ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଗକୁ ନିର୍ବାଚନ । ଏବେ ଠୁ ଆରମ୍ଭ ହେଲାଣି ଦଳରେ ମାନସମନ୍ଥନ । ନିର୍ବାଚନ ପୂର୍ବରୁ ଉଭୟ ଶାସକ ଏବଂ ବିରୋଧୀ ମଧ୍ୟରେ ଚାଲିଛି ଆରୋପ ପ୍ରତ୍ୟାରୋପ । କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଟୁଇଟ କରି ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି। ଖଡ଼ଗେ କହିଛନ୍ତି ବାବାସାହେବ ଆମ୍ବେଦକରଙ୍କ ସ୍ୱପ୍ନକୁ ବିଜେପି ଭାଙ୍ଗି ଚୁରମାର କରିଛି । ଏକ ମାସ ମଧ୍ୟରେ ମଧ୍ୟପ୍ରଦେଶରେ ଦଳିତ-ଆଦିବାସୀଙ୍କ ଉପରେ ଅତ୍ୟାଚାରର ଅତ୍ୟନ୍ତ ନିନ୍ଦନୀୟ ଏବଂ ଯନ୍ତ୍ରଣାଦାୟକ ଘଟଣା ଘଟିଛି।
मध्य प्रदेश में एक महीनें में ही दलित-आदिवासी अत्याचार की दूसरी बेहद निंदनीय व पीड़ादायक वारदात हुई है, जो मानवता को शर्मसार कर देने वाली है।
NCRB Report (2021) के मुताबिक़, भाजपा शासित मध्य प्रदेश में –
▫️दलितों के ख़िलाफ़ अपराधों का रेट सबसे ज़्यादा है।
▫️आदिवासियों के…— Mallikarjun Kharge (@kharge) July 24, 2023
ଏହା ମାନବିକତାକୁ ଲଜ୍ଜିତ କରିଛି। ଏନସିଆରବି ରିପୋର୍ଟ ୨୦୨୧କୁ ଦର୍ଶାଇ ସେ କହିଛନ୍ତି ବିଜେପି ଶାସିତ ମଧ୍ୟପ୍ରଦେଶରେ ଦଳିତଙ୍କ ବିରୋଧରେ ଅପରାଧର ହାର ସର୍ବାଧିକ ରହିଛି। ଅଧିକାଂଶ ଅପରାଧ ଆଦିବାସୀଙ୍କ ବିରୋଧରେ କରାଯାଇଛି। ପ୍ରତିଦିନ ୭ ରୁ ଅଧିକ ଅପରାଧ ଘଟିଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଖଡ଼ଗେ କହିଛନ୍ତି ମଧ୍ୟପ୍ରଦେଶର ଆମର ଦଲିତ, ଆଦିବାସୀ ତଥା ପଛୁଆ ବର୍ଗର ନାଗରିକମାନେ ଦଶନ୍ଧି ଧରି ଭାଜପାର ଖରାପ ଶାସନରେ ଜର୍ଜରିତ ହୋଇଛନ୍ତି।