Masthead

୫ ବର୍ଷରେ ୪୦୫ ବିଧାୟକ, ୨୮ ସାଂସଦ ବଦଳାଇଛନ୍ତି ଦଳ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଯୁଆଡ଼େ ହାୱା ସେଇଆଡ଼କୁ ମୁହାଁଉଛନ୍ତି ବିଧାୟକ ଓ ସାଂସଦ । ଗତ ଦୁଇ ଦଶନ୍ଧି ମଧ୍ୟରେ କଂଗ୍ରେସର ୧୭୦, ବିଜେପିର ୧୮, ଟିଡିପିର ୧୭, ଏନସିପିର ୧୪, ତୃଣମୂଳ କଂଗ୍ରେସ ୪, ସଂଯୁକ୍ତ ଜନତା ଦଳ ଭଳି ୧୬ରୁ ଅଧିକ ଦଳର ବିଧାୟକ ଦଳ ଛାଡ଼ିବା ପରେ ୧୮୨ ଜଣ ବିଜେପି, ୩୮ ଜଣ କଂଗ୍ରେସ, ଟିଏମସି ୧୬, ଏନସିପିକୁ ୧୬, ସଂଯୁକ୍ତ ଜନତା ଦଳକୁ ୧୪ ଏବଂ ଅନ୍ୟ ଦଳ ଗୁଡ଼ିକୁ ଯାଇଛନ୍ତି ।

୨୦୧୬ରୁ ୨୦୨୦ ମଧ୍ୟରେ ଦେଶର ୪୦୫ ବିଧାୟକ ଦଳ ଛାଡ଼ି ଥିବାବେଳେ ୧୨ ଲୋକସଭା ସାଂସଦ ଦଳ ଛାଡ଼ିଛନ୍ତି । ଏପରିକି ୧୬ ରାଜ୍ୟସଭା ସାଂସଦ ଦଳ ଛାଡ଼ିଛନ୍ତି । ଏହି ଦଳ ଛାଡ଼ିବା ସାଂସଦ ଓ ବିଧାୟକ ସଂଖ୍ୟା ବଢ଼ିବାରେ ଲାଗିଛି । ଯଦିଓ ଦଳ ବଦଳ ରାଜନୈତିକ ଦଳ ପାଇଁ ବଡ଼ ସମସ୍ୟା ଏବଂ ସୁବିଧା ମଧ୍ୟ । ଏହା ଦଳକୁ ଦୃଢ଼ କରେ ଏବଂ ଦୁର୍ବଳ ମଧ୍ୟ କରେ । ୨୦୧୬ରୁ ୨୦୨୦ ମଧ୍ୟରେ ବିଧାୟକ, ସାଂସଦଙ୍କ ଦଳ ଛାଡ଼ିବା ହାର ବୃଦ୍ଧି ସହ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଆହୁରି ଦଳଡିଆଁ ନେତାଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଜଣାଯାଇଛି ।

ଓଡ଼ିଶା ପରିପ୍ରେକ୍ଷୀରେ ଯେଉଁ ଚର୍ଚ୍ଚା ଜୋର୍ ଧରିଛି ତାହା ହେଲା ବିଜେପି ଏବଂ କଂଗ୍ରେସରୁ ଅଧା ଅଧା ବିଧାୟକ ଦଳ ଛାଡ଼ିବେ । କେହି ବିଧାୟକ ଆଉ ନିର୍ବାଚନ ଲଢ଼ିବେ ନାହିଁ ପୁଅ, ପତ୍ନୀ ବା କନ୍ୟାଙ୍କୁ ବିଜେଡିରୁ ପ୍ରାର୍ଥୀ ହେବା ପାଇଁ ମନସ୍ଥ କରିଛନ୍ତି । ଯଦିଓ ଏହି ଚର୍ଚ୍ଚାର ସତ୍ୟତା ଏଯାଏଁ ସ୍ପଷ୍ଟ ହୋଇନି କିନ୍ତୁ ଓଡ଼ିଶା ରାଜନୀତିରେ ଏହି ଦଳ ଡିଆଁ ନେତାଙ୍କ ସଂଖ୍ୟା କମ୍ ନୁହେଁ ବୋଲି କହିଲେ ଭୁଲ୍ ହେବ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜନ୍ମ ବେଦୀକୁ ବିଜେ କରିବେ ମଣିମା 🔴 ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପୁରୀରେ ଅଘଟଣ, ଶରଧାବାଲିରେ ଚାଲିଗଲା ୩ ଭକ୍ତଙ୍କ ଜୀବନ 🔴 ଏକାଠି ଜଳିଲା ତିନି ଭାଇଙ୍କ ଜୁଇ 🔴 ଆଉ ନାହାନ୍ତି କାଣ୍ଟା ଲଗା ଫେମ୍ ସେଫାଳୀ 🔴 ନବୀନଙ୍କୁ ପାଣ୍ଡିଆନଙ୍କ ହାଇଜାକ୍!…ହସ୍ପିଟାଲ ସାକ୍ଷୀ 🔴 ଶରଧାବାଲିରେ ୩ ରଥ 🔴 ଆଜି ପୁଣି ଗଡ଼ିବ ରଥ 🔴 ବ୍ଲକବଷ୍ଟର ‘ବୋଉ ବୁଟୁ ଭୂତ’ 🔴 ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ 🔴 ଜନ୍ମ ବେଦୀକୁ ବିଜେ କରିବେ ମଣିମା 🔴 ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପୁରୀରେ ଅଘଟଣ, ଶରଧାବାଲିରେ ଚାଲିଗଲା ୩ ଭକ୍ତଙ୍କ ଜୀବନ 🔴 ଏକାଠି ଜଳିଲା ତିନି ଭାଇଙ୍କ ଜୁଇ 🔴 ଆଉ ନାହାନ୍ତି କାଣ୍ଟା ଲଗା ଫେମ୍ ସେଫାଳୀ 🔴 ନବୀନଙ୍କୁ ପାଣ୍ଡିଆନଙ୍କ ହାଇଜାକ୍!…ହସ୍ପିଟାଲ ସାକ୍ଷୀ 🔴 ଶରଧାବାଲିରେ ୩ ରଥ 🔴 ଆଜି ପୁଣି ଗଡ଼ିବ ରଥ 🔴 ବ୍ଲକବଷ୍ଟର ‘ବୋଉ ବୁଟୁ ଭୂତ’ 🔴 ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ