Masthead

ବାହା ହେବେନି, ଭାରତ ଫେରୁଛି ବୋଲି ଭିଡିଓ ସେୟାର କରି କହିଲେ ଅଂଜୁ

ନୂଆଦିଲ୍ଲୀ  (ବଡ଼ ଖବର ବ୍ୟୁରୋ): ପ୍ରଥମେ ସୀମା । ଏବେ ଅଂଜୁ । ପ୍ରେମ ପାଇଁ କରିଛନ୍ତି ବର୍ଡର ପାର । ମୋ ପରିବାରକୁ ହଇରାଣ କରନି । ମୁଁ ଶୀଘ୍ର ଭାରତ ଫେରୁଛି । ଏଭଳି କହି ଏକ ଭିଡିଓ ଜାରି କରିଛନ୍ତି ପାକିସ୍ତାନ ମିଡିଆର ହେଡଲାଇନ୍ସ ପାଲଟିଥିବା ଅଂଜୁ । ସ୍ତ୍ରୀ କଥା ଜାଣିବା ପରେ କାନ୍ଦି ପାଉଛନ୍ତି ଅଂଜୁଙ୍କ ସ୍ୱାମୀ । ସେପଟେ ଅଂଜୁଙ୍କ ସହ ବିବାହକୁ ନେଇ ସୂଚନା ଦେଇଛନ୍ତି ଅଂଜୁଙ୍କ ଫେସବୁକ ବନ୍ଧୁ ନସରୁଲ୍ଲା ।

ଗୋଟିଏ ପଟେ ପାକିସ୍ତାନର ସୀମାଙ୍କୁ ନେଇ ଭାରତରେ ଚର୍ଚ୍ଚା । ସେପଟେ ପାକିସ୍ତାନ ମିଡିଆର ହେଡଲାଇନ୍ସ ପାଲଟିଛନ୍ତି ଭାରତୀୟ ମହିଳା ଅଂଜୁ । ୨୯ ବର୍ଷୀୟ ଫେସବୁକ ବନ୍ଧୁ ନସରୁଲ୍ଲାଙ୍କୁ ଭେଟିବା ପାଇଁ ପାକିସ୍ତାନରେ ପହଂଚିଛନ୍ତି ଅଂଜୁ । ଦୁଇ ଦେଶର ଏହି ପ୍ରେମ କାହାଣୀରେ ରୋଚକ ମୋଡ ନେଉଛି । ପାକିସ୍ତାନରେ ରହି ସେ ଏକ ଭିଡିଓ ଜାରି କରିଛନ୍ତି । ମୁଁ ସବୁକିଛି ପ୍ଲାନ କରି ଆସିଛି ବୋଲି ସେ ଭିଡିଓରେ କହିଛନ୍ତି । ସେପଟେ ସ୍ତ୍ରୀକୁ ନେଇ ଗଣମାଧ୍ୟମରେ ଏପରି ଚର୍ଚ୍ଚା ହେଉଥିବା ବେଳେ କାନ୍ଦି ପକାଉଛନ୍ତି ଅଂଜୁଙ୍କ ସ୍ୱାମୀ ଅରବିନ୍ଦ । ରବିବାର ଦିନ ସେ ଏସବୁ ବିଷୟରେ ଜାଣିବାକୁ ପାଇଲେ । ୨୦ ତାରିଖରେ ସ୍ୱାମୀଙ୍କୁ ଜୟପୁର ଯାଉଛି ବୋଲି କହି ଘରୁ ବାହାରିଥିଲେ ଅଂଜୁ । ସ୍ତ୍ରୀକୁ ଫୋନ କରିବା ପରେ ସେ ଖୁବଶୀଘ୍ର ଭାରତ ଫେରିଆସିବେ ବୋଲି କହିଥିଲେ । କେମିତି ଅଂଜୁ ପାକିସ୍ତାନ ଗଲେ, କେମିତି ଭିସା ପାଇଲେ ଏସବୁ କଥା ସେ ଜାଣି ନଥିବା କହିଛନ୍ତି ।

ଚର୍ଚ୍ଚା ହେଉଛି ପ୍ରେମ ପାଇଁ ବର୍ଡର ପାର କରିଛନ୍ତି ରାଜସ୍ଥାନର ୩୫ ବର୍ଷୀୟ ଅଂଜୁ । କିନ୍ତୁ ସୀମାଙ୍କ ପରି ବେଆଇନ ଭାବେ ନୁହେଁ । ଭିସା ନେଇ କରିଥିଲେ ବର୍ଡର ପାର୍ । ତେବେ ଏ ନେଇ ଭାରତୀୟ ପୋଲିସ ମଧ୍ୟ ଖୋଳତାଡ଼ ଜାରି ରଖିଛି । ତେବେ ସବୁଠାରୁ ବଡ଼ କଥା ହେଉଛି ଯେ, ଏ ବାବଦରେ ମୁହଁ ଖୋଲିଛନ୍ତି ପାକିସ୍ତାନୀ ଯୁବକ ନସରୁଲ୍ଲା । ବିବାହର କୌଣସି ପ୍ରସ୍ତାବ ନାହିଁ । ଅଗଷ୍ଟ ୨୦ରେ ଅଂଜୁ ଭାରତ ଫେରିଆସିବେ ବୋଲି ସେ ସୂଚନା ଦେଇଛନ୍ତି । ତେବେ ଅଂଜୁ ଦେଶ ଫେରିବା ପରେ ହିଁ ପୂରା ଘଟଣା ଉପରୁ ପରଦା ଉଠିପାରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ