ଭାରତର ନାମ ନଷ୍ଟ କରୁଛନ୍ତି ଉର୍ଫି…. ଉର୍ଫିଙ୍କୁ ନେଇ ଆସିଲା କିଛି ଏପରି ମନ୍ତବ୍ୟ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ‘ବିଗ୍ ବସ୍ ଓଟିଟି ସିଜନ୍ ୧’ରେ ଖ୍ୟାତି ଅର୍ଜନ କରିଥିବା ଉର୍ଫି ଜାଭେଦ୍ ଅସାଧାରଣ ପୋଷାକ ପିନ୍ଧୁଥିବା ହେତୁ ଅନେକ ସମୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥାନ୍ତି । ନିକଟରେ ତାଙ୍କୁ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା । ସେଠାରେ ତାଙ୍କ ସହ ଏପରି କିଛି ଘଟଣା ଘଟିଗଲା, ଯାହା ସେ ଭାବି ନଥିଲେ । ତାଙ୍କ ପୋଷାକ ଦେଖି ଜଣେ ବ୍ୟକ୍ତି ଏପରି ମନ୍ତବ୍ୟ ଦେଇଥିଲେ, ଯାହା ଶୁଣିବା ପରେ ଉର୍ଫି ଖୁବ ଜୋରରେ ରାଗି ଯାଇଥିଲେ । ଏବଂ ଉକ୍ତ ବ୍ୟକ୍ତିଙ୍କୁ ପ୍ରତିଉତ୍ତର ମଧ୍ୟ ଦେଇଥିଲେ ।

ଉର୍ଫିଙ୍କ ଏହି ଭିଡ଼ିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓ ରେ ବ୍ୟକ୍ତି ଜଣଙ୍କ ଉର୍ଫିଙ୍କୁ କହୁଛନ୍ତି ‘ଆମ ଭାରତରେ ଏଭଳି ପୋଷାକ ପିନ୍ଧିବାର ଅନୁମତି ନାହିଁ’ ଆପଣ ଏହିଭଳି ପୋଷାକ ପିନ୍ଧି ଆମ ଭାରତର ନାମ ସଂସ୍କୃତି ଓ ପରମ୍ପରାକୁ ନଷ୍ଟ କରୁଛନ୍ତି । ଭାଇରାଲ ହେଉଥିବା ଏହି ଭିଡିଓକୁ ଅନେକ ଲୋକ ସମର୍ଥନ କରୁଛନ୍ତି । ଲୋକମାନେ କମେଣ୍ଟ ରେ ଲେଖୁଛନ୍ତି ‘କେହି ଜଣେ ତାଙ୍କ ମୁହଁ ଉପରେ କଥା କହିଲା’ ସେହିପରି ଅନ୍ୟ ଜଣେ ଲେଖିଛନ୍ତି ‘ ମାମୁଁ ଙ୍କ ସାହାସ କୁ ମାନିବାକୁ ପଡିବ’ । ବିମାନବନ୍ଦରରେ ଉକ୍ତ ବ୍ୟକ୍ତି ଏବଂ ଉର୍ଫିଙ୍କ ମଧ୍ୟରେ ଖୁବ ଜୋରରେ ଯୁକ୍ତିତର୍କ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ