Masthead

ଟ୍ୱିଟ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ରାଜସ୍ଥାନକୁ ସ୍ୱାଗତ ଜଣାଇଲେ ଅଶୋକ ଗେହଲଟ

ରାଜସ୍ଥାନ (ବଡ଼ ଖବର ବ୍ୟୁରୋ): ଆଜିଠାରୁ ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜକୋଟ ବିମାନବନ୍ଦର ଉଦଘାଟନ କରିବା ସହ ୮୬୦ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବେ । ଏହାପରେ ଅପରାହ୍ନରେ ରାଜକୋଟରେ ପହଞ୍ଚି ବିମାନ ବନ୍ଦର ବୁଲି ଦେଖିବେ । ଏହାସହ ଏକ ସମାବେଶରେ ସମ୍ବୋଧିତ ମଧ୍ୟ କରିବେ । ଶିଳ୍ପ, ଶିକ୍ଷା,ଗବେଷଣା ପ୍ରତିଷ୍ଠାନର ବିଶ୍ୱସ୍ତରୀୟ ନେତୃତ୍ୱଙ୍କୁ ଏକ କରିବା ଉଦ୍ଦେଶ୍ୟରେ ଏହି ସମ୍ମିଳନୀର ଆୟୋଜନ କରାଯାଇଛି । ତେବେ ଏହା ପୂର୍ବରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ତାଙ୍କ ଦାବିଗୁଡ଼ିକର ଏକ ଲମ୍ବା ତାଲିକା ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ରଖିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କାର୍ଯ୍ୟକ୍ରମରୁ ତାଙ୍କ ଭାଷଣ ହଟାଇ ଦେଇଥିବା ସେ ଅଭିଯୋଗ କରିଛନ୍ତି। ଏଥିପାଇଁ ତାଙ୍କ ଦାବିଗୁଡ଼ିକୁ ଟ୍ୱିଟର ଜରିଆରେ ରଖିବାକୁ ପଡ଼ୁଛି ବୋଲି ସେ କହିଛନ୍ତି। ଗେହଲଟ୍‌ କହିଛନ୍ତି, ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଆପଣ ରାଜସ୍ଥାନ ଗସ୍ତରେ ଆସୁଛନ୍ତି। ଆପଣଙ୍କ କାର୍ଯ୍ୟାଳୟ ପିଏମ୍‌ଓ ମୋ’ର ପୂର୍ବ ନିର୍ଦ୍ଧାରିତ ୩ ମିନିଟ୍‌ ସମ୍ବୋଧନକୁ କାର୍ଯ୍ୟକ୍ରମରୁ ହଟାଇ ଦେଇଛି। ସେଥିପାଇଁ ମୁଁ ଭାଷଣ ମାଧ୍ୟମରେ ଆପଣଙ୍କୁ ସ୍ୱାଗତ କରିପାରିବି ନାହିଁ। ତେଣୁ ମୁଁ ଆପଣଙ୍କୁ ଏହି ଟୁଇଟ ମାଧ୍ୟମରେ ରାଜସ୍ଥାନକୁ ସ୍ୱାଗତ କରିବା ସହ ମୋ ଦାବି ଜଣାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା