ଯୌତୁକ ଜନିତ ବଧୂହତ୍ୟା

ଜଗତସିଂହପୁର(ବଡ଼ ଖବର ବ୍ୟୁରୋ): ଥମୁନି ଯୌତୁକ ଜନିତ ବଧୂହତ୍ୟା । ଯୌତୁକ ପାଇଁ ମଣିଷ ପାଲଟି ଯାଉଛି ସଇତାନ । ଯୌତୁକ ନିର୍ଯାତନା ସହିନପାରି ବିଷ ପିଇ ଆତ୍ମହତ୍ୟା କରିଛନ୍ତି ବଧୂ । ଜଗତସିଂହପୁର ଜିଳ୍ଳା ନାଉଗାଁ ଥାନା ଭଟଣା ଗ୍ରାମରେ ଘଟିଛି ଏଭଳି ଘଟଣା । ଏହି ଗ୍ରାମରେ ପୂଜା ରାଣୀ ଲେଙ୍କା ସେହି ଗ୍ରାମର ଭିକାରି ଲେଙ୍କାକୁ ୧୩ ବର୍ଷ ପୂର୍ବେ ବିବାହ କରିଥିଲେ ।

ବିବାହର କିଛି ଦିନ ପରେ ପୂଜାଙ୍କର ଏକ କନ୍ୟା ସନ୍ତାନ ଓ ଏକ ପୁତ୍ର ସନ୍ତାନ ହୋଇଥିଲା । ତେବେ କିଛି ଦିନ ପରେ ଭିକାରି ଲେଙ୍କା ଓ ତାଙ୍କ ପରିବାର ଲୋକେ ବାରମ୍ବାର ଅଧିକ ଯୌତୁକ ଟଙ୍କା ଦାବିକରି ବୋହୁ ପୂଜାରାଣୀ ଲେଙ୍କାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଆସୁଥିଲେ। ଯାହାକୁ ସହିନପାରି ପୂଜାରାଣୀ ତାଙ୍କ ଭଟଣା ଗ୍ରାମରେ ଥିବା ବାପା ଘରକୁ ଚାଲି ଆସୁଥିଲେ । କିନ୍ତୁ ବାରମ୍ବାର ଏପରି ଘଟଣା ଘଟିବାରୁ ଏହାକୁ ଆଉ ସହ୍ୟ ନକରିପାରି ମାନସିକ ଭାରସାମ୍ୟ ହରାଇ ବିଷ ପିଇ ଦେଇଥିଲେ ।

ଯାହା ଜାଣିବା ପରେ ବାପା ଘର ଲୋକେ ପୂଜାରାଣୀଙ୍କୁ ଉଦ୍ଧାର କରି ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଆସିବା ପରେ ଡାକ୍ତର ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ । କିନ୍ତୁ ପୂଜାରାଣୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ନେଇ ଡାକ୍ତର ସୂଚନା ଦେଇଥିଲେ । ତେବେ ଏହି ଘଟଣାକୁ ଆଧାର କରି ପରିବାର ପକ୍ଷରୁ ଏକ ଲିଖିତ ଅଭିଯୋଗ ନାଉଗାଁ ପୋଲିସ ଷ୍ଟେସନରେ କରାଯାଇଥିବା ବେଳେ ଘଟଣା ସ୍ଥଳରେ ନାଉଗାଁ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହିତ ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!