ସ ମିଟିଙ୍ଗରେ ଯୋଗ ଦେବାର ଥିଲା । ଅସୁସ୍ଥତା କାରଣରୁ ସେ ଏହି ବୈଠକରେ ଯୋଗ ଦେଇପାରିନଥିଲେ । ଶେଷ ଥର ପାଇଁ ଋଷିଆର ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସହ ବୈଠକରେ ନଜରକୁ ଆସିଥିଲେ କିନ୍ ଗ୍ୟାଙ୍ଗ । ସେହିଦିନ ଠାରୁ ପାଖାପାଖି ୩ ସପ୍ତାହ ହୋଇଗଲାଣି ଜନସାଧାରଣଙ୍କ ଦୃଷ୍ଟିକୁ ଆସିନାହାନ୍ତି ଚୀନର ବୈଦେଶିକ ମନ୍ତ୍ରୀ । ସେ କୋଭିଡ-୧୯ରେ ଆକ୍ରାନ୍ତ ହୋଇଥିବା କଥା ମଧ୍ୟ ଚର୍ଚ୍ଚା ହେଉଥିଲା । କିନ୍ତୁ ଏଯାଏ ତାଙ୍କ ବିଷୟରେ କୌଣସି ସ୍ପଷ୍ଟ କଥା ସାମ୍ନାକୁ ଆସିନାହିଁ । ସେପଟେ ଆଉ ଏକ କଥାକୁ ନେଇ ମଧ୍ୟ ଚର୍ଚ୍ଚା ବଢୁଛି । ମନ୍ତ୍ରୀଙ୍କ ନିଖୋଜରେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମୁଣ୍ଡବିନ୍ଧାକୁ ବଢାଇ ଦେଇଛି । ତେବେ ଏଥିରେ ସେ କିଛି ଲୁଚାଛନ୍ତି ବୋଲି ମଧ୍ୟ ଶୁଣାଯାଉଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ!